DSC_0119

କିଟ୍ ଫେଷ୍ଟ୍ ୨୦୧୭ ଉଦ୍‌ଯାପିତ

40

ଭୁବନେଶ୍ୱର,(ବୁ୍ୟରୋ): କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ସର୍ବ ବୃହତ ବୈଷୟିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ‘କିଟ୍ ଫେଷ୍ଟ୍’ ଶନିବାର ଉଦ୍‌ଯାପିତ ହୋଇଯାଇଛି । ୩ଦିନ ବ୍ୟାପୀ ଅନୁଷ୍ଠିତ କିଟ୍ ଫେଷ୍ଟ-୨୦୧୭ରେ ଭାଗ ନେବା ପାଇଁ ସମଗ୍ର ଦେଶରୁ ବିଭିନ୍ନ ନାମୀ ଦାମୀ ବୈଷୟିକ ଶିକ୍ଷାନୁଷ୍ଠାନରୁ ୧୦ହଜାରରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହା ପୂର୍ବ ଭାରତର ସର୍ବବୃହତ ବୈଷୟିକ ମହୋତ୍ସବ ବୋଲି କୁହାଯାଉଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ବୈଷୟିକ, କଳା ଓ ସାଂସ୍କୃତିକ ସୃଜନଶୀଳତା ପରିପ୍ରକାଶ କରିବାର ସୁଯୋଗ ପାଇଥିଲେ । କିଟ୍‌ର ବିଭିନ୍ନ କ୍ୟାମ୍ପସ୍‌ ଉତ୍ସବ ମୁଖର ହୋଇଉଠିଥିବା ପିଲାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ବିଭିନ୍ନ କ୍ୟାମ୍ପସ୍‌ରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜନ ହୋଇଥିଲା । କିଟ୍‌ ଫେଷ୍ଟ ହେଉଛି ଏଭଳି ଏକ ବୈଷୟିକ ମହୋତ୍ସବ ଯେଉଁଥିରେ ବୈଷୟିକ ଛାତ୍ରଛାତ୍ରୀମାନେ ସେମାନଙ୍କ ବୈଷୟିକ ଜ୍ଞାନ କୌଶଳ ଓ ଦକ୍ଷତା ପ୍ରତିପାଦନ କରିପାରିବାର ସୁଯୋଗ ପାଇଥାନ୍ତି । ଏହା ଛଡ଼ା ସେମାନେ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ପରିପ୍ରକାଶ କରିବାର ଏହା ହେଉଛି ଏକ ବଡ଼ ପ୍ଲାଟଫର୍ମ । ଏଥିରେ ଜିଜ୍ଞାସୁ ଛାତ୍ରଛାତ୍ରୀଙ୍କ ପାଇଁ କର୍ମଶାଳା, ଦକ୍ଷତା ପ୍ରତିପାଦନ ପାଇଁ ବୈଷୟିକ କାର୍ଯ୍ୟକ୍ରମ, ତର୍କ, ନୃତ୍ୟ, ଡ୍ରାମା ଏବଂ କୁଇଜ୍‌ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉଦ୍‌ଘାଟନୀ ଉତ୍ସବରେ ସାଂସଦ ଚିରାଗ ପାଶ୍ୱାନ୍‌, ପ୍ରଚ୍ଛଦପଟ୍ଟ ଗାୟିକା ତୁଳସୀ କୁମାର, ବଲଉଡ୍‌ ଅଭିନେତ୍ରୀ ଏଲି ଆବ୍ରାହମ୍‌, ଚଳଚ୍ଚିତ୍ର ନିଦେ୍ର୍ଦଶକ ଓ ନିର୍ମାତା ହଂସଲ ମେହେଟା, ଟିଭି ଓ ଚଳଚ୍ଚିତ୍ର ଅଭିନେତା ଅଖିଳେନ୍ଦ୍ର ମିଶ୍ର, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ, କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପି. ପି. ମାଥୁର, କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦ୍ୱିତୀୟ ଦିନରେ ବଲିଉଡ୍‌ ଅଭିନେତା ଅଭିଳାଷ କୁମାର ଏବଂ ଅଭିନେତ୍ରୀ ଚାନ୍ଦନୀ ଭଗନାନୀ ଅତିଥି ଭାବେ ଯୋଗ ଦେଇଥିଲେ । ସେହି ସଂଧ୍ୟାରେ ଡିଜେ୍‌ ଜାଦେଁ ସଂଗୀତ ପରିବେଷଣ କରିଥିଲେ ।
କିଟ୍‌ ଫେଷ୍ଟର ବିଭିନ୍ନ ଦିଗରେ ତର୍କ, ନୃତ୍ୟ, ନାଟକ, ସାଂସ୍କୃତିକ ଓ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ବ୍ୟତୀତ ପ୍ରତିଯୋଗୀଙ୍କ ମଧ୍ୟରେ ‘ଜରା ନାଚ୍‌କେ ଦିଖା (ଏକକ ଓ ସମବେତ), ଇସ୍‌ଲେ ଟୁ ଗ୍ଲୋରୀ, ନିନାଦ (ପ୍ରାଥମିକ ଓ ନିର୍ଣ୍ଣାୟକ), ରିଫ୍‌-ଏ-ର୍ୟାଣ୍ଡମ୍‌ (ପ୍ରାଥମିକ ଓ ନିର୍ଣ୍ଣାୟକ), ଷ୍ଟାର ସେଲ୍‌ସମ୍ୟାନ୍‌, କାଲାବ୍ଲାଷ୍ଟ, ଷ୍ଟାଣ୍ଡ ଅପ୍‌, ଡଜ୍‌ ଗ୍ରେ ମ୍ୟାଟର୍‌, ୱାର୍ଡ ୱାର ଡିବି ୮, ପପ୍‌ ୟୋର କୋଲାର, ଇମେଜିଓଗ୍ରାଫିକା, ନଟ୍‌ ଜଷ୍ଟ କଲର୍ସ, ଦେଖ ତମାସା ଦେଖ୍‌ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।




Powered by odothemes.com