CPI-pakhyaru-Zillapala-office-agare-bikhyaba-(17)

ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା ସିପିଆଇ

33

କଟକ,୯ା୩(ବୁ୍ୟରୋ): ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ଦରଦାମ ବୃଦ୍ଧି ପ୍ରତିବାଦରେ ସିପିଆଇ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୬ ମାସରେ ପେଟ୍ରୋଲ ଜାତ ସାମଗ୍ରୀ ଉପରେ ଅହେତୁକ ଦର ବୃଦ୍ଧି କରି ବିଜେପି ସରକାର ତେଲ କମ୍ପାନୀଙ୍କୁ ମୁନାଫା ଦେଉଛନ୍ତି । ତୈଳ ଦର ଆନ୍ତଜାତିକ ବଜାରରେ ହ୍ରାସ ଘଟୁଥିବା ବେଳେ ପ୍ରତି ୧୫ ଦିନରେ ଦରବୃଦ୍ଧି କରି ଜନତାଙ୍କୁ ଆର୍ଥିକ ଶୋଷଣ କରୁଛନ୍ତି ବୋଲି ଅଭିଯୋଗ କରାଯାଇଥିଲା । ଦରବୃଦ୍ଧି ପ୍ରତ୍ୟାହର କରିବାକୁ ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରତିବାଦ ସଭାରେ କଟକ ଜିଲ୍ଲା ସମ୍ପାଦକ ଅମରେନ୍ଦୁ ମହାନ୍ତି, ନଗର ସମ୍ପାଦକ ବିନୋଦ ବେହେରା, ଜିଲ୍ଲା ସମ୍ପାଦକ ଉଦୟ କେଶରୀ ବର୍ମା, ଶ୍ରମିକ ନେତା ରାମଚନ୍ଦ୍ର ବେହେରା, ଯୁବ ସଂଘ ସଭାପତି ଅଶ୍ୱିନୀ ମହାନ୍ତି, କାଳୀ ମିଶ୍ର, ବିପିନ ମଲ୍ଲିକ, ରବିନ୍ଦ୍ର ନାଥ ଜେନା, ମିହିର ବିଶ୍ୱାଳ ପ୍ରମୁଖ ଅଶଂଗ୍ରହଣ କରିଥିଲେ ।




Powered by odothemes.com