preparatory-meeting-on-heat-wave-at-jilapala-office-(1)

ରାଜ୍ୟର ସର୍ବପ୍ରଥମ ଆନିମଲ୍ ଆମ୍ବୁଲାନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ

73

ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତି ବୈ÷ଠକ
କଟକ,୭ା୩(ବୁ୍ୟରୋ): ଚଳିତ ଗ୍ରୀଷ୍ମ ଋତୁରେ କଟକ ଜିଲ୍ଲାରେ ଅଂଶୁଘାତ ମୁକାବିଲା ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈ÷ଠକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ଅଂଶୁଘାତ ମୁକାବିଲା ପାଇଁ ସଂପୃକ୍ତ ଅଧିକାରୀମାନେ ନିଷ୍ଠାପର ଭାବେ କାର୍ଯ୍ୟ କରିବା ସହ ଯେପରି ଅଂଶୁଘାତରେ କାହାରି ମୃତୁ୍ୟ ନ ହୁଏ ସେ ଦିଗରେ ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ଗ୍ରୀଷ୍ଣ ପ୍ରବାହ ଜନିତ ଅବସ୍ଥାକୁ ପରିଚାଳନା କରିବା ନିମନ୍ତେ ଆଜିଠାରୁ ଜିଲ୍ଲା କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍ ( ନଂ- ୦୬୭୧-୨୫୦୭୮୪୨, ୦୬୭୧-୨୫୦୯୦୫୯, ୧୦୭୭-ନିଃଶୁଳ୍କ) କାର୍ଯ୍ୟ କରିବା ସହିତ ଜିଲ୍ଲାର ସମସ୍ତ ବ୍ଲକ, ତହସିଲ, ଜିଲ୍ଲା ମୁଖ୍ୟ ଚିକିସôାଳୟ, ପୌରପରିଷଦ, ଜିଲ୍ଲା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଜନ ସ୍ୱାସ୍ଥ୍ୟ ବିଭାଗ, ସେସୁ ଆଦି କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ଜଳକଷ୍ଟ ଦୂର କରିବା ପାଇଁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଅଚଳ ନଳକୂପଗୁଡିକ ମରାମତି କରିବା ପାଇଁ ଜନ ସ୍ୱାସ୍ଥ୍ୟ ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗୀୟ ଯନ୍ତ୍ରୀଙ୍କୁ ବୈ÷ଠକରେ ନିଦେ୍ର୍ଦଶ ଦିଆଯାଇଛି । ଜଳ କ୍ଲିଷ୍ଟ ଅଞ୍ଚଳରେ ବିଡିଓମାନେ ପାଣି ଟ୍ୟାଙ୍କର ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଲୋକମାନଙ୍କୁ ଯୋଗାଇବା ଓ ଗ୍ରାମମାନଙ୍କରୁ ଆସୁଥିବା ପାନୀୟ ଜଳ ସମସ୍ୟା ସଂପର୍କିତ ଅଭିଯୋଗ ଅଗ୍ରାଧିକାର ଭିତ୍ତିରେ ୪୮ ଘଣ୍ଟା ମଧ୍ୟରେ ସମାଧାନ କରିବା ନିମନ୍ତେ ପଞ୍ଚାୟତ ସ୍ତରରେ ଏକ ରେଜିଷ୍ଟ୍ରର ପରିଚାଳନା କରିବା ସହିତ ବିଡିଓମାନେ ଏ ସଂପର୍କରେ ସାପ୍ତାହିକ ତଥ୍ୟ ଜିଲ୍ଲା କାର୍ଯ୍ୟାଳୟକୁ ଦେବାକୁ ନିଦେ୍ର୍ଦଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ସମୟରେ ଯେପରି ଲୋ ଭୋଲଟେଜ୍ ସମସ୍ୟା ନ ହୁଏ ଏବଂ ବିଦୁ୍ୟତ୍ ସରବରାହ ବ୍ୟାହତ ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ ସେସୁ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଗୃହ ପାଳିତ ପଶୁମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟରେ ପ୍ରଥମ ଥର କଟକ ସହରରେ ଆନିମଲ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ପ୍ରାଣୀ ଧନ ଚିକିତ୍ସା ଅଧିକାରୀ ବୈ÷ଠକରେ ପ୍ରକାଶ କରିିଥିଲେ । ଜିଲ୍ଲା ପରିବହନ ଅଧିକାରୀ ମଧ୍ୟ ଯାତ୍ରୀ ବାହୀ ବସରେ ଯଥେଷ୍ଟ ପରିମାଣର ନିରାପଦ ପାନୀୟ ଜଳ ଯୋଗାଣ, ବରଫ ପ୍ୟାକେଟ୍, ଓଆର୍.ଏସ୍ ମହଜୁଦ ରଖିବା, ବସ୍ ଷ୍ଟପରେ ଛାଇ ବ୍ୟବସ୍ଥା କରିବା ସହିତ ଜାତୀୟ ରାଜପଥରେ ଜଳ ଛତ୍ର ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଥିଲା । ବୈ÷ଠକରେ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ମାଧବ ଚନ୍ଦ୍ର ସାହୁ, ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀଧର ମହାନ୍ତି, ରଘୁରାମ ଆର୍ ଆୟାର, ଆଠଗଡ ଉପ ଜିଲ୍ଲାପାଳ ହରିଶ୍ ନାୟକ, ବାଙ୍କୀ ଉପ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ, ଜିଲ୍ଲା ଜରୁରୀ ଅଧିକାରୀ ପ୍ରବୋଧ ରାଉତଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ, ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।




Powered by odothemes.com