Boudha

ଶଗଡ଼ାରେ କ୍ରେନ୍ ଓଲଟି ୩ ମୃତ, ୬ ଆହତ

50

ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା , ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା
ବୌଦ୍ଧ,୬ା୩(ଆପ୍ର): ବୌଦ୍ଧ ଜିଲ୍ଲା ଶଗଡାଠାରେ ଥିବା ଜଳସେଚନ ବ୍ୟାରେଜ ଠାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ୬ଜଣ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଆହତ ଶ୍ରମିକମାନଙ୍କ ନିମନ୍ତେ ୫୦ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି । ସେମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଶ୍ରୀ ପଟ୍ଟନାୟକ ନିଦେ୍ର୍ଦଶ ଦେଇଛନ୍ତି । ଏହି ଦୁର୍ଘଟଣା ସଂପର୍କରେ ତଦନ୍ତ କରି ତିନି ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜଳ ସଂପଦ ବିଭାଗର ମୁଖ୍ୟମନ୍ତ୍ରୀ (ମେକାନିକାଲ)ଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ସୂଚନାଯୋଗ୍ୟ, ସ୍ଲୁଇସ୍ ଗେଟ ପରିବର୍ତ୍ତନ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଏଥିରେ ନିୟୋଜିତ କ୍ରେନ୍ଟି ଓଲଟି ପଡିଥିଲା । ଫଳରେ କାମ କରୁଥିବା ଶ୍ରମିକମାନେ କ୍ରେନ୍ ତଳେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ରାମଦାସ ମୁଦୁଲିଙ୍କ ମୃତୁ୍ୟ ହୋଇଥିଲା । ଗୁରୁତର ଆହତ ଅବସ୍ଥାରେ ଭୀମ ମୁଦୁଲି ଓ କୁନା ଖୁରାଙ୍କୁ ସୋନପୁର ଡାକ୍ତରଖାନାକୁ ନିଆଯାଉଥିଲାବେଳେ ତାଙ୍କର ମୃତୁ୍ୟ ଘଟିଥିଲା । ଅନ୍ୟ ୬ ଜଣ ଆହତଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ଦେବ ଜାନୀ ଓ କୃଷ୍ଣ ସିଠଙ୍କୁ ବୁର୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ମୃତକ ୩ ଜଣଙ୍କ ଘର ନବରଙ୍ଗପୁର ଜିଲ୍ଲା ହୋଇଥିବା ବେଳେ ଗୁରୁତର ଆହତମାନଙ୍କ ଘର କଳାହାଣ୍ଡି ଓ ଅନୁଗୁଳ ବୋଲି ଜଣାପଡିଛି । ବୌଦ୍ଧ ଜିଲ୍ଲାପାଳ, ଏସ୍ପି ଓ ଅନ୍ୟ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିବା ସହ ମୃତ ଓ ଆହତଙ୍କୁ ଜିଲ୍ଲା ରେଡ୍କ୍ରସ୍ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଛି । ଏହି ଘଟଣା ଘଟିବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସେଆର କରନ୍ତୁ:



Powered by odothemes.com