prabad-purusa-biju-patnaik-nkn-101-tama-janmadibasa-abasara-re-cm-nabin-patnaik-forest-park-stita-biju-nkn-pratimurti-nikatare-shradhasuman-arpan-karuchanti-(1)

ବିଜୁ ଥିଲେ ଓଡ଼ିଆ ସ୍ୱାଭିମାନର ସ୍ୱର

40

ଭୁବନେଶ୍ୱର,୫ା୩(ବୁ୍ୟରୋ): ବିଜୁ ବାବୁଥିଲେ ଓଡ଼ିଆ ସ୍ୱାଭିମାନର ସ୍ୱର । ସେ ସର୍ବଦା ଓଡ଼ିଶାର ସ୍ୱାର୍ଥ ଓ ସାଧାରଣ ଲୋକଙ୍କର ସ୍ୱାର୍ଥ ପାଇଁ ଲଢ଼ୁଥିଲେ ବୋଲି ମହାଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୧ତମ ଜୟନ୍ତୀ ସମାରୋହରେ ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଶତାବ୍ଦୀର ମହାନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୧ତମ ଜୟନ୍ତୀ ଅବସରରେ ଓଡ଼ିଶାବାସୀଙ୍କ ସହିତ ସାରା ଦେଶରେ ଓଡ଼ିଆ ଭାଇଭଉଣୀମାନେ ତାଙ୍କର ଅବଦାନକୁ ମନେ ପକାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ସାଧାରଣ ଲୋକଙ୍କୁ ବିଶ୍ୱାସ କରି ବିଜୁ ବାବୁ ରାଜନୀତିକୁ ଆସିଥିଲେ । ତାଙ୍କର କୀର୍ତ୍ତି ସାରାଦେଶରେ ତାଙ୍କୁ ଲୋକପ୍ରିୟ କରିପାରିଛି । ଓଡ଼ିଶା ପାଇଁ ସେ ତୃଣମୂଳସ୍ତରରୁ କାର୍ଯ୍ୟ କରିଛନ୍ତି । ତାଙ୍କ ସ୍ୱପ୍ନକୁ ବିଜେଡି ଏବେ ସାକାର କରିଛି । ଓଡ଼ିଶାରେ ଭିତ୍ତିଭୂମିର ଉନ୍ନତି ଆସିବା ସହ ଶିଳ୍ପ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଛି । ଲୋକଙ୍କ ରୋଜଗାର ବଢ଼ିଛି । ଶସ୍ୟ ଉତ୍ପାଦନ ମଧ୍ୟ ବଢ଼ିଛି । ନୂଆ ନୂଆ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଛି । ମହିଳାମାନଙ୍କୁ ସଶକ୍ତୀକରଣ କରାଯାଇପାରିଛି । ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଯୋଜନାମାନ ଆମେ କରିଛୁ । ଯୁବ ସମାଜର ଆତ୍ମବିଶ୍ୱାସ ବଢ଼ିଛି । ଦଳିତ ଆଦିବାସୀ, ଗରିବ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିଛି । ଶିଶୁ ମୃତୁ୍ୟହାରରେ ଓଡ଼ିଶା ଜାତୀୟ ହାରଠାରୁ ଭଲସ୍ଥିତିକୁ ଆସିପାରିଛି । ସ୍ୱାସ୍ଥ୍ୟସେବାରେ ମଧ୍ୟ ଆଗରେ ରହିଛି । ୨୦୦୦ ମସିହାରେ ଓଡ଼ିଶା ଓ ବର୍ତ୍ତମାନର ଓଡ଼ିଶା ମଧ୍ୟରେ ଅନେକ ଫରକ ଆସିଛି । କେନ୍ଦ୍ର ସରକାର ଅନେକ ଯୋଜନା ବନ୍ଦ କରିଦେଇଛନ୍ତି । ଆଦିବାସୀ ଓ ପଛୁଆ ଅଞ୍ଚଳର ଲୋକଙ୍କ ସ୍ୱାର୍ଥକୁ ମଧ୍ୟ ଅଣଦେଖା କରିଛନ୍ତି । ଆଦିବାସୀ ଛାତ୍ରଛାତ୍ରୀଙ୍କ ବୃତ୍ତି ପାଇଁ ଅର୍ଥ ରାଶି ଠିକ୍ କେନ୍ଦ୍ରର ଅସୁନାହିଁ । କିନ୍ତୁ ରାଜ୍ୟ ସରକାର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏସବୁ ଯୋଜନା ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ କରୁଛନ୍ତି । ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ଉନ୍ନତି ପାଇଁ ଲଢ଼େଇ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଏକ ନମ୍ବର ସ୍ଥାନରେ ରହିଛି । ଆଗକୁ ମଧ୍ୟ ଦଳ ଏକ ନମ୍ବର ରହିବ । ଲୋକଙ୍କ ସହିତ ଜଡ଼ିତ ହୋଇ କାର୍ଯ୍ୟ କରିବା ପାଇଁ ନେତା ଓ କର୍ମୀଙ୍କୁ ଆହ୍ୱାନ ଦିେଇଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ସୁଖଦୁଃଖରେ ସାମିଲ ହେବା ସହ ତୃଣମୂଳସ୍ତରରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭରସାକୁ ସମ୍ମାନ ଦେଇ ବିଜୁବାବୁ ଦେଖାଇଥିôବା ମାର୍ଗରେ ଓଡ଼ିଶା ପାଇଁ କାମ କରିଚାଲିବା ହେଉଛି ସେଇ ମହାନାୟକକଙ୍କ ପ୍ରତି ଏ ଜାତିର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଏହି ଅବସରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି, ଗୋଟିଏ ବର୍ଷ ଧରି ଚାଲିଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ଆଜି ଶେଷ ହୋଇଛି । ଓଡ଼ିଆ ଜାତି ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ସାକାର ହୋଇଛି । ସେଇ ସ୍ୱାଭିମାନ ପାଇଁ ଲଢ଼େଇ ଜାରି ରଖିବାକୁ ମନ୍ତ୍ରୀ ଶ୍ରୀ ଦାସବର୍ମା ଆହ୍ୱାନ ଦେଇଛନ୍ତି । ବିଜୁ ବାବୁଙ୍କ ସମଗ୍ର ଜୀବନ ଖାରବେଳ ଓ କଳିଙ୍ଗ ପାଇଁ ଉତ୍ସର୍ଗୀକୃତ । ୟୁପିଏ ଓ ଏନ୍ଡିଏ ସରକାର ଓଡ଼ିଶାକୁ ଗରିବ କରିବା ପାଇଁ ମସୁଧା ଚଳାଇଛନ୍ତି । କେନ୍ଦ୍ର ବିରୋଧରେ ବିଜେଡି ସର୍ବଦା ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିଛି । ରାଜ୍ୟରେ ପ୍ରଚୁର ମାନବସମ୍ବଳ ରହିଛି । ବିଜୁବାବୁଙ୍କ ସ୍ୱପ୍ନ ସାକାର କରିବା ତଥା ମୁଖ୍ୟମନ୍ତ୍ରୀଙ୍କ ପଛରେ ଛିଡ଼ା ହେବା ପାଇଁ ସଂକଳ୍ପ ନେବା ଉଚିତ ବୋଲି ସେ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ପରିବହନ ମନ୍ତ୍ରୀ ରମେଶ ମାଝୀ, ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ଅଣୁ କ୍ଷୁଦ୍ର ମଧ୍ୟମ  ଉଦ୍ୟୋଗ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟକ ବ୍ୟୋମକେଶ ରାୟ, ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com