ଓଡ଼ିଆଙ୍କ ମୁହଁରେ ହସ ଫୁଟାଇବା ଥିଲା ବିଜୁବାବୁଙ୍କ ସ୍ୱପ୍ନ

Biju-janama-barsiska-photo

ଯାଜପୁର (ଆପ୍ର): ଯାଜପୁର ବିରଜା କଲ୍ୟାଣ ମଣ୍ଡପ ଠାରେ ବିଜୁପଟ୍ଟନାୟକଙ୍କ ଜନ୍ମଶତବାର୍ଷିକ ଉଦ୍ୟାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଜେଡି ଜିଲ୍ଲା ସଭାପତି ନରେଶ ମହାନ୍ତିଙ୍କ ସଭାପତିତ୍ୱରେ ଯାଜପୁର ବିଧାୟକ ତଥା ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଯୋଗଦେଇ ବିଜୁ ବାବୁଙ୍କ ସାହସିକତା ଓ ନୈତିକତା ଉପରେ ଆଲୋକପାତ କରିଥିଲେ । ବିଜୁ ବାବୁ ଓଡ଼ିଆଙ୍କୁ ତାଙ୍କ ପ୍ରାଣ ଠାରୁ ଅଧିକ ଭଲ ପାଉଥିଲେ ବୋଲି କହିବା ସହ ଓଡ଼ିଆଙ୍କ ମୁହଁରେ ହସ ଫୁଟାଇବା ତାଙ୍କ ପ୍ରଧାନ ଲକ୍ଷ୍ୟ ଥିଲା । ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ଯାଜପୁରରେ ଅଦ୍ଭୁଦଦୟ ଫଳାଫଳ କରିଥିବାବେଳେ ବିଜେପି ମାତ୍ର କେତେକ ସ୍ଥାନରେ ଜିତି ଉତ୍ସାହିତ ହେବା ଆଶ୍ଚର୍ଯ୍ୟଜନକ ବିଷୟ । ବିଜୁ ବାବୁଙ୍କ ଆଦର୍ଶରେ ବିଜୁ ଜନତାଦଳ ପ୍ରତିଷ୍ଠା ହୋଇଥିବାବେଳେ ବିଜୁ ବାବୁଙ୍କ ସ୍ୱପ୍ନ ସୁନାର ଓଡ଼ିଶା ଗଢ଼ିବା କେବଳ ନବୀନ ବାବୁଙ୍କ ଦ୍ୱାରା ସମ୍ଭବ ହୋଇିଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଆଗାମୀ ୨୦୧୯ ନିର୍ବାଚନରେ ଓଡ଼ିଶା ବିଜେପି ମୁକ୍ତ କରିବା ପାଇଁ ସମସ୍ତ କର୍ମୀ ଶପଥ ଗ୍ରହଣ କରିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ସଭାରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଉପନଗରପାଳ ବିଜୟ ମହାନ୍ତି ଯୋଗଦେଇ ବିଜୁ ବାବୁଙ୍କୁ ପାଇଁ ଓଡ଼ିଶା ବିଶ୍ୱ ଦରବାରରେ ପରିିଚିତ ବୋଲି କହିଥିଲେ । ବରିଷ୍ଠ ନେତା ରବି ମହାନ୍ତି ଯୋଗଦେଇ ବିଜେପି କେବଳ ଭାଷଣରେ ସୀମିତ ରହିଥିବାବେଳେ ବିଜୁଜନତା ଦଳ କାର୍ଯ୍ୟରେ ବିଶ୍ୱାସ ରଖେ ଯାହା ପାଇଁ ଆଜି ପର୍ଯ୍ୟନ୍ତ ବିଜେଡି ଲୋକଙ୍କ ଆସ୍ଥାଭାଜନ ହୋଇପାରିଛି ବୋଲି କହିଥିଲେ । ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାନ୍ତି ବିଜୁବାବୁଙ୍କ ସହ ମିଶିଥିବା ଲୋକମାନେ ଭାଗ୍ୟବାନ ମନେ କରିବା ଉଚିତ ବୋଲି କହିଥିଲେ । ବିଜୁ ବାବୁଙ୍କୁ ଭାରତରନô ପ୍ରଦାନ ନକରିବା କେନ୍ଦ୍ରସରକାରଙ୍କର ଏକ ଇଷ୍ୱର୍ାନ୍ୱିତ ରାଜନୀତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନବନିର୍ବାଚିତ ଜିଲ୍ଳା ପରିଷଦ ସଭ୍ୟ ଆଦିକନ୍ଦ ସନ୍ଧିବିଗ୍ରହ, ଭାଗବତ ମିଶ୍ର, ମଧୁସ୍ମିତା ଧଳ, ମଞ୍ଜୁଲତା ବେହେରା, ରଞ୍ଜିତା ରାଉତ ପ୍ରମୁଖ ଯୋଗ ଦେଇଥିବା ବେଳେ ଯାଜପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପର୍ଶୁରାମ ରାଉତ, ପୌରପାଳ ଭବପ୍ରସାଦ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସଭାରେ ବିଜେଡି ସମର୍ଥିତ ନବନିର୍ବାଚିତ ସରପଞ୍ଚ, ସମିତିସଭ୍ୟ, ୱାର୍ଡ ମେମ୍ବର ଓ ବିଭିନ୍ନ ପଞ୍ଚାୟତର କର୍ମୀ ଯୋଗ ଦେଇଥିଲେ ।
ବରୀ (ଆପ୍ର): ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ଗର୍ବଗୌରବ ବିଜୁ ପଟ୍ଟନାୟକଙ୍କ ୧୦୧ତମ ଜନ୍ମଜୟନ୍ତୀ ସମାରୋହ ଆଜି ବରୀ ବିଜୁଜନତା ଦଳ ପକ୍ଷରୁ ବରୀ ବ୍ଲକ ଅଭିମନୁ୍ୟ ବାଲିଆ ସ୍ଥିତ ଜାଗୁଳେଇ ପଡିଆ ଠାରେ ପାଳିତ ହୋଇଯାଇଛି । ସାଂସଦ ପ୍ରତିନିଧି କେଦାର ସାମଲଙ୍କ ସଭାପତିତ୍ୱରେ ବ୍ଲକ ବିଜେଡି ସଭାପତି ସେକ୍ ସଫିକ୍ ଉଦ୍ଦିନ, ବ୍ଲକ ପୂର୍ବତନ ଅଧ୍ୟକ୍ଷା ଭାରତୀ ବେହେରା, ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ସାମଲ, ବ୍ଲକ ମହିଳା ସଭାନେତ୍ରୀ କିରଣବାଳା ରାଉତ, ବାସୁଦେବ ସାହୁ, ଶଙ୍କର୍ଷଣ ସାହୁ, ନୃସିଂହ ଚରଣ ସାହୁ, ହରିହର ପଣ୍ଡା, ଅଶୋକ କୁମାର ଜେନା, ସନାତନ ବାରିକ ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ପ୍ରଦୀପ ପ୍ରଜ୍ୱଳନ କରି ଜୟନ୍ତୀ ଉସôବକୁ ଉଦ୍ଘାଟନ କରିଥିଲେ । ବିଜୁବାବୁ ଥିଲେ ଭାରତର ରତ୍ନ, ବିଜୁବାବୁଙ୍କ ପାଇଁ ଭାରତରତ୍ନ ସମ୍ମାନ ବଡକଥା ନୁହେଁ କାରଣ ସେ ନିଜେ ହିଁ ଭାରତର ରତ୍ନ ଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରି ଯୁବପିଢି ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ତାଙ୍କର ସୁପୁତ୍ର ନବୀନ ବାବୁ ବାପାଙ୍କ ଅଧୁରା ସ୍ୱପ୍ନକୁ ସମ୍ପୂର୍ଣ୍ଣ କରି ଗ୍ରାମାଞ୍ଚଳ ପ୍ରଗତି, ଉନ୍ନତି ଓ ମା’ ମାଟି ଗ୍ରାମକୁ ସମ୍ମାନ ନବୀନ ବାବୁଙ୍କର ଏକ ସୁଚିନ୍ତିତ ଚିନ୍ତାଧାରା ଅନ୍ୟମାନଙ୍କ ମଧ୍ୟରେ ରଶ୍ମିରଞ୍ଜନ ମହାନ୍ତି, ସଚ୍ଚିଦାନନ୍ଦ ମହାକୁଡ, ସରପଞ୍ଚ ସନ୍ତୋଷ କୁମାର ସାମଲ, ରଞ୍ଜନ କୁମାର ପଣ୍ଡାଙ୍କ ସମେତ ନବନିର୍ବାଚିତ ସମିତିସଭ୍ୟ, ସରପଞ୍ଚ, ଜିଲ୍ଲାପରିଷଦ ସଭ୍ୟ, ୱାର୍ଡସଭ୍ୟ ଓ ଆଗଧାଡିର କର୍ମୀ ସାମିଲ ହୋଇଥିଲେ ।
ମାହାଙ୍ଗା (ଆପ୍ର): ମାହାଙ୍ଗା ବ୍ଲକ୍ର ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ନାହାଙ୍ଗ ପଞ୍ଚାୟତ ଗୌଡଗୋପସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଅବସରରେ ନାହାଙ୍ଗର ନବନିର୍ବାଚିତ ସରପଞ୍ଚ ଚିତ୍ତରଞ୍ଜନ ମହାନ୍ତି, ସମିତି ସଭ୍ୟା ଜୟନ୍ତୀ କୁଅଁର, ପୂର୍ବତନ ସରପଞ୍ଚ ଗଗନ ସେଠୀ, ଯୁବନେତା ଯତୀନ ଜୟ କୁଅଁର, ୱାର୍ଡ୍ସଭ୍ୟ ନିତ୍ୟାନନ୍ଦ ମଲ୍ଲିକ, ଟିକନ ମଲ୍ଲିକ, ବରିଷ୍ଠ ନାଗରିକ ଶୁକଦେବ ଧଡା, ଗୌରାଙ୍ଗ ସ୍ୱାଇଁ, ସମାଜସେବୀ ବଟକୃଷ୍ଣ ସାମଲ, ଭଗବାନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସ୍ଥାନୀୟ ଯୁବସମାଜ ଆନୁକୂଲ୍ୟରେ ପଞ୍ଚାୟତିରାଜ ଦିବସ ଅବସରରେ ଗୌଡଗୋପସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଯୁବ ଆଇନ୍ଜୀବୀ ପ୍ରଭାତ ପାଣ୍ଡେଙ୍କ ନେତୃତ୍ୱରେ ପୁଷ୍ପମାଲ୍ୟ ଦିଆଯାଇଥିଲା । ଆମ୍ବେଦକର ଦଳିତ ବିକାଶ ମଞ୍ଚର ସମ୍ପାଦକ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବିଜୁବାବୁଙ୍କ ଆଦର୍ଶରେ ସମାଜ ଆଦର୍ଶିତ ହେବ ବୋଲି କହିଥିଲେ । ଏହାବ୍ୟତୀତ ଉମରସ୍ଥିତ ଶ୍ରୀଶ୍ରୀ ବଳଦବେଜୀଉ ହନୁମାନ ମନ୍ଦିରରେ ଚିତ୍ତରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଉତ୍ସବରେ ମନୋଜ ମହାରଣା, ଭାଗ୍ୟଧର ସାମଲ, ତାପସ ପ୍ରଧାନ, ଅକ୍ଷୟ ମହାରଣା ପ୍ରମୁଖ ଉପସଅଥିତ ଥିଲେ ।
ଜଗତସିଂହପୁର (ଆପ୍ର): ଜଗତସିଂହପୁର ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ଉଦ୍ୟାପନୀ ଉସôବ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିିରେ ମାଲ୍ୟାର୍ପଣ ପରେ ଜିଲ୍ଲା ସଭାପତି ତଥା ରାଜ୍ୟସଭା ସାଂସଦ ବିଷ୍ଣୁ ଦାସ ଅଧ୍ୟକ୍ଷତା କରି ଜିଲ୍ଲାସ୍ତରୀୟ ଜନ୍ମ ଶତବାର୍ଷିକୀ ଉଦ୍ୟାପନୀ ଉସôବରେ ବିଜୁ ପଟ୍ଟନାୟକଙ୍କ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ଯୋଗଦେଇ ଓଡିଶାର ଓଡିଆଙ୍କ ପାଇଁ ବିଜୁ ବାବୁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ତାହା ତାଙ୍କ ପୁତ୍ର ନବୀନ ବାବୁ ପୂରଣ କରିବାକୁ ଯାଉଛନ୍ତି । ବିଜୁପଟ୍ଟନାୟକ ଜନ୍ମ ଶତବାର୍ଷିକୀ ଉଦ୍ୟାପନୀ ଉସôବରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତି ଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିଶୁ ଆଶ୍ରମ, ଆଶ୍ରା ସ୍କୁଲ, ମେଡିକାଲରେ ଫଳବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ବିଜୁ ଜନତା ଦଳ ଉପସଭାପତି ଦିପ୍ତୀ ଦାସ, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ କନକପ୍ରଭା ଲେଙ୍କା, ରାଜ୍ୟ ପଛୁଆ ବର୍ଗ ଅର୍ଥ ଓ ଉନ୍ନୟନ ବିଭାଗ ଅଧ୍ୟକ୍ଷ ନାରାୟଣ ବିଶ୍ୱାଳ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବୀଦତ୍ତ ମହାନ୍ତି, ବ୍ଲକ ସଭାପତି ମନୋଜ ଭୋଇ, ନଗର ସଭାପତି ଦୋଳଗୋବିନ୍ଦ ଦାଶ, ଆଇନଜୀବୀ ଗୋରା·ନ୍ଦ କାନୁନ୍ଗୋ, ସଲିଳ ଘୋଷ, ଶିବପ୍ରସାଦ ମାଝି, ଯୁବସଭାପତି ଅମରେନ୍ଦ୍ର ଦାସ, ଏଲିନା ଦାସ, ବିଜୟୀ ଜିଲ୍ଲାପରିଷଦ ଜଗନ୍ନାଥ ମୁଦୁଲି, ଲିଙ୍ଗରାଜ ସ୍ୱାଇଁ, ପ୍ରତାପ ଚନ୍ଦ୍ର ବେହେରା, ଲତା ଦାସ ପ୍ରମୁଖ ନୂତନ ଭାବେ ବିଜୟୀ ହୋଇଥିବା ସମିତି ସଭ୍ୟସଭ୍ୟା, ସରପଞ୍ଚ, ଜିଲ୍ଲା ପରିଷଦ ଓ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।
ନିଆଳି (ଆପ୍ର): ନିଆଳି ବିଜେଡି ସଙ୍ଗଠନ ପକ୍ଷରୁ ସ୍ଥାନୀୟ ରଶ୍ମିପ୍ରଭା ମଣ୍ଡପ ଠାରେ କଳିଙ୍ଗ ବୀର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୧ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଉସôବରେ ବ୍ଲକ ବିଜେଡି ଉପସଭାପତି ତଥା ନବନିର୍ବାଚିତ ସିଠାଳୋ ସରପଞ୍ଚ ଅନ୍ତର୍ଯ୍ୟାମୀ ବଡୁ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ଡା. ପ୍ରମୋଦ କୁମାର ମଲ୍ଲିକ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ନବନିର୍ବାଚିତ ୨୩ ନଂ ଜୋନ୍ର ଜିଲ୍ଲାପରିଷଦ ସଦସ୍ୟ ଦେବାଶିଷ ଷଡ଼ଙ୍ଗୀ, ୨୧ ନଂ ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟ ପୁଲକ ମହାନ୍ତି, ନିଆଳି ସରପଞ୍ଚ ପ୍ରଶାନ୍ତ ସିଂହ ପ୍ରମୁଖ ଯୋଗଦେଇ ବିଜୁ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଧବ ସେବା ସମବାୟ ସମିତିର ସଭାପତି ଜଟାଧାରୀ ସ୍ୱାଇଁଙ୍କ ସମେତ ଦୁଇ ଶହରୁ ଊଦ୍ଧ୍ୱର୍ ଦଳୀୟ କର୍ମୀ ଯୋଗ ଦେଇଥିଲେ ।
ଦଶରଥପୁର (ଆପ୍ର): ମହାନ ଜନନାୟକ ପ୍ରବାଦ ପୁରୁଷ, କଳିଙ୍ଗ ବୀର, ଓଡିଶାର ଗର୍ବ ଓ ଗୋ÷ରବ ବିଜୁ ପଟ୍ଟନାୟକଙ୍କ ୧୦୧ତମ ଜନ୍ମତିଥି ତଥା ଜନ୍ମ ଶତବାର୍ଷିିକୀ ବର୍ଷ ପୂର୍ତ୍ତି ଆଜି ଶେଷ ହୋଇଛି । ଏହି ଅବସରରେ ସାରା ରାଜ୍ୟ ଓ ଭାରତ ତଥା ଭାରତ ବାହାରେ କେତକ ଅନୁଷ୍ଠାନ ପକ୍ଷରୁ ତାଙ୍କର ଶତବାର୍ଷିକୀ ବର୍ଷ ପୂର୍ତ୍ତି ସମାରୋହରେ ପାଳିତ ହୋଇଯାଇଛି । ଦଶରଥପୁର ବ୍ଲକର କେତକ ସ୍ୱେଚ୍ଛା ସେବୀ ସଂଗଠନ ପକ୍ଷରୁ ଏହା ପାଳିତ ହୋଇଯାଇଛି । କିନ୍ତୁ ଦୁଃଖର କଥା ଦଶରଥପୁର ବ୍ଲକରେ ବ୍ଲକ ପ୍ରଶାସନ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଶତବାର୍ଷିକ ବର୍ଷ ପୂର୍ତ୍ତି ଆଦୌପାଳନ କରାଯାଇନଥିବା ଦେଖିବାକୁ ମିଳିଛି । ବ୍ଲକ ପ୍ରଶାସନ କର୍ତ୍ତୃପକ୍ଷ ଓ ରାଜନେତାଙ୍କ ଚରମ ଅବହେଳା ସହ ଖାମଖିଆଲି ନିତି ଯୋଗୁଁ ଏହା ସମ୍ପୂର୍ଣ୍ଣ ଭୁଲିଯାଇଥିବା ଓ ଏଭଳି ଜଣେ ଯୋଗ ଜନ୍ମା ପୁରୁଷଙ୍କ ପ୍ରତି ଚରମ ଅବହେଳା କରାଯାଇଥିବା ନେଇ ବ୍ଲକର ବୁଦ୍ଧୀଜବୀ ମହଲ ଓ ଜନସାଧାରଣଙ୍କ ପକ୍ଷରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ପ୍ରକାଶ ଯେ ବିଜୁପଟ୍ଟନାୟକ ଜନ୍ମ ଶତବାର୍ଷିିକୀ ଦୀର୍ଘ ଏକ ବର୍ଷ ଧରି ପାଳନ ହୋଇଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ପୂର୍ବରୁ ୩ଥର ପାଳନ କରାଯାଇଛି । ଦଶରଥପୁର ତହସିଲ ସମ୍ମୁଖ ପ୍ରାଙ୍ଗଣରେ ଏକ ବ୍ଲକ ସ୍ତରୀୟ ମହିଳା ସମାବୋଶ, ମାନବ ସୃଙ୍ଖଳ କାର୍ଯ୍ୟକ୍ରମ ଓ ପଞ୍ଚାୟତମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ସହ ବିଜୁ ପଟ୍ଟନାୟକଙ୍କ ବାବଦରେ ତର୍କ ପ୍ରତିଯୋଗିତା ହୋଇଥିଲା । ତେବେ ତାଙ୍କର ପୂର୍ତ୍ତି ଉସôବ ବ୍ଲକ ପ୍ରଶାସନ ଓ ରାଜନେତା ଜାଣତରେ ହେଉ ନା ଅଜାଣତରେ ହେଉ ପାଳନ ନକରିବା ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ବ୍ଲକର ଦିଲ୍ଲୀପ୍ ତିର୍କୀ ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ଦଶରଥପୁର ବ୍ଲକ ଅଲମ୍ପିକ ଆସୋସିଏସନ ଓ କଣ୍ଟାବଣିଆ ସ୍ଥିତ ଉତ୍କଳ ଜନସୁରକ୍ଷା ସେବା ସମିତି ପକ୍ଷରୁ ଏହା ପାଳିତ ହୋଇଯାଇଛି ।