mahnaga--Ita-Pak-Chalichi

ଆଗକୁ ତାତି, ପୋଡ଼ା ଚାଲିଛି ଇଟାଭାଟି

36

ମାହାଙ୍ଗା (ଆପ୍ର): ଗତ କିଛିଦିନ ହେଲା ମାହାଙ୍ଗା ଅଞ୍ଚଳରେ ନୂତନ ଇଟା ତିଆରି ଚାଲିଥିବା ବେଳେ ଇଟାଭାଟି ପୋଡା ହେଉଛି । ଗତବର୍ଷ ଭଳି ଚଳିତ ବର୍ଷ ଇଟା ପୋଡିବା ନେଇ ପ୍ରଶାସନର କୌଣସି କଟକଣା ନାହିଁ । ଇଟା ପକାଉଥିବା ବ୍ୟକ୍ତିମାନେ ସ୍ଥାନୀୟ ରାଜସ୍ୱ ବିଭାଗ କାର୍ଯ୍ୟାଳୟରୁ ୨୦ ହଜାର ଇଟା ପକାଇବା ଲାଗି ରସିଦ୍ କାଟି ମନଇଚ୍ଛା ଇଟା ପକାଇ ବିକ୍ରି କରୁଛନ୍ତି । ବର୍ତ୍ତମାନ ମାହାଙ୍ଗା ଅଞ୍ଚଳରେ ତାତି ବଢୁଥିବାରୁ କେନାଲରେ ପାଣି ନାହିଁ । ଏପରିକି ଗଡ଼ିଆ ପୋଖରୀ ଶୁଖି ଠକ୍ ଠକ୍ ହେଲାଣି । ଇଟାଭାଟି ପୋଡ଼ାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଉଛି । ତହସିଲ ପ୍ରଶାସନ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ ନକରିବା ଯୋଗୁ ଅନେକ ସ୍ଥାନରେ ବେଆଇନ ଇଟା ପକାଇ ଇଟା ବେପାରୀ ଲାଭବାନ୍ ହେଉଛନ୍ତି । ସାଧାରଣ ଜନତା ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଥିଲା ବେଳେ ଇଟା ଭାଟିର ନିଆଁ ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଁ କାରଣ ପାଲଟିଛି । ଏଣୁ ଜିଲ୍ଲା ପ୍ରଶାସନ ଏହି ଘଟଣାପ୍ରତି ଦୃଷ୍ଟି ଦେବା ସହିତ ତୁରନ୍ତ ଇଟା ପକାଇବା କାର୍ଯ୍ୟକୁ ବନ୍ଦ୍ କରିବା ପାଇଁ ମାହାଙ୍ଗା ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।




Powered by odothemes.com