kukhua--bimalaeatamna

ଚାଷୀ ମୁଣ୍ଡରେ ଅଭାବୀ ଚଡ଼କ

32

ବିଲରେ ସଢୁଛି ପନିପରିବା
କୁଆଖିଆ (ଆପ୍ର): ରସୁଲପୁରରେ ପନିପରିବାର ଅଭାବୀ ବିକ୍ରି ଦେଖା ଦେଇଛି । ବହୁ ପନିପରିବା ଅମଳ ନହୋଇ ବିଲରେ ସଢ଼ୁଛି । କୋବିରେ ଉଡ଼ା ପୋକ ଲାଗିଗଲାଣି । ଟମାଟୋ ବିଲରେ ସଢ଼ୁଛି । ରସୁଲପୁର ବ୍ଲକ କୃଷିଯାତ ଦ୍ରବ୍ୟ ଓ ଫସଲ ଉତ୍ପାଦନରେ ଓଡ଼ିଶାରେ ୧ ନଂ ସ୍ଥାନ ଅଧିକାର କରିଥିବା ବେଳେ ଏଠାକାର ଚାଷୀ ଏବେ ସଂକଟରେ । ଯାଜପୁର ଜିଲ୍ଲାର ବୃହତ ପରିବା ହାଟ ବିଜୁ କୃଷକ ବଜାର, ଓଡ଼ଙ୍ଗ । ସାରା ଓଡ଼ିଶାରେ ଜଣାଶୁଣା । ଏହି ନିତି ଦିନିଆ ପରିବା ହାଟଟି ପନିପରିବା ଅଭାବୀ ବିକି୍ରର ଶିକାର ହୋଇଛି । ବିଭିନ୍ନ ପଞ୍ଚାୟତରୁ ଚାଷୀ ନିଜର ଉତ୍ପାଦିତ ସାମଗ୍ରୀ ନେଇ ବିକ୍ରୟ କରିବାକୁ ଏହି ହାଟକୁ ଆସୁଛନ୍ତି । ଏହି ହାଟରୁ ପ୍ରତିଦିନ ରାଜ୍ୟ ସମେତ ରାଜ୍ୟ ବାହାରକୁ ବହୁ ଦ୍ରବ୍ୟ ରପ୍ତାନୀ ହୋଇଥାଏ । ବର୍ତ୍ତମାନ ଓଡ଼ିଶାର ପନିପରିବା ଅଭାବି ବିକ୍ରି ଯୋଗୁ ହାଟରେ ପ୍ରଭାବ ପଡ଼ିଛି । ପ୍ରତିଦିନ ୫୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର କାରବାର ହେଉଥିବା ବେଳେ ବର୍ତ୍ତମାନ ଏହା ୫୦ ପ୍ରତିଶତକୁ ଖସି ଆସିଛି । ଅଞ୍ଚଳର ୮୦ଭାଗରୁ ଊଦ୍ଧ୍ୱର୍ ପରିବାର ପନିପରିବା ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଛନ୍ତିି । ଏବେ ସେମାନଙ୍କ ଜନଜୀବନରେ ସମସ୍ୟା ସୃଷ୍ଟି ହୋଇଛି । କୋବି ୧ଟଙ୍କାରୁ ୨ ଟଙ୍କା, ବିଲାତି ୧ ଟଙ୍କା, ବାଇଗଣ ୫ ଟଙ୍କାରୁ କମ୍ ମୂଲ୍ୟ ବିକି୍ର ହେଉଛି । ଚାଷୀ ତାର ଉତ୍ପାଦନ ଖର୍ଚ୍ଚ ଉଠାଇବାରେ ବିଫଳ ହୋଇଛି । ତୋଳିବଜାରକୁ ଆଣିବା ପରିବର୍ତ୍ତେ ବିଲରେ ଛାଡି ଦେଉଛି । ଚାଷୀ ପନିପରିବା ଫୋପାଡି ଦେଉଛନ୍ତି । କିଛି ଚାଷୀ ଅତ୍ୟନ୍ତ ନିମ୍ନ ମୂଲ୍ୟରେ ବିକି୍ର କରୁଛନ୍ତି । କୋବି ଚାଷୀଙ୍କ କଥା ନ କହିଲେ ଭଲ । ସେଗୁଡିକ ଉଡା ପୋକ ଲାଗିଯିବା ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଶୀତଳ ଭଣ୍ଡାର ବ୍ୟବସ୍ଥା ନଥିବାରୁ ଚାଷୀଙ୍କ ପାଇଁ ଏଭଳି ସମସ୍ୟା ଉପୁଜୁଥିବା ବୁଦ୍ଧିଜୀବୀ ମତ ରଖିଛନ୍ତି । ଶୀତଳ ଭଣ୍ଡାର ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ ହେଁ ତାହା ପ୍ରଶାସନର ଦୃଷ୍ଟି ଗୋଚର ହେଉନାହିଁ । ନିରୀହ ଚାଷୀ ହତାଶ ହୋଇଛନ୍ତି ।

ସେଆର କରନ୍ତୁ:



Powered by odothemes.com