Acharya-Harihar-regional-cancer-center-thare-Governing-body-meeting-(1)

ଦ୍ୱିତୀୟ କେନ୍ଦ୍ର ପାଇଁ ଜାଗା ଚିହ୍ନଟ ଉପରେ ଗୁରୁତ୍ୱ

15

କର୍କଟ କେନ୍ଦ୍ରର ସାଧାରଣ ପରିଷଦ ବୈଠକ
କଟକ,୧ା୩(ବୁ୍ୟରୋ): ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ଭିତ୍ତିଭୂମି ଅଭାବ ରହିଛି । କର୍କଟ ରୋଗୀଙ୍କ ସଂଖ୍ୟା ଦୃଷ୍ଟିରୁ ଏହାର ଭିତ୍ତିଭୂମି ସଠିକ ଭାବରେ ନଥିବାରୁ ରୋଗୀ ଉତ୍ତମ ଚିକିତ୍ସା ପାଇ ପାରୁ ନାହାନ୍ତି । ତେବେ ରୋଗୀଙ୍କୁ କିଭଳି ଉତ୍ତମ ଚିକତ୍ସା, ମାଗଣା ଔଷଧ ବଣ୍ଟନ କରାଯିବ ସେ ନେଇ କର୍କଟ କେନ୍ଦ୍ରର ସମ୍ମିଳନୀ କକ୍ଷରେ ବୁଧବାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ସଭ୍ୟ ତଥା କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ସୂଚନା ଦେଇଥିଲେ ଯେ, ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ବଢିବାର ଲାଗିଛି । ରୋଗୀ ଅନୁଯାୟୀ ସେମାନଙ୍କ ଚିକିତ୍ସା ପାଇଁ ସ୍ଥାନର ଅଭାବ ରହିଛି । କର୍କଟ ଚିକିତ୍ସା କେନ୍ଦ୍ର ପାଖରେ ଲାଗି ରହିଥିବା ବିଭିନ୍ନ କ୍ୱାର୍ଟର୍ସ ଗୁଡିକ ଭଙ୍ଗା ଯାଇ ସେହି ସ୍ଥାନ ଗୁଡିକ କର୍କଟ କେନ୍ଦ୍ରକୁ ପ୍ରଦାନ କରାଯାଆନ୍ତା ତେବେ ନୂତନ ବିଲ୍ଡିଂ ପ୍ରସ୍ତୁତ ପାଇଁ ସ୍ଥାନ ବାହାରି ପାରିବ । ଏହି ନୂତନ ସ୍ଥାନରେ ରୋଗୀଙ୍କ ପାଇଁ ଚିକିତ୍ସା କେନ୍ଦ୍ର, ବହିର୍ବିଭାଗ, ପ୍ରଶାସନିକ ବିଲ୍ଡିଂ, ପାଠାଗାର, ରୋଗୀ ସମ୍ପକୀୟଙ୍କ ରହଣୀସ୍ଥାନ ନିର୍ମାଣ କରାଯାଇ ପାରିବ । ତେବେ କର୍କଟ କେନ୍ଦ୍ର ବାହାରେ ଥିବା ସ୍ଥାନ ଗୁଡିକ କିଛି ଗୃହ ବିଭାଗ, ସାଧାରଣ ପ୍ରଶାସନର ଓ କଳ କାରଖାନ ମାଲିକଙ୍କ ନାମରେ ରହିଛି ।
ଖୁବ୍ଶୀଘ୍ର ବିଭିନ୍ନ ବିଭାଗକୁ ଡକାଇ ଏକ ବୈଠକ ଆୟୋଜିତ କରାଯିବ । ବୈଠକରେ ସେମାନଙ୍କ ଆଗରେ କର୍କଟ କେନ୍ଦ୍ରକୁ ଉକ୍ତ ସ୍ଥାନ ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦିଆଯିବ ବୋଲି ବିଧାୟକ ଶ୍ରୀ ବିଶ୍ୱାଳ କହିଥିଲେ । ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସଟିଏଫ)ରେ ଚିକିତ୍ସା ପାଇଁ ଅନେକ ରୋଗୀ ଆବେଦନ କରୁଛନ୍ତି । ତେବେ ସେମାନଙ୍କ ଆବେଦନକୁ କାର୍ଯ୍ୟକାରୀ ହେବାକୁ ୨ରୁ ୩ ଦିନ ସମୟ ଲାଗୁଛି । ସେମାନଙ୍କ ଆବେଦନକୁ ଗୋଟିଏ ଦିନରେ ଯେପରି କାର୍ଯ୍ୟକାରୀ ହେବ ସେ ଦିଗରେ ଧ୍ୟାନ ଦେବାକୁ ଦାବି ଉଠିଥିଲା । ଅନ୍ୟପଟେ ସରକାରଙ୍କ ପକ୍ଷରୁ ମାଗଣା ପ୍ରଦାନ କରାଯାଉଥିବା କେମୋ ଥେରାପି କର୍କଟ କେନ୍ଦ୍ରରେ ରୋଗୀ ନେବା କମି କମି ଯାଉଛି । କାରଣ ବିଭିନ୍ନ ଜିଲ୍ଲାରେ ସରକାର ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ପାଇଁ ମାଗଣା କେମୋ ଥୋରାପି ପ୍ରଦାନ କରୁଛନ୍ତି । ଫଳରେ ରୋଗୀ କର୍କଟ କେନ୍ଦ୍ରକୁ ନ ଆସି ସେହିଠାରେ କେମୋ ନେଉଛନ୍ତି । ତେବେ କର୍କଟ କେନ୍ଦ୍ରକୁ ଷ୍ଟେଟ କ୍ୟାନସର ଇନିଷ୍ଟିଚୁ୍ୟଟ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ୮୦ କୋଟି ଟଙ୍କାରୁ ୬୦ କୋଟି ଟଙ୍କା କର୍କଟ କେନ୍ଦ୍ରକୁ ପ୍ରଦାନ କରାଯାଇଛି ।
ଉକ୍ତ ଅର୍ଥରେ କର୍କଟ କେନ୍ଦ୍ରରେ ଥିବା ଲିନାକ ବିଲ୍ଡି ଜି+୬ର ଉପର ମହଲା କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି । ବିଲ୍ଡିଂ ପ୍ରସ୍ତୁତ ସହିତ ବିଭିନ୍ନ ଯନ୍ତ୍ରପାତି ଓ ଉନ୍ନତ ଧରଣର ମେସିନ ଏବଂ କର୍କଟ ଉପକରଣ ସାମଗ୍ରୀ କ୍ରୟ କରାଯିବ ବୋଲି କର୍କଟ କେନ୍ଦ୍ରର ନିଦେ୍ର୍ଦଶକ ଡ. ଲଲାଟେନ୍ଦୁ ଷଡଙ୍ଗୀ ସୂଚନା ଦେଇଛନ୍ତି । କର୍କଟ କେନ୍ଦ୍ରର କର୍ତ୍ତୃପକ୍ଷ ଆଶ୍ରୟ ସ୍ଥଳୀ ପାଇଁ ସ୍ଥାନ ପ୍ରଦାନ କରନ୍ତି ତେବେ ସିଏମସି ପକ୍ଷରୁ ରାତ୍ର ଆଶ୍ରୟସ୍ଥଳ ତିଆରି କରାଯିବ ବୋଲି ସିଏମସି ମେୟର ମିନାକ୍ଷୀ ବେହେରା କହିଛନ୍ତି । ଅନ୍ୟପକ୍ଷରେ କର୍କଟ ରୋଗ କେନ୍ଦ୍ର ପାଇଁ ହେବାକୁ ଥିବା ଦ୍ୱତୀୟ କ୍ୟାମ୍ପସ ନିର୍ମାଣ ପାଇଁ ଅନ୍ୟ ଠାରେ ଜାଗା ଦେଖିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କାରଣ ନରାଜ ଠାରେ ଚିହ୍ନଟ ହୋଇଥିବା ୬୫ ଏକର ଜମିକୁ ଇଡକୋ ଅଧିଗ୍ରହଣ କରିସାରିଛି । ଶେଷରେ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ବିଭିନ୍ନ ବିଭାଗକୁ ପରିଦର୍ଶନ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଦୀପ ଅମାତ, ଏସ୍ସିବି ଅଧ୍ୟକ୍ଷ ପ୍ରଫେସର ସିଦ୍ଧାର୍ଥ ଦାସ, ପ୍ରଶାସନିକ ଅଧିକାରୀ ପ୍ରତାପ ମିଶ୍ର, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ନାୟକଙ୍କ ସମେତ ବରିଷ୍ଠ ପ୍ରଫେସର, ଡାକ୍ତର ଏବଂ ବିଭିନ୍ନ ଯନ୍ତ୍ରୀ ଉପସ୍ଥତି ଥିଲେ ।




Powered by odothemes.com