RAJYA-ARTHAMANTRI-PRADEEP-AMAT-MUKHYAMANTRI-NABIN-PATNAIK-NKU-BUDGET--ATTACHI-HASTANTAR-KARUCHANTI--=-==(5)

କୃଷି ବଜେଟ୍: ୪ବର୍ଷରେ ବ୍ୟୟବରାଦ ଶତପ୍ରତିଶତ ବୃଦ୍ଧି

60

ଭୁବନେଶ୍ୱର, (ବୁ୍ୟରୋ): କୃଷି ଓ ଏହାର ଆନୁସଙ୍ଗିକ କ୍ଷେତ୍ର ପାଇଁ ଆଗତ ପୃଥକ ବଜେଟ୍ରେ ବ୍ୟୟ ଅଟକଳ ଚାରିବର୍ଷ ମଧ୍ୟରେ ଶତପ୍ରତିଶତ ବୃଦ୍ଧି ପାଇଛି । ୨୦୧୩-୧୪ରେ ପ୍ରଥମ କୃଷି ବଜେଟ୍ ପାଇଁ ବ୍ୟୟ ଅଟକଳ ୭୧୬୨ କୋଟି ଟଙ୍କା ଥିଲାବେଳେ ୨୦୧୭-୧୮ ଆର୍ଥିକ ବର୍ଷରେ ଏହା ୧୪,୯୩୦ କୋଟି ଟଙ୍କାରେ ପହଞ୍ଚôଛି ବୋଲି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ୍ ବିଧାନସଭାରେ ପ୍ରକାଶ କରିଛନ୍ତି । ୨୦୧୭-୧୮ ଲାଗି କୃଷି ବିଭାଗର ବଜେଟ୍କୁ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ଶ୍ରୀ ଅମାତ୍ କହିଥିଲେ ଯେ, ୨୦୧୭ ବିଶ୍ୱ ଅର୍ଥନୈତିକ ଦୃଶ୍ୟପଟ୍ଟ ମିଶି୍ରତ ସମ୍ଭାବନାର ସୂଚନା ଦେଉଛି । ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ପୂର୍ବାନୁମାନ ଅନୁଯାୟୀ ବିଶ୍ୱ ସାମଗ୍ରୀକ ଘରୋଇ ଉତ୍ପାଦର ଧୀରେ ଧୀରେ ସୁଧାର ଆସିବ ଏବଂ ସର୍ବୋପରି ବିକଶିତ ଓ ବିକାଶୋନ୍ମୁଖୀ ଅର୍ଥନୀତିରେ ଅନୁରୂପ ପ୍ରତିଫଳନ ହେବ । ତେବେ ଦ୍ରବ୍ୟ ମୂଲ୍ୟ ଓ ଯୁକ୍ତରାଷ୍ଟ୍ର ଆମେରିକା ଫେଡେରାଲ୍ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତିରେ ଅନିଶ୍ଚିତତା ଏବଂ ସଂରକ୍ଷଣବାଦୀ ବାଣିଜ୍ୟ ନୀତିଯୋଗୁଁ ବିକାଶୋନ୍ମୁଖୀ ଦେଶମାନଙ୍କର ପୁଞ୍ଜିନିବେଶ ଓ ରପ୍ତାନି ପ୍ରଭାବିତ ହୋଇପାରେ । ଚଳିତବର୍ଷ ବିମୁଦ୍ରୀକରଣ ଯୋଗୁଁ ଜାତୀୟସ୍ତରରେ ସାମଗ୍ରୀକ ଘରୋଇ ଉତ୍ପାଦ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି । ଚଳିତବର୍ଷର ନଭେମ୍ବର ପରବର୍ତ୍ତୀ ସମୟରେ ବିମୁଦ୍ରୀକରଣ ଯୋଗୁଁ ଓଡ଼ିଶା ଅର୍ଥନୀତିରେ ଏହାର ପ୍ରଭାବ ପଡ଼ିଛି । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଚଳିତବର୍ଷ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ହାର ସ୍ଥିର ମୂଲ୍ୟ ଅନୁଯାୟୀ ୭.୯୪% ଏବଂ ଚଳନ୍ତି ମୂଲ୍ୟ ଅନୁଯାୟୀ ୧୦.୮୫% ହେବ ବୋଲି ଆକଳନ ହୋଇଛି । ଯାହା କେବଳ କୃଷି କ୍ଷେତ୍ରର ଅଭିବୃଦ୍ଧି ଯୋଗୁଁ ସମ୍ଭବ ହୋଇଛି । ଏହି ଆକଳନ ଜାତୀୟ ସ୍ତରର ଅଭିବୃଦ୍ଧି ଠାରୁ ଅଧିକ । ତେବେ ୨୦୧୭-୧୮ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮%ରୁ ୮.୫% ହେବ ବୋଲି ଆଶା କରାଯାଉଛି । ରାଜ୍ୟର ୬୨% ଲୋକଙ୍କୁ କୃଷି, ପଶୁଧନ ଓ ମତ୍ସ୍ୟସମ୍ପଦ, ନିଯୁକ୍ତି ଏବଂ ଜୀବିକା ଯୋଗାଇଥାଏ । ଘରୋଇ ଉତ୍ପାଦର ଏହା ପ୍ରାୟ ୧୭.୫% । କୃଷି କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ଦ୍ୱାରା ଦାରିଦ୍ର୍ୟ ହ୍ରାସ ପାଇବା ସହ କୃଷି ଉପରେ ନିର୍ଭରଶୀଳ ଲୋକଙ୍କ ଆର୍ଥିକ ବ୍ୟବସ୍ଥାର ଉନ୍ନତି ଘଟିବ । ୫ବର୍ଷ ମଧ୍ୟରେ ରାଜ୍ୟକୁ ୪ର୍ଥ ଥର ପାଇଁ କୃଷିକର୍ମଣ ପୁରସ୍କାର ମିଳିଛି । ୨୦୧୬-୧୭ ଆର୍ଥିକ ବର୍ଷରେ ଖାଦ୍ୟଶସ୍ୟ ଉତ୍ପାଦନ ୧୧୫ଲକ୍ଷ ମେଟି୍ରକ୍ ଟନ୍ରେ ପହଞ୍ଚôବ ବୋଲି ଆଶା କରାଯାଉଛି । ଫସଲର ସଫଳ ଉତ୍ପାଦନ ପାଇଁ ମୃତ୍ତିକା ପରୀକ୍ଷା ଅନିବାର୍ଯ୍ୟ । ସେଥିପାଇଁ ୨୭ଟି ସ୍ଥାୟୀ ଓ ୨୪ଟି ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ସ୍ଥାପନ ହୋଇଛି । ସମନ୍ୱିତ ଜଳଛାୟା ପରିଚାଳନା ଯୋଜନାରେ ୧୫୫ କୋଟି ଟଙ୍କା ଅଧିକ ବ୍ୟୟବରାଦ କରାଯିବ । ମୃତ୍ତିକା ସଂରକ୍ଷଣ ସଂଗଠନ ଦ୍ୱାରା ଏହି କାର୍ଯ୍ୟକ୍ରମର ରୂପାୟନ ପାଇଁ ବ୍ୟୟବରାଦ ୩୯୭ କୋଟି ଟଙ୍କାରୁ ୫୪୯ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ସାର ଓ ବିହନ ଯୋଗାଇବା ଉଦେ୍ଦଶ୍ୟରେ ଗଠିତ ହୋଇଥିବା ୧୦୦ କୋଟି ଟଙ୍କାର ରିଭଲ୍ଭିଂ ପାଣ୍ଠିକୁ ଚଳିତବର୍ଷ ମଧ୍ୟ ଚାଲୁ କରାଯିବ । ଆଧୁନିକ ଯନ୍ତ୍ରପାତି ପ୍ରୟୋଗ ଦ୍ୱାରା ଚାଷର ମାନ ଉନ୍ନତି ହେବ । ଯାନ୍ତ୍ରିକରଣ କାର୍ଯ୍ୟକ୍ରମ ପାଇଁ ୩୩୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଉଦ୍ୟାନ କୃଷି, ଫୁଲ ଚାଷ ଓ ମସଲା ଚାଷର ଉନ୍ନତି ପାଇଁ ଜାତୀୟ ଉଦ୍ୟାନ କୃଷି ମିଶନ୍ ଲାଗି ୧୦୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଜଳସେଚନକୁ ଗୁରୁତ୍ୱ ଦିଆଯାଇଛି । ୨୦୧୭-୧୮ ଆର୍ଥିକ ବର୍ଷରେ ୨.୯୫ ହେକ୍ଟର ଜମିକୁ ଜଳସେଚିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତ୍ୱରିତ ଜଳସେଚନ ସୁବିଧା ଯୋଜନା ଅଧୀନରେ ଚାଲୁ ରହିଥିବା ୮ଟି ଯୋଜନା ଲାଗି ୨୩୭୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୫୪୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନା ଅଧୀନରେ ୪ହଜାର ଆଡିବନ୍ଧ ନିର୍ମାଣ ପାଇଁ ୪୫୬କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅଚଳ ଉଠାଜଳସେଚନ ପଏଣ୍ଟର ପୁନରୁଦ୍ଧାର ଲାଗି ୧୨୦କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ବିଜୁ କୃଷକ ବିକାଶ ଯୋଜନା ପାଇଁ ୬୨୦ କୋଟି ବ୍ୟୟବରାଦ କରାଯାଇଛି । ଜଳଭଣ୍ଡାରର ନିରାପତ୍ତାଜନିତ ସଂରକ୍ଷଣ ଓ ନଦୀବନ୍ଧ ପୁନର୍ବିନ୍ନ୍ୟାସ ଓ ଉନ୍ନତିକରଣ ଯୋଜନା ବିଶ୍ୱବ୍ୟାଙ୍କ ସହାୟତାରେ କାର୍ଯ୍ୟକାରୀ ହେଉଛି । ହୀରାକୁଦ ବନ୍ଧର ସୁରକ୍ଷା ଲାଗି ଆଡିସିନାଲ୍ ସ୍ପିଲ୍ୱେର ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ କାର୍ଯ୍ୟ ପାଇଁ ୮୭୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ୨୦୧୭-୧୮ ଆର୍ଥିକ ବର୍ଷରେ ଜଳସେଚନ ବିଭାଗର ବ୍ୟୟବରାଦ ଗତବର୍ଷ ତୁଳନାରେ ୨୭% ବୃଦ୍ଧି କରାଯାଇଛି ୯୨୦୦ କୋଟି ଟଙ୍କାରେ ପହଞ୍ଚôଛି । ସମବାୟ ସଂସ୍ଥାମାନେ ୬୫% ଶସ୍ୟଋଣ ରାଜ୍ୟରେ ଦେଇଥାନ୍ତି । ଚାଷୀଙ୍କୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୧% ଓ ଏହାଠୁ ଅଧିକ ଋଣ ଉପରେ ୨% ସୁଧ ଦେବାକୁ ପଡ଼ିବ । ସୁଧ ରିହାତି ବାବଦରେ ୨୦୧୭-୧୮ରେ ୪୩୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଦୁର୍ବଳ ପ୍ରାଥମିକ କୃଷି ସମବାୟ ସମିତି ପାଇଁ ୭କୋଟି ଟଙ୍କାର ବ୍ୟବସ୍ଥା ରହିଛି । ଚାଷୀମାନଙ୍କୁ ସେମାନଙ୍କ ଆବଶ୍ୟକ ଅନୁସାରେ ଋଣ, ସାର, ବିହନ, ଭଡ଼ା ସୂତ୍ରରେ କୃଷି ଉପକରଣ, ଭଣ୍ଡାରଗୃହ ସୁବିଧା ଓ ବିପଣନ ସମେତ ସମସ୍ତ ଆବଶ୍ୟକତାକୁ ଗୋଟିଏ ସ୍ଥାନରେ ଉପଲବ୍ଧ କରାଇବା ପାଇଁ ପ୍ରାଥମିକ କୃଷି ସମବାୟ ସମିତିକୁ ୱାନ୍ ଷ୍ଟପ୍ ସପ୍ରେ ରୂପାନ୍ତରିତ କରିବାକୁ ପ୍ରସ୍ତୁତ ରହିଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟ ସରକାରଙ୍କ ଅଂଶ ବାବଦରେ ୨୬୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କ୍ଷାରୀୟ ଜଳରେ ଚିଙ୍ଗୁଡ଼ି ଉତ୍ପାଦନ ବୃଦ୍ଧି ନିମନ୍ତେ ୩୨ଟି ସମ୍ମିଳିତ ସ୍ଥାନ ଚିହ୍ନଟ କରାଯାଇଛି । ମତ୍ସ୍ୟଚାଷ ପାଇଁ ନୂତନ ଜଳାଶୟ ସୃଷ୍ଟି ନିମନ୍ତେ ମତ୍ସ୍ୟଚାଷୀଙ୍କୁ ଉତ୍ସାହିତ କରିବାପାଇଁ ୫୦% ସରକାରୀ ପ୍ରୋତ୍ସାହନ ଦେବାକୁ ବ୍ୟବସ୍ଥା କରାଯାଇଛି ଏବଂ ୧୫୦୦ ହେକ୍ଟର ପରିମିତ ଅଧିକ ଜଳାଶୟ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ପାଇଁ ୪୮କୋଟି ଟଙ୍କା ବ୍ୟୟବରାଦ ହୋଇଛି । ନୀଳ ବିପ୍ଲବ ଯୋଜନା ଲାଗି ୨୨ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିଲାବେଳେ ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥାମାନଙ୍କ ଦୃଢ଼ୀକରଣ ଯୋଜନା ଅଧୀନରେ ୧୧କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୫୭ଲକ୍ଷ କୃଷକ ପରିବାରଙ୍କ ସ୍ୱାସ୍ଥ୍ୟବୀମା ନିମନ୍ତେ ୮୮କୋଟି ବ୍ୟୟବରାଦ କରାଯାଇଥିବାବେଳେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୭୦୮ କୋଟି ବ୍ୟୟବରାଦ ହୋଇଛି ।




Powered by odothemes.com