rajnagar-photo-2

ଖୋଲିଲା ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ର

23

ରାଜନଗର (ଆପ୍ର): ଭିତରକନିକା ଜାତୀୟ ଉଦ୍ୟାନରେ କୃତିମ ଉପାୟରେ ବଉଳା କୁମ୍ଭୀରଙ୍କ ପ୍ରଜନନ କେନ୍ଦ୍ରର ପୁନର୍ଦ୍ଧାର କାର୍ଯ୍ୟ ପାଇଁ ୨୦୧୨ ମସିହାରୁ ବନ୍ଦ ଥିଲାବେଳେ ଚଳିତ ମାସରୁ ଏହି କେନ୍ଦ୍ରଟି ପର୍ଯ୍ୟଟ୍ଟକଙ୍କ ପାଇଁ ଖୋଲାଯିବା ପରେ ପର୍ଯ୍ୟଟ୍ଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ଏହି କେନ୍ଦ୍ରରେ ୬ମାସିଆ କୁମ୍ଭୀର ଛୁଆ ୪୨ଟି, ୧-୨ ବର୍ଷିଆ କୁମ୍ଭୀର ଛୁଆ ୩୨ଟି ଓ ୨-୩ ବର୍ଷ ମଧ୍ୟରେ କୁମ୍ଭୀର ଛୁଆ ୫୫ଟି ସମେତ ମୋଟ୍ ୧୨୯ଟି କୁମ୍ଭୀର ଛୁଆ ୧୦ଟି କୋଠରୀ ମଧ୍ୟରେ ରହିଥିବା ନଜିର ଆସିଛି । ପ୍ରାପ୍ତ ସୂଚନାନୁଯାୟୀ, ୨୦୧୨ରେ ଜାଲି ତିଆରି ପ୍ରଜନନ କେନ୍ଦ୍ରକୁ ଭାଙ୍ଗି ଦିଆଯାଇ ସେହି ସ୍ଥାନରେ ନୂତନ ପ୍ରଜନନ କେନ୍ଦ୍ର ନିର୍ମାଣ କରାଯାଇଥିଲା । ତକ୍ରାଳୀନ କେନ୍ଦ୍ର ପରିବେଶ ମନ୍ତ୍ରୀ ଜୟରାମ ରମେଶ ଶିଳାନ୍ୟାସ କରିବା ପରେ ଆଇସିଜେଡ୍ଏମ୍ପି ଅନୁଦାନରେ ୬୭ଲକ୍ଷ ବ୍ୟୟରେ ଏହି କୁମ୍ଭୀର ପ୍ରଜନନନ କେନ୍ଦ୍ର ନିର୍ମାଣ କରାଯାଇଛି ।




Powered by odothemes.com