congress-press-meet-(2)

ନୈରାଶ୍ୟଜନକ ଫଳ ପାଇଁ ନିଜକୁ ଦାୟୀ କଲେ ପ୍ରସାଦ

57

ଭୁବନେଶ୍ୱର,(ବୁ୍ୟରୋ): ତି୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିଛିି । ପାଞ୍ଚଟି ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶେଷ ହୋଇଛି । ପାଞ୍ଚଟି ପର୍ଯ୍ୟାୟରେ ବିଜେଡି ଆଗୁଆ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ବିଜେପିି । କିନ୍ତୁ କଂଗ୍ରେସ ପ୍ରାୟ ସବୁ ଜିଲ୍ଲାରେ ପଛରେ ପଡ଼ିଯାଇଛି । ତେବେ କଂଗ୍ରେସ ତାର ସ୍ଥିତି ହରାଇଛି ବୋଲି ଦଳର ନେତାମାନେ ମାନିଛନ୍ତି । କଂଗ୍ରେସର ନୈରାଶ୍ୟଜନକ ନିର୍ବଚନୀ ଫଳାଫଳ ପାଇଁ ନିଜେ ଦାୟୀ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି । ପଞ୍ଚାୟତ ନିର୍ବାଚନରେ କଳାଧନ ଟଙ୍କା କାରବାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ସେ ଅଭିଯୋଗ କରିଛନ୍ତି । ନିର୍ବାଚନ କମିଶନଙ୍କ ଫଳାଫଳ ପ୍ରକାଶ ପରେ ଅଖିଳ ଭାରତ କଂଗ୍ରେସ କମିଟିକୁ ରିପୋର୍ଟ ପ୍ରଦାନ କରାଯିବ । ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ମୋ’ ଉପରେ ନିର୍ବାଚନ ପରିଚାଳନା ଦାୟିତ୍ୱ ନ୍ୟସ୍ତ ଥିଲା । ଅଦ୍ୟାବଧି ଜଣାପଡିଥିବା ଫଳାଫଳରୁ ଝାରସୁଗୁଡା ଜିଲ୍ଲାରେ ଜିଲ୍ଳାପରିଷଦ ଗଠନ ପାଇଁ କଂଗ୍ରେସକୁ ସ୍ପଷ୍ଟ ଜନମତ ମିଳିଥିବାରୁ ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ତଥା ବିଧାୟକ ନବ ଦାସ ଓ ବିଜୟୀ ପ୍ରାର୍ଥୀଙ୍କୁ ଶ୍ରେୟ ଦେଉଛି । ରାୟଗଡା, ଗଜପତି ଓ ନୂଆପଡା ଜିଲ୍ଲାରେ କଂଗ୍ରେସ ଅନ୍ୟଦଳମାନଙ୍କ ଠାରୁ ଆଗୁଆ ରହିଥିବାର ଶ୍ରେୟ ସ୍ଥାନୀୟ ସଂଗଠନ ଓ ନେତୃବୃନ୍ଦଙ୍କର ଅଟେ । ବିଜେପି ଓ ବିଜେଡି ରାଜ୍ୟ ସାରା କଳଟଙ୍କା ବିଛେଇଲେ । ନିର୍ବାଚନ କମିଶନ ନୀରବ ହୋଇ ବସିଲେ । ବିଜେଡି ପାଇଁ ରାଜ୍ୟ ସରକାରୀ କଳ ଏବଂ ବିଜେପି ପାଇଁ କେନ୍ଦ୍ର ସରକାରୀ କଳ ଓ ପଡୋଶୀ ରାଜ୍ୟର ସରକାରୀ କଳ କାର୍ଯ୍ୟ କଲେ । ଗାଁ ଗଣ୍ଡାର ଆକାଶରେ ଗଣ୍ଡା ଗଣ୍ଡା ହେଲିକପ୍ଟର ଉଡ଼ିଲା । ମୁଖ୍ୟମନ୍ତ୍ରୀମାନେ ପଞ୍ଚାୟତରେ ଭୋଟ ପ୍ରଚାର କଲେ । ଏସବୁକୁ କଂଗ୍ରେସ ଟକ୍କର ଦେଇପାରିଲା ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।




Powered by odothemes.com