SASTRIYA-BHASA-O-JATIYA-ALOCHANACHACK-AT-SANSKRUTI-UNIVERSITY-(2)

ଭାଷାର କ୍ରମବିକାଶ ଅପରିହାର୍ଯ୍ୟ

32

ଭାଷା, ଭାଷା ବିଜ୍ଞାନ ଏବଂ ଶାସ୍ତ୍ରୀୟ ଭାଷା ଆଲୋଚନାଚକ୍ର
ଭୁବନେଶ୍ୱର, (ବୁ୍ୟରୋ) : ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଭାଷାତତ୍ତ୍ୱ ବିଭାଗ ଆନୁକୂଲ୍ୟରେ ‘ଭାଷା, ଭାଷା ବିଜ୍ଞାନ ଏବଂ ଶାସ୍ତ୍ରୀୟ ଭାଷା’ ପ୍ରସଙ୍ଗରେ ଏକ ଜାତୀୟ ଆଲୋଚନାଚକ୍ର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କମଳକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଷାର କ୍ରମବିକାଶ ଓ ଏହାର ସାମଗ୍ରିକ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ହାଇଦ୍ରାବାଦସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାଷା ବିଜ୍ଞାନୀ ପ୍ରଫେସର ପଞ୍ଚାନନ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଭାଷାର ଶାସ୍ତ୍ରୀୟ ମାନ୍ୟତା ଓ ଏହାର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ । ଏଥିସହ ଓଡ଼ିଆ ଭାଷାର ପ୍ରାଚୀନତା ସଂପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅବତାରଣା କରିଥିଲେ । ବିଶିଷ୍ଟ ଭାଷାତତ୍ତ୍ୱବିତ୍ ପ୍ରଫେସର ଖଗେଶ୍ୱର ମହାପାତ୍ର ଓ ପ୍ରଫେସର ବିଏନ୍ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାଷା ଓ ଭାଷାବିଜ୍ଞାନର ମୌଳିକତା ସଂପର୍କରେ ମତ ଦେଇଥିଲେ । ଏହି ଅବସରରେ ପ୍ରଫେସର କମଳକାନ୍ତ ମିଶ୍ର ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଜାତୀୟ ଆଲୋଚନାଚକ୍ର ଉଭୟ ଭାଷାର ଶାସ୍ତ୍ରୀୟ ମହତ୍ୱ ପ୍ରତିଷ୍ଠା ଓ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ଦିଗରେ ସହାୟକ ହେବ ବୋଲି କହିଛନ୍ତିି ।
କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ସୁମନ ଦାସ ସ୍ୱାଗତ ଭାଷଣ ଓ ଅତିଥି ପ୍ରରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ସ୍ନାତୋକତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଜଗନ୍ନାଥ କୁଅଁର ଧନ୍ୟବାଦ ଦେଇଥିଲେ । ଏହି ଜାତୀୟ ଆଲୋଚନାଚକ୍ରର ଦୁଇଟି ଅଧିବେଶନରେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ପ୍ରଫେସର ଗୋପବନ୍ଧୁ ମିଶ୍ର, ପ୍ରଫେସର ରବୀନ୍ଦ୍ରନାଥ ମିଶ୍ର, ପ୍ରଫେସର ସ୍ମିତା ସିହ୍ନା, ଡ. କୀର୍ତ୍ତନ ନାରାୟଣ ପାଢ଼ୀ, ଡ. ମୃତୁ୍ୟଞ୍ଜୟ ରଥ, ଡ. ସଞ୍ଜୟ ଲେଙ୍କା ପ୍ରମୁଖ ବହୁ ଭାଷାବିଜ୍ଞାନୀ, ଶିକ୍ଷାବିତ୍, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଉଦ୍ୟାପନୀ ସମାରୋହରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।




Powered by odothemes.com