aska-block

ଆସିକା: ୩୨୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୨୦୧୬୭ ଭୋଟର୍

42

ଆସିକା (ଆପ୍ର): ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଆସିକା ବ୍ଳକର ୪୦୨ ଭୋଟ ଗ୍ରହଣ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଠାରେ ୨୭ ପଞ୍ଚାୟତ ଥିବା ବେଳେ ଭୋଟର ସଂଖ୍ୟା ୧ଲକ୍ଷ ୨୦ହଜାର ୧୬୭ ଓ ବୁଥ୍ ସଂଖ୍ୟା ୪୦୨ । ଦୁଇଟି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଅବଶିଷ୍ଠ ୨୫ଟିରେ ୮୪ଜଣ ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ସେହିଭଳି ୫ ସମିତିସଭ୍ୟ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱି ଭାବେ ନିର୍ବାଚିତ ହୋଇଥିଲା ବେଳେ ଅବଶିଷ୍ଟ ୨୨ଟି ପଞ୍ଚାୟତରେ ୫୮ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ଏତଦ୍ଭିନ୍ନ ୧୬୩ ୱାର୍ଡସଭ୍ୟ ରଣାଙ୍ଗନରେ ଅଛନ୍ତି ଓ ବହୁ ପଞ୍ଚାୟତରେ ୱାର୍ଡସଭ୍ୟମାନେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇସାରିଛନ୍ତି । ଆସିକା ବ୍ଳକର ୪ଟି ଜିଲ୍ଲା ପରିଷଦ ଜୋନ୍ରେ ୧୫ଜଣ ପ୍ରାର୍ଥୀ ଲଢ଼ୁଛନ୍ତି । ରବିବାର ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ସମୁଦାୟ ୩୨୦ ପ୍ରାର୍ଥୀଙ୍କ ଭାଗ୍ୟ ୧ଲକ୍ଷ ୨୦ହଜାର ୧୬ ଭୋଟର୍ ନିର୍ଦ୍ଧାରଣ କରିବେ । ମତଦାନକୁ ଅବାଧ ଓ ନିରପେକ୍ଷ ଭାବେ ସଂପନ୍ନ କରିବା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି । ସକାଳ ୭ଟାରୁ ଭୋଟ ଗ୍ରହଣ କରାଯାଇ ଅପରାହ୍ନରେ ଗଣତି ହେବ । ସମସ୍ତ ମତଦାନ କେନ୍ଦ୍ରରେ ପୋଲିଂ ପାର୍ଟି ପହଞ୍ଚô ସାରିଛନ୍ତି । ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥ୍ ଗୁଡିକରେ ସିସିଟିଭି ଓ ଭିଡିଓଗ୍ରାଫି ମାଧ୍ୟମରେ ପୁରା ପ୍ରକ୍ରିୟା ଉପରେ ନଜର ରଖିବା ପାଇଁ ପଦକ୍ଷେପ ନିଆଯାଇଛି । ଜିଲ୍ଲା ପରିଷଦ ନିର୍ବାଚନ ଫଳାଫଳକୁ ନେଇ ଶାସକ ବିଜୁ ଜନତା ଦଳ ସମେତ କଂଗ୍ରେସ, ବିଜେପି ଓ କମୁ୍ୟନିଷ୍ଟ ବେଶ୍ ଆଶାବାଦୀ ଥିବା ଜଣାପଡିଛି । ଚଳିତ ଥର ଦଳ ଅପେକ୍ଷା ବ୍ୟକ୍ତିତ୍ୱ ଓ ଦକ୍ଷତାକୁ ଗ୍ରାମାଞ୍ଚଳର ଭୋଟର୍ ମାପକାଠି କରିଥିବା ଲକ୍ଷ୍ୟ କରାଯାଇଛି । ୨୦୧୨ ପଞ୍ଚାୟତ ନିର୍ବାଚନରେ ଆସିକା ବ୍ଳକର ୪ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୩ଟିରେ ବିଜେଡି ଓ ଗୋଟିଏ ଜୋନ୍ରେ କଂଗ୍ରେସ ପ୍ରାର୍ଥୀ ବିଜୟଲାଭ କରିଥିଲେ । ତେବେ ଚଳିତ ନିର୍ବାଚନରେ ଆସିକା ବ୍ଳକର ୪ଟି ଜିଲ୍ଲା ପରିଷଦ ଜୋନ୍ରୁ ତିନୋଟି ଜୋନ୍ରେ କଂଗ୍ରେସ, ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଥିବା ବେଳେ ଗୋଟିଏ ଜୋନ୍ରେ କମୁ୍ୟନିଷ୍ଟ, ବିଜେଡି ଓ ବିଜେପି ମଧ୍ୟରେ ମୁକାବିଲା ହେଉଥିବା ପରିଲକ୍ଷିତ ହୋଇଛି । ପ୍ରଥମ ପର୍ଯ୍ୟାୟରୁ ଆରମ୍ଭ କରି ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ବିଜେପି ଝଟ୍କା ଦେଇଛି । ତେବେ ଚତୁର୍ଥ ପର୍ଯ୍ୟାୟର ଫଳାଫଳ କଣ ହେବ ତାହାକୁ ନେଇ ସମସ୍ତେ ଅପେକ୍ଷା କରିଛନ୍ତି । ସେମିଫାଇନଲ୍ କୁହାଯାଉଥିବା ଏହି ପଞ୍ଚାୟତ ନିର୍ବାଚନର ଫଳାଫଳ ସନ୍ତୋଷଜନକ ନହେଲେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ମଙ୍ଗ ଧରିଥିବା ରାଜନେତା ମାନଙ୍କ ଭବିଷ୍ୟତ ଅନିଶ୍ଚତ ବୋର ଆଶଙ୍କାକୁ ଏଡ଼ାଇ ଦେଇ ହେଉନି ।




Powered by odothemes.com