kanas-(1)

କଣାସରେ ନାମକୁ ମାତ୍ର ପାଇପ୍ ଜଳ ଯୋଗାଣ ପ୍ରକଳ୍ପ

43

କଣାସ (ଆପ୍ର): କେନ୍ଦ୍ର ଓ ରାଜ୍ୟସରକାର ପ୍ରତ୍ୟେକ ଗ୍ରାମକୁ ସ୍ୱାସ୍ଥ୍ୟସେବା, ପାନୀୟଜଳ ଯୋଗାଣ, ବିଦୁ୍ୟତ୍ ସଂଯୋଗ, ଶିକ୍ଷାବ୍ୟବସ୍ଥା ଓ ରାସ୍ତାଘାଟ ନିର୍ମାଣ ପାଇଁ କୋଟିକୋଟି ଟଙ୍କାଖର୍ଚ୍ଚ କରୁଥିବା ବେଳେ କଣାସ ବ୍ଲକରେ କେତୋଟି ହାତଗଣତି ଗ୍ରାମକୁ ପାଇପ ମାଧ୍ୟମରେ ପାନୀୟଜଳ ଯୋଗାଇଦେବା ପାଇଁ ପ୍ରକଳ୍ପମାନ ନିର୍ମାଣ କରାଯାଇ ଜନସାଧାରଣଙ୍କୁ ବିଶୁଦ୍ଧଜଳ ପରିବର୍ତ୍ତେ ଜହରଜଳ ଯୋଗାଇଦିଆଯାଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଖବରରୁ ଜଣାପଡିଛି ଚିଲିକା ଉପକୂଳରେ ଅବସ୍ଥାପିତ କଣାସ ବ୍ଲକ୍ର ବର୍ଷସାରା ପାନୀୟଜଳ ସମସ୍ୟା ଲାଗିରହିଥିବାରୁ ଅଂଚଳର ଜନସାଧାରଣ ପାଇପ ମାଧ୍ୟମରେ ପାନୀୟଜଳ ଯୋଗାଇଦେବା ପାଇଁ ବାରମ୍ବାର ଦାବି କରିବାରୁ ରାଜ୍ୟସରକାର ଦୟାନଦୀର ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାଇପ୍ ଜଳ ପ୍ରକଳ୍ପ ନିର୍ମାଣ କରିଛନ୍ତି । କଣାସରେ ନାମକୁ ମାତ୍ର ପାଇପ୍ ଜଳ ଯୋଗାଣ ପ୍ରକଳ୍ପନଦୀରୁ ଜଳପତନ ହ୍ରାସପାଇବା ସହିତ ଦଳପୂର୍ଣ୍ଣ ହୋଇ ରହିଥିବାରୁ ପାଇପ ଜଳ ପ୍ରକଳ୍ପକୁ ନଦୀର ବିଶୁଦ୍ଧ ଦୁର୍ଗନ୍ଧଯୁକ୍ତ ଜଳ ପାଇପଜଳ ପ୍ରକଳ୍ପକୁ ଯାଉଥିବାବେଳେ ସେଥିରେ ବସିଥିବା ନିମ୍ନମାନର ଫିଲଟରଗୁଡିକ ଅଚଳହୋଇ ପଡିଥିବାରୁ ଜନସାଧାରଣଙ୍କୁ ସିଧାସଳଖ ନଦୀର ଜହରଜଳକୁ ଯୋଗଇଦିଆଯାଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେବାସହ ଲୋକମାନେ ପାନୀୟଜଳ ପାଇଁ ଡହଳବିକଳ ହେଉଛନ୍ତି । ଗଡିଶାଗୋଦା ନିକଟ ପାନୀୟଜଳ ପ୍ରକଳ୍ପରୁ ଗଡିଶାଗୋଦା, ବିଲପାଟଣା, ସାଶନ, ନଇକୂଳପାଟଣା, ଯାମଳଗୋଦା ଗ୍ରାମକୁ ଜଳଯୋଗାଣ ବ୍ୟବସ୍ଥାକରାଯାଇଥିବା ବେଳେ ଦୟାନଦୀରେ ସ୍ୱଳ୍ପଜଳ ଥିବା ସହିତ ଦଳଜମା ହୋଇଥିବାରୁ ସେହିଜଳକୁ ସିଧାସଳଖ ଫିଲ୍ଟର ଅଚଳ ଯୋଗୁଁ ଲୋକଙ୍କ ପାଖକୁ ସିଧା ନଦୀଜଳ ପଠାଇ ଦିଆଯାଉଛି । ଉକ୍ତଜଳ ପଙ୍କବାଲି ମିଶ୍ରିତ ହେବାସହ ଦୁର୍ଗନ୍ଧରେ ନାକ ଫାଟିପଡୁଥିବାରୁ ସ୍ଥାନୀୟ ଲୋକମାନେ ବିଭାଗୀୟ କନିଷ୍ଠଯନ୍ତ୍ରୀ ରଂଜନ କୁମାର ସାମନ୍ତରାୟଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଉକ୍ତ ଜଳ ପାନୀୟଜଳ ପରିବର୍ତ୍ତେ ନିତ୍ୟବ୍ୟବହାର କରି ଅନେକ ଲୋକ ଚର୍ମରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହେଉଛି ।

ସେଆର କରନ୍ତୁ:



Powered by odothemes.com