kakatpur

ବିଧାୟକଙ୍କ ମାରାଥନ ନିର୍ବାଚନୀ ରାଲି

37

କାକଟପୁର (ଆପ୍ର):ପଞ୍ଚାୟତ ନିର୍ବାଚନ ପାଇଁ ସମଗ୍ର କାକଟପୁର ବ୍ଲକ ଅଚଂଳରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଗାଡିରେ ନିଜ ପ୍ରାର୍ଥୀ ଓ ଦଳ ସପକ୍ଷରେ ପଚାର କରାଯାଉଥିବା ବେଳେ, ପ୍ରାର୍ଥୀମାନେ ଘର ଘର ବୁଲି ଭୋଟରଙ୍କୁ ନିଜ ସପକ୍ଷରେ ମତଦାନ କରିବାକୁ ଅନୁରୋଧ କରୁଥିବା ଦେଖାଯାଉଛି । କାକଟପୁର ବ୍ଲକର ୭ନଂ ଜିଲ୍ଲାପରିଷଦ ଜୋନ ଅଚଂଳରେ ଗୁରୁବାର ବିଜେଡି ପକ୍ଷରୁ ରୋଡ ଶୋ କରାଯାଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରାଯାଇଥିଲା । ୫୦୦ରୁ ଊଦ୍ଧ୍ୱର୍ ମୋଟର ସାଇକେଲରେ କର୍ମୀ ଦଳୀୟ ପତାକା ଲଗାଇ ମଙ୍ଗଳା ମନ୍ଦିରଠାରୁ ବାହାରି ଗାଁ ଗାଁ ପରିକ୍ରମା କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ସ୍ଲୋଗାନମାନ ଦେଇଥିଲେ । ଏକ ଖୋଲା ଜିପ୍ରେ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ୭ନଂ ଜୋନ୍ର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଛବି ପରିଡା, କାକଟପୁର ବ୍ଲକର କାକଟପୁର, ଓଥକା, ସୁହାଣପୁରୁ, କୁଣ୍ଢେଇ, ଜଳେଶ୍ୱରପଡା ପ୍ରଭୃତି ପଞ୍ଚାୟତର ବିଭିନ୍ନ ଗାଁ ବୁଲି ଦଳୀୟ ପ୍ରାର୍ଥୀ ଏବଂ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ । ନବୀନ ସରକାର କିଭଳି ଦୀର୍ଘ ୧୭ବର୍ଷ ଧରି ଜନସାଧାରଣଙ୍କ ସହିତ ସୁଖରେ ଦୁଃଖରେ ରହି ଆସିଛି ଏବଂ ଜନନୀ ସୁରକ୍ଷା ଯୋଜନାଠାରୁ ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ଅନେକ ଜନହିତକର ଯୋଜନା ଓଡିଶାର ଲୋକଙ୍କ ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ବ୍ୟବସ୍ଥା କରିଛନ୍ତି ଓ ଏହିଭଳି ଅନେକ ଯୋଜନା ସମ୍ପର୍କରେ ବିଧାୟକ ପଞ୍ଚାୟତରବାସୀଙ୍କୁ ଅବଗତ କରାଇଥିଲେ । ବିଜେଡି ପକ୍ଷରୁ କାକଟପୁର ବ୍ଲକର ଜିଲ୍ଲା ପରିଷଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବାକୁ ଅନୁରୋଧ କରିଥିଲେ । ଏହି ବିଶାଳ ମଟରସାଇକେଲ ରାଲିରେ ବିଧାୟକ ସୁରେନ୍ଦ୍ର ସେଠୀଙ୍କ ସହିତ ୭ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ଛବି ପରିଡା, ପ୍ରମୋଦ ଦାସ, ଧନଞ୍ଜୟ ବେହେରା, ପ୍ରଫୁଲ ରଥ, ରାମଚନ୍ଦ୍ର ବିଶ୍ୱାଳ, ହିମାଂଶୁ ଭୂଷଣ ଦିକ୍ଷିତ, ପ୍ରଦୀପ ପଣ୍ଡା, ଲକ୍ଷ୍ମଣ ମହାପାତ୍ର, ଶୁଭ୍ରଜିତ ମଲ୍ଲ, ନିରଞ୍ଜନ ସ୍ୱାଇଁ, କବିନ୍ଦ୍ର ଦିକ୍ଷିତ, ଯୋଗେନ୍ଦ୍ର ବେହେରା, ବଳରାମ ଦିକ୍ଷିତ ପ୍ରମୁଖ ରୋଡ ଶୋରେ ଗ୍ରସ୍ତକରି ଦଳୀୟ ପ୍ରାର୍ଥୀ ତଥା ୫ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ସମର୍ଥôତ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ ।

ସେଆର କରନ୍ତୁ:



Powered by odothemes.com