panikoili-3

୩ ନଂ ଜୋନରେ ବିଜେଡି-ବିଜେପି ଲଢ଼େଇ

39

ପାଣିକୋଇଲି/କୋରେଇ (ଆପ୍ର): କୋରେଇ ଅନ୍ତର୍ଗତ ୩ନଂ ଜୋନ୍ରେ ଚଳିତ ପଞ୍ଚାୟତ ନିର୍ବାଚନ ନେଇ ବିଜେପି ଓ ବିଜେଡି ମଧ୍ୟରେ ତୀବ୍ର ପ୍ରତିଯୋଗିତା ଦେଖାଦେଇଛି । ଆସନ୍ତା ୧୮ତାରିଖରେ ଏହି ଜୋନକୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହାକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହିତ ପରିଲକ୍ଷିତ ହୋଇଛି । ମାତ୍ର ଏହି ଜୋନଟି ଅଣକଂଗ୍ରେସ ଗଡ ଭାବେ ପରିଗଣିତ । ୨୦୧୨ ପଞ୍ଚାୟତ ନିର୍ବାଚନରେ କେବଳ ବହବିରୁହାଁ ପଞ୍ଚାୟତର ସରପଞ୍ଚ କଂଗ୍ରେସ ସମର୍ଥନରେ ଜିତିଥିବା ବେଳେ ଅନ୍ୟ ସମସ୍ତ ଆସନ ବିଜେଡି ହାତେଇଥିଲା । ଏପରିକି ଜିଲ୍ଲାପରିଷଦ ସଭ୍ୟ ଦିବାକର ମୁଣ୍ଡା ୧୦ ହଜାରରୁ ଊଦ୍ଧ୍ୱର୍ ଭୋଟ୍ ବ୍ୟବଧାନରେ ଜିତିଥିଲେ । ବର୍ତ୍ତମାନ ଏହି ଜୋନରେ ବିଜେଡିରୁ ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷ ଧରଣୀଧର ଘଡାଇ, କଂଗ୍ରେସରୁ ସାମାଜିକ କର୍ମୀ ଅକ୍ଷୟ ଜେନା, ବିଜେପିରୁ ପ୍ରାକ୍ତନ ବିଜେଡି ଯୁବସଭାପତି ପ୍ରମୋଦ ନାୟକ ପ୍ରମୁଖ ନିର୍ବାଚନ ଲଢୁଥିବା ଜଣାପଡିଛି । କେବଳ ଧରଣୀ ଘଡାଇ ପୂର୍ବରୁ ନିର୍ବାଚନ ଲଢିଥିବା ବେଳେ ଅନ୍ୟ ଦୁଇନେତା ପ୍ରମୋଦ ଓ ଅକ୍ଷୟଙ୍କ ପାଇଁ ଏହି ନିର୍ବାଚନ ସମ୍ପୂର୍ଣ୍ଣ ନୂଆ ।

ସେଆର କରନ୍ତୁ:



Powered by odothemes.com