aska-sansada-prachara-programme

ଚଢ଼େୟାପଲ୍ଲୀ: ଲଡ଼ୁକିଶୋରଙ୍କ ମାରାଥନ୍ କ୍ୟାମ୍ପେନିଂ

48

ଆସିକା (ଆପ୍ର): ମଙ୍ଗଳବାର ସାଂସଦ ଲଡୁକିଶୋର ସ୍ୱାଇଁ ବ୍ଲକ୍ର ଚଢେୟାପଲ୍ଲୀ ପଞ୍ଚାୟତର ଫୁଲସରପଲ୍ଲୀ, ଚଢେୟାପଲ୍ଲୀ, ତୁମ୍ବାଠେଙ୍ଗାପଲ୍ଲୀ, ଜଗନ୍ନାଥପଲ୍ଲୀ, କେ. ରାଇସିଙ୍ଗିପୁର ଆଦି ଗ୍ରାମାଞ୍ଚଳକୁ ଗସ୍ତ କରି ମାରାଥନ୍ କ୍ୟାମ୍ପେନିଂ କରିଛନ୍ତି । ବ୍ଲକ୍ ବିଜେଡିର ପୂର୍ବତନ ସଭାପତି ଦିଲ୍ଲୀପ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଚଢେୟାପଲ୍ଲୀର ବିଭିନ୍ନ ଗାଁରେ ଅନୁ୍ଷ୍ଠିତ ପଥପ୍ରାନ୍ତ ସଭା ମାନଙ୍କରେ ସାସଂଦ ଲଡୁ କିଶୋର ସ୍ୱାଇଁ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ । ସେପଟେ ଆସିକା ନଗର ବିଡେଜିର ପୂର୍ବତନ ସଭାପତି ସତ୍ୟ ନାରାୟଣ ସ୍ୱାଇଁ, ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୂର୍ଯ୍ୟକାନ୍ତ ପରିଡ଼ା, ଯୁବ ବିଜେଡି ନେତା ଟୁଟୁ ମଲ୍ଲିକ ପ୍ରମୁଖ ଉଦ୍ବୋଧନ ଦେଇ ବିଜେଡି ସରକାର ଶାସନ ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ । ଏଣୁ ଚଢେୟାପଲ୍ଲୀ ପଞ୍ଚାୟତର ଭୋଟର୍ ମାନେ ଚଳିତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଗୌରହରି ବେହେରାଙ୍କ ସମେତ ସରପଞ୍ଚ ପ୍ରାର୍ଥୀନୀ ନମିତା ଜେନା ଓ ସମିତିସଭ୍ୟ ପ୍ରାର୍ଥୀ ସୁରେଶ ଚନ୍ଦ୍ର ପାତ୍ରଙ୍କୁ ବିପୁଳ ଭୋଟ୍ରେ ଜୟଯୁକ୍ତ କରିବା ପାଇଁ ଆହ୍ୱାନ କରିଥିଲେ । ସାସଂଦ ଲଡୁ କିଶୋରଙ୍କ ମାରାଥନ୍ ରୋଡ ସୋରେ ବହୁ ପଞ୍ଚାୟତବାସୀ ସାମିଲ ହୋଇଥିଲେ ।




Powered by odothemes.com