ସଡ଼କ ଦୁର୍ଘଟଣାରେ ବାଳକ ମୃତ: ଲୋକେ ପୋଡ଼ିଲେ ଟ୍ରାକ୍ଟର

Dargha-bazar-Thare-Tractor-Durghatna-re-Jane-Balaka-Ra-Murtu--Daragha-bazar-thana-re-Bhanga-Ruja-(2)

ଥାନା ଉପରେ ଢେଲା ଓ ବୋତଲ ମାଡ଼; ୩ ପୁଲିସ ଆହତ, ଲାଠିଚାର୍ଯ, ୩ ପ୍ଲାଟୁନ ଫୋର୍ସ ମୁତୟନ
କଟକ,(ବୁ୍ୟରୋ): ଟ୍ରାକ୍ଟର ଧକ୍କାରେ ନାବାଳକର ମୃତୁ୍ୟକୁ କେନ୍ଦ୍ରକରି ଦରଘାବଜାର ଅଞ୍ଚଳରେ ଲଙ୍କାକାଣ୍ଡ ଘଟିଛି । ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହିତ ଥାନା ଉପରକୁ ଟେକା ମାଡ଼ କରିବାରୁ କିଛି ପୁଲିସ ଗାଡ଼ି ଜଖମ ହୋଇଛି । କେତେକ ପୁଲିସ ଅଧିକାରୀ ଓ କର୍ମଚାରୀ ଆହତ ହୋଇଛନ୍ତି । ଏହି ଘଟଣା ରବିବାର ପୂର୍ବାହ୍ନ ଘଟିଥିବାବେଳେ ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଦିନ ୯ଟା ସମୟରେ ସଇଦାନି ବଗିଚା ଅଞ୍ଚଳର ଅଙ୍ଗନବାଡିରେ ପଢୁଥିବା ଏକ ୫ବର୍ଷ ବୟସର ସୟଦ ସୋଏଫ ଅଲ୍ଲୀ ନିଜ ସଂପର୍କୀୟଙ୍କ ସହ ଚିକିତ୍ସା ପାଇଁ ସିଟି ହସ୍ପିଟାଲ ଆସୁଥିବାବେଳେ ଏକ ଟ୍ରାକ୍ଟର ଧକ୍କା ଦେଇଥିଲା । ଜାଇକା କାମରେ ନିୟୋଜିତ ଟ୍ରାକ୍ଟର ଦ୍ରୁତ ଗତିରେ ଆସି ତାକୁ ଦରଘାବଜାର ଥାନା ସମ୍ମୁଖରେ ଧକ୍କା ଦେବାରୁ ସେ ଛିଟକି ପଡିଥିବାବେଳେ ଆଗକୁ ମାଡ଼ିଯାଇ ତା ଉପରେ ପୁଣି ଚଢ଼ିଯାଇଥିଲା । ଏହି ଦୃଶ୍ୟ ଲୋକମାନେ ଦେଖିବା ପରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଦୁର୍ଘଟଣା ସମୟରେ ଥାନାରେ କେହି ନଥିଲେ । ଫଳରେ ଲୋକମାନଙ୍କ ରୋଷ ଆହୁରି ବଢ଼ିଥିଲା । ତତ୍କ୍ଷଣାତ ଥାନା ଉପରକୁ ଢେଲା ଓ କାଚ ବୋତଲ ମାଡ଼ କରିବା ସହ ଉତ୍ତ୍ୟକ୍ତ ଲେଶକେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନାକୁ ଘେରାଉ କରିଥିଲେ । ପେଟ୍ରୋଲ ଢାଳି ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରରେ ନିଅାଁ ଲଗାଇଦେଇଥିଲେ । ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିବାରୁ ଉତ୍ତେଜନା କ୍ରମଶଃ ବୃଦ୍ଧି ପାଇଥିଲା । ପୁଲିସ ପହଞ୍ଚôବା କ୍ଷଣି ଲୋକମାନେ ସେମାନଙ୍କ ଉପରକୁ ଢେଲା ମାଡ଼ କରିଥିଲେ । ଏଥିରେ ମଙ୍ଗଳାବାଗ ଥାନା ଅଧିକାରୀ ଅରୁଣ ସ୍ୱାଇଁଙ୍କ ସମେତ ୩ ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଉତ୍ତେଜିତ ଲୋକଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ ଲାଠିଚାର୍ଜ କରିଥିଲା । ଲାଠିଚାର୍ଜ ହେବାରୁ ଲୋକମାନେ କିଏ କୁଆଡ଼େ ପାର ହୋଇଯାଇଥିଲେ । ପୁଲିସ ତଦନ୍ତ କରି ଟ୍ରାକ୍ଟର ଚାଳକକୁ ଗିରଫ କରିଛି । ଘଟଣାସ୍ଥଲରେ ଡିସିପି ସଞ୍ଜିବ ଆରୋରା ପହଞ୍ଚô ଲୋକମାନଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା । ଅନ୍ୟପକ୍ଷରେ ଢେଲାମାଡ଼ କରିଥିବା ଲୋକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେଥିପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି ବୋଲି ଡିସିପି ସୂଚନା ଦେଇଛନ୍ତି ।