ନବୀନଙ୍କୁ ଭେଟିଲେ ଜୁଡ୍

rajya-sachibalaya-re-hollywood-avinetri-ashley-judd-mukhyamantri-nabin-patnaik-nku-sakhyat-karuchanti-(1)

ଓଡ଼ିଶାର କାର୍ଯ୍ୟକୁ ପ୍ରଶଂସା
ଭୁବନେଶ୍ୱର, (ବୁ୍ୟରୋ): ଓଡ଼ିଶା ଗସ୍ତରେ ଥିବା ହଲିଉଡ୍ ଅଭିନେତ୍ରୀ ତଥା ୟୁନାଇଟେଡ୍ ନେସନ୍ ପପୁଲେସନ୍ ଫଣ୍ଡ (ୟୁଏନ୍ଏଫ୍ପିଏ) ଗ୍ଲୋବାଲ୍ ଗୁଡ୍ୱିଲ୍ ର ରାଷ୍ଟ୍ରଦୂତ ଆସେଲ୍ ଜୁଡ୍ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ଆଲୋଚନା ସମୟରେ ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ନେଇଥିବା ପଦକ୍ଷେପକୁ ସେ ପ୍ରଶଂସା କରିବା ସହ ପ୍ରାୟ ୫ ଲକ୍ଷ ଆଦିବାସୀ ଛାତ୍ରଙ୍କ ଲାଗି କରାଯାଇଥିବା ସେବାଶ୍ରମ ସ୍କୁଲ ଆଦି କାର୍ଯ୍ୟକୁ ପସନ୍ଦ କରିଛନ୍ତି । ସେ କହିଥିଲେ ଯେ ଯୁବକ ଓ ମହିଳାମାନଙ୍କ ସଶକ୍ତିକରଣ ପାଇଁ ସେମାନେ ନେଇଥିବା ମିଶନ୍କୁ ଏଠାରେ କାର୍ଯ୍ୟକାରୀ କରାଯାଉଛି । ଶିଶୁ ଓ ମାତୃ ମୃତୁ୍ୟହାର ନେଇ ଉଭୟ ମଧ୍ୟରେ ଆଲୋଚନା ହୋଇଛି । ୟୁଏନ୍ଏଫ୍ପିଏ ରାଜ୍ୟ ସରକାରଙ୍କ ସହ ସହଭାଗିତାରେ ଯୁବକମାନଙ୍କର ଦକ୍ଷତା ବିକାଶ ଓ ଆତ୍ମନିର୍ଭରଶୀଳତା ପାଇଁ କାର୍ଯ୍ୟ କରିବ । ବାଳିକାମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମଧ୍ୟ କାର୍ଯ୍ୟ କରାଯିବ । ସେ ମଧ୍ୟ ଆଶା ଓ ଏଏନ୍ଏମ୍ମାନଙ୍କର କାର୍ଯ୍ୟକୁ ପସନ୍ଦ କରିଥିଲେ ।