IMG-20170207-WA0027

ପେଟ୍ ସପ୍ରୁ ୧ଠ କଇଁଛ ଜବତ, ୨ ଗିରଫ

40

ଭୁବନେଶ୍ୱର (ବୁ୍ୟରୋ): ସହିଦନଗରରେ ଥିବା ଗାଇଡ କମ୍ପ୍ଲିଟ୍ ପେଟ୍ ସଲୁ୍ୟସନ୍ ଦୋକାନରେ କମିଶନରେଟ୍ ପୁଲିସ୍ ମଙ୍ଗଳବାର ରାତିରେ ଚଢ଼ାଉ କରି ୧୦ଟି କଇଁଛ ଜବତ କରିଛି । କଈଛ ଚାଲାର କରିବା ଅଭିଯୋଗରେ ୨ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ଅଞ୍ଚଳର ତାରା କନକ (୨୮) ଓ ଭିଏସ୍ଏସ୍ ନଗର ଅଞ୍ଚଳରେ ରହୁଥିବା କୁମାର ପ୍ରଶାନ୍ତ ମଲ୍ଲିକ (୨୧) । ଜବତ କଇଁଛ ଇଣ୍ଡିଆନ୍ ଷ୍ଟାର ଭେରାଇଟି ବୋଲି ପୁଲିସ୍ କହିଛି । ତେବେ ପୁଲିସ୍ ଉପରୋକ୍ତ ଅଭିଯୁକ୍ତଙ୍କ ନାଁରେ ସ୍କେଡୁଲ ୪ ଅଫ୍ ଇଣ୍ଡିଆନ୍ ୱାଇଲ୍ଡ ଲାଇଫ୍ (ପ୍ରେଟେକ୍ସନ୍) ଆକ୍ଟ ୧୯୭୨ ଧାରାର ମାମଲା ରୁଜୁ କରିଛି । ସୂତ୍ରରୁ ପ୍ରକାଶ, ଉପରୋକ୍ତ ଦୋକାନୀ କୋଲକାତାକୁ କଇଁଛ ଚାଲାଣ କରୁଥିବା ପୁଲିସ୍ ସୂଚନା ପାଇଥିଲା । ରାତି ପ୍ରାୟ ୮ଟାରେ ପୁଲିସ୍ର ଏକ ଟିମ୍ ସେଠାରେ ଚଢ଼ାଉ କରିଥିଲା । ୧୦ଟି କଇଁଛ ଜବତ କରିବା ସହ ଉପରୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଜବତ କଈଛକୁ କୋଲକାତା ଚାଲାଣ କରାଯାଇଥାନ୍ତା ବୋଲି ଗିରଫ ଅଭିଯୁକ୍ତଦ୍ୱୟ ପୁଲିସ୍ ନିକଟରେ ସ୍ୱୀକାର କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com