agami-odisha-pakhyaru-chatishgada-cm-nku-kholachithi-(4)

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ଆଗାମୀ ଓଡ଼ିଶାର ଖୋଲାଚିଠି

62

ଭୁବନେଶ୍ୱର,(ବୁ୍ୟରୋ): ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ଆଗାମୀ ଓଡିଶା ସଂଗଠନ ପକ୍ଷରୁ ଏକ ଖୋଲାଚିଠି ଦିଆଯାଇଛି । ଓଡିଶାରେ ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଆଗାମୀ ୯ ଓ ୧୦ ତାରିଖରେ ଓଡିଶା ଆସୁଥିବା ରମଣ ସିଂଙ୍କୁ ମହାନଦୀ ପ୍ରସଙ୍ଗରେ ସଂଗଠନ ପକ୍ଷରୁ କେତେକ ପ୍ରଶ୍ନ ପଚରାଯିବା ସହ ଓଡିଶାର ବିଭିନ୍ନ ଯାଗାରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ଅବସରରେ ଉତ୍ତର ରଖିବାକୁ କୁହାଯାଇଛି । ମହାନଦୀ ପ୍ରସଙ୍ଗରେ ଛତିଶଗଡର ଆଭିମୁଖ୍ୟକୁ ନେଇ ଓଡିଶା ଲୋକଙ୍କ ମଧ୍ୟରେ କ୍ଷୋଭ ରହିଛି । ମହାନଦୀ ଉଭୟ ଛତିଶଗଡ ଏବଂ ଓଡିଶାର କେବଳ ଜୀବନରେଖା ନୁହେଁ ଏହା ମଧ୍ୟ ଆମ ଦୁଇ ରାଜ୍ୟର ସାଂସ୍କୃତିକ ଓ ସାମାଜିକ ବଂଧନର ଏକ ମହାନ ଉସô ହୋଇଥିବାରୁ ଦୁଇ ରାଜ୍ୟବାସୀଙ୍କ ଭିତରେ ସଂପର୍କ ଯେମିତି ବିଛିନ୍ନ ନହୁଏ ସେଥିପ୍ରତି ଆପଣ ଗୁରୁତ୍ୱ ଦେବେ ବୋଲି କୁହାଯାଇଛି । ଆଗାମୀ ଓଡିଶା ପକ୍ଷରୁ ଏହି ଖୋଲା ଚିଠିରେ ରମଣଙ୍କୁ ପଚରାଯାଇଥିବା ପ୍ରଶ୍ନ ମଧ୍ୟରେ ରହିଛି – ନଦୀ କେବଳ ଏକ ସଂମ୍ବଳ ନା ଏହା ଏକ ଜୀବନର ଆଧାର? ମହାନଦୀ କେବଳ କଣ ଛତିଶଗଡର? ପାଣିର ବ୍ୟବହାର କ୍ଷେତ୍ରରେ କଣ ଆପଣଙ୍କର ଦୃଷ୍ଟି ଭଂଗୀ? ନଦୀ କ’ଣ ସମୁଦ୍ରରେ ମିଶିବନି? ଆପଣ ତଞ୍ଚକତା କରି ନାହାନ୍ତି କି? ସଂଗଠନର ଆବାହକ ସୁଦର୍ଶନ ଦାସ କହିଛନ୍ତି, ନଦୀକୁ ସମ୍ବଳ ଭାବରେ ବିଚାର କରି ଏହାକୁ ଏକ ବେପରୁଆ ଭାବରେ ଶୋଷଣ କରିବାର ଏକ ଝୁଙ୍କ ବର୍ତ୍ତମାନ ସମୟର ଏକ ବିଡମ୍ବନା । ଜଣେ ବିଜ୍ଞ ରାଜନେତା ହିସାବରେ ରମଣ ଏହି ପ୍ରସଂଗ ଉପରେ ନିଜ ଦୃଷ୍ଟିଭଙ୍ଗୀ ସଂପର୍କରେ ଓଡିଶାବାସୀଙ୍କୁ ଜଣାଇବା ଉଚିତ । ଉପରେ ମୁଣ୍ଡରେ ନଦୀର ପାଣିକୁ ବ୍ୟବହାର ପାଇଁ କୈାଣସି ପ୍ରକଳ୍ପ କରିବା ବେଳେ ତଳ ମୁଣ୍ଡରେ ତାର କଣ ପ୍ରତିକୂଳ ପ୍ରଭାବ ପଡିବ, ତାର ବାସ୍ତବ ଆକଳନ ହେବା ନିହାତି ଦରକାର । ନଦୀ ଉପରେ କୈ÷ାଣସି ପ୍ରକଳ୍ପ କଲାବେଳେ ପରିବେଶ ଏବଂ ପ୍ରବାହ ଉପରେ ତା’ର କୁ ପ୍ରଭାବକୁ ଏଡାଇବା ପାଇଁ ଆମ ଦେଶରେ ନିର୍ଦ୍ଦିଷ୍ଟ ଆଇନ୍ କାନୁନ୍ ରହିଛି । ମାତ୍ର ଛତିଶଗଡ ସରକାର ମହାନଦୀ ଏବଂ ଏହାର ଶାଖାନଦୀ ଉପରେ ଯେତେ ସବୁ ପ୍ରକଳ୍ପ କରିଛନ୍ତି, ସେଗୁଡିକ ପରିବେଶ ସଂକ୍ରାନ୍ତୀୟ ନୀତି ନିୟମଗୁଡିକୁ କେବଳ ଅଣଦେଖା କରିନାହିଁ ବରଂ ତଞ୍ଚକତା କରି ପ୍ରକଳ୍ପ ଗୁଡିକୁ ହାତେଇବାରେ ସକ୍ଷମ ହୋଇଛି । ନଦୀ କାହାର ମାଲିକାନା ନୁହେଁ, ନା ଆପଣଙ୍କ ସରକାରଙ୍କର ନା ଓଡିଶା ସରକାରଙ୍କର ବା କେନ୍ଦ୍ର ସରକାରଙ୍କର । ପ୍ରକୃତି ହେଉଛି ଏହାର ମାଲିକ । ନଦୀ ହେଉଛି ଏକ ପ୍ରବାହ, ଯାହାକୁ ରୋକିଦେଲେ ନଦୀ ଆଉ ନଦୀହୋଇ ରହିବ ନାହିଁ । ଜଣେ ବିଜ୍ଞ ରାଜନେତା ହିସାବରେ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେବା ସହ ମହାନଦୀ ଉପରମୁଣ୍ଡରେ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ଶ୍ରୀ ଦାସ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ, ନିକଟରେ ଆଗାମୀ ଓଡିଶାର ଆବେଦନକୁ ବିଚାର ପାଇଁ ଗ୍ରହଣ କରି ଗ୍ରୀନ୍ ଟ୍ରିବ୍ୟୁନାଲ ପକ୍ଷରୁ କେନ୍ଦ୍ର, ରାଜ୍ୟ ଓ ଛତିଶଗଡ ସରକାରଙ୍କୁ ନୋଟିସ ଜାରୀ କରାଯାଇଛି ।

ସେଆର କରନ୍ତୁ:



Powered by odothemes.com