nicntkaiakia--RASTA-ROKA-1

କ୍ଷତିପୂରଣ ଦାବିରେ ରାସ୍ତାରୋକ

44

ପୃଥକ୍ ଦୁର୍ଘଟଣା: ଦୁଇ ମୃତ
ପାଣିକୋଇଲି/ନିଶ୍ଚିନ୍ତକୋଇଲି (ଆପ୍ର): ପାଣିକୋଇଲି ଓ ନିଶ୍ଚିନ୍ତକୋଇଲିରେ ମଙ୍ଗଳବାର ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତୁ୍ୟ ହୋଇଛି । ପାଣିକୋଇଲି ଥାନା ଅନ୍ତର୍ଗତ ୨୧୫ନମ୍ବର ଜାତୀୟ ରାଜପଥର ସୁବର୍ଣ୍ଣମୁଖୀ ହୋଟେଲ ସମ୍ମ୍ୁଖରେ ସୋମବାର ଭୋର ୪ଟା ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଖଲାସୀ ମୃତ ହୋଇଛି । ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ସୂଚନାନୁଯାୟୀ, ଯାଜପୁରରୋଡ଼ରୁ ପାଣିକୋଇଲି ଅଭିମୁଖେ ଆସୁଥିବା ଏକ ୧୦ ଚକିଆ ଟ୍ରକ୍ (ଓଆର୧୯କେ ୯୨୩୨) ରାସ୍ତାରେ ହଠାତ ବ୍ରେକ୍ ମାରିଥିଲେ । ତାର ପଛରୁ ଆସୁଥିବା ଚିପ୍ସ ବୋଝେଇ ହାଇୱା (ଓଡି ୩୪ବି ୦୦୮୪) ଦ୍ରୁତଗତିରେ ଧକ୍କା ଦେବା ଫଳରେ ହାଇୱାର ହେଲପର ସାଇଡଟି ସମ୍ପୂର୍ଣ୍ଣ ଟ୍ରକ୍ ପଛରେ ପସି ଯାଇଥିଲା । ଖବର ପାଇ ପାଣିକୋଇଲି ପୁଲିସ ପହଞ୍ଚି ବହୁ କଷ୍ଟରେ ଡ୍ରାଇଭର କୁଅଖିଆ ଥାନା ଅନ୍ତର୍ଗତ ପୁରୁଣା ବଉଳମୂଳ ଗ୍ରାମର ବଟକୃଷ୍ଣ ପଣ୍ଡାଙ୍କ ପୁଅ ହରିଶ ପଣ୍ଡା(୩୦)କୁ ବାହାର କରି ଦମକଳ ବାହିନୀ ସହାୟତାରେ ଡାକ୍ତରଖାନାକୁ ପଠାଇଥିବାବେଳେ ହେଲପର ଜେନାପୁର ଥାନା ଅନ୍ତର୍ଗତ ଗୋଡିପାଟଣା ଗ୍ରାମର କୀର୍ତ୍ତନ ରାଉତଙ୍କ ପୁଅ ଅଟଳ ରାଉତ(୩୬) ଟ୍ରକ୍ରୁ ବାହାର ହୋଇପାରିନଥିେଲେ । ଫଳରେ ଯାଜପୁର ଦମକଳ ବାହିନୀ ସହାୟତାରେ କଟର ସାହାଯ୍ୟରେ କଟାଯାଇ ଖଲାସୀକୁ ବାହାର କରାଯାଇଥିଲେ ହେଁ ତାର ମୃତୁ୍ୟ ହୋଇଥିଲା ।
ସେହିପରି ଅପରାହ୍ଣରେ ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ନିକଟରେ ଟ୍ରକ୍ ଦୁର୍ଘଟଣାରେ ଛପଚିକଣା ଗ୍ରାମର ଜଣେ ଦଳୀତ ଯୁବକଙ୍କ ଶୋଚନୀୟ ମୃତୁ୍ୟ ଘଟିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ । କେରିଲୋ ଗ୍ରାମ ପଞ୍ଚାୟତ ଛପଚିକଣା ଗ୍ରାମର ହରିହର ମଳିକଙ୍କ ପୁତ୍ର ବିନୋଦ ମଳିକ (୨୫) ଚାଲିଚାଲି ଯାଉଥିଲା ବେଳେ ତାଙ୍କୁ ନରେନ୍ଦ୍ରପୁର ଅଭିମୁଖେ ପଥର ନେଇ ଯାଉଥିବା ଟ୍ରକ (ନଂ-ଓଆର୦୪୧୬୧୩) ତାଙ୍କୁ ଧକ୍କା ଦେଇଥିଲା । ବିନୋଦଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣୁଥିଲା ବେଳେ ବାଟରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ଘଟଣାକୁ କେନ୍ଦ୍ରକରି ସାଧାରଣରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ନେମାଳ ଥାନା ପୁଲିସ ଓ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷ ଗିରିଶରଞ୍ଜନ ମହାପାତ୍ର ପହଞ୍ଚି ରାସ୍ତା ଅବରୋଧକାରୀଙ୍କୁ ଶାନ୍ତ କରାଇବା ସହ ମୃତକଙ୍କ ପରିବାରକୁ ସରକାରୀ ନିୟମାନୁଯାୟୀ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ପ୍ରତ୍ୟାହୃତ ହୋଇଥିଲା ।

ସେଆର କରନ୍ତୁ:



Powered by odothemes.com