mahnaga

ଭତ୍ତା ବୃଦ୍ଧି ଦାବିରେ ଅଙ୍ଗନୱାଡ଼ି କର୍ମୀଙ୍କ ବିକ୍ଷୋଭ

37

ମାହାଙ୍ଗା (ଆପ୍ର): ଅଙ୍ଗନୱାଡି ରାଜ୍ୟ ସଂଘର ଡାକରାରେ ମାହାଙ୍ଗା ବ୍ଲକ ଶାଖା ଅଙ୍ଗନୱାଡ଼ି ସଂଘ ପକ୍ଷରୁ ବ୍ଲକ ସମ୍ମୁଖରେ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘ ପକ୍ଷରୁ ବିଭିନ୍ନ ଦାବି ଅଙ୍ଗନୱାଡି କର୍ମୀ ଓ ସହାୟିକା ଏବଂ ମିନୀ ଅଙ୍ଗନୱାଡିଙ୍କ ମାସିକ ଭତ୍ତା ସର୍ବନିମ୍ନ ୧୮ ହଜାର ଟଙ୍କା, ୪୫ ଓ ୪୬ ତମ ଜାତୀୟ ସହ ସମ୍ମିଳନୀ ନିଷ୍ପତ୍ତି ଅନୁଯାୟୀ ସମସ୍ତଙ୍କୁ ୱାର୍କର ମାନ୍ୟତା, ୩୦୦୦ ଟଙ୍କା ପେନ୍ସନ ପ୍ରଦାନ, ବଜାର ଦର ଅନୁସାରେ ଶିଶୁମାନଙ୍କ ଭୋଜନର ଦର ନିର୍ଦ୍ଧାରଣ ଏବଂ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ସୁପରଭାଇଜର ନିଯୁକ୍ତିରେ ଶତପ୍ରତିଶତ ପ୍ରମୋସନର ସୁବିଧା ଆଦି ଦାବିକୁ ନେଇ ସଂଘର ସଭାନେତ୍ରୀ ଆଶାଲତା ସିଂଙ୍କ ନେତୃତ୍ୱରେ ଧାରଣା ଅନୁଷ୍ଠିତ ହୋଇଥିଲା । ସିପିଆଇ ନେତା ତୈ୍ରଲୋକ୍ୟ ନାଥ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସଂପାଦିକା ରଶ୍ମିବାଳା ମହାନ୍ତି, କୋଷାଧ୍ୟକ୍ଷା ରତି ଲେଙ୍କା, ସୁତିପ୍ରିୟା ସିଂ, ରଶ୍ମିରେଖା ଲେଙ୍କା, ତୃପ୍ତୀ ରଞ୍ଜୀତା ଶତପଥୀ, ପ୍ରଦାୟିନୀ ବାରିକ ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।
ବାଲିଚନ୍ଦ୍ରପୁର: ବଡଚଣା ଗ୍ରାମୀଣ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀ ଓ ସହାୟୀକାମାନେ ଧାରଣାରେ ବସିଥିଲେ । ବାଲିଚନ୍ଦ୍ରପୁରସ୍ଥିତ ବଡଚଣା ଗ୍ରାମୀଣ ସିଡିପିଓ ଅଫିସ ଅଧିନରେ କାର୍ଯ୍ୟରତ ଶତାଧିକ କର୍ମଚାରୀ ପ୍ରତିବାଦ ସ୍ୱରୂପ ଧାରଣାରେ ବସିଥିଲେ । ଜିଲ୍ଲାପାଳ ଯାଜପୁରଙ୍କ ଉଦେ୍ଦଶ୍ୟରେ ସିଡିପିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ପ୍ରତିବାଦ ଧାରଣାରେ ଶୁଶ୍ରୀ ସଂଗୀତା ବିଶ୍ୱାଳ, ଶ୍ରଦ୍ଧାଞ୍ଜଳୀ ରାୟ, ବନୀତା ସିଂହ, ମେନକା ସୁ୍ନ୍ଦରୀ ମହାନ୍ତି, ସୁପ୍ରାରାଣୀ ଦାସ, ଚିନ୍ମୟୀ ସାମଲ, ଆରତୀବାଳା ଦାସ, ରଞ୍ଜୀତା ସାହୁ, ଚାରୁଲତା ବେହେରା, ରାଜଶ୍ରୀ ସାମଲ, ଶୁଭଶ୍ରୀ ବଳ, ଗାୟତ୍ରୀ ରାଉତ, ସ୍ମିତାରାଣୀ ଦାସ ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ଓ ସହାୟିକା ସାମିଲ ହୋଇଥିଲେ ।
ରଘୁନାଥପୁର: ରଘୁନାଥପୁର ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକର ୧୪୫ ଅଙ୍ଗନୱାଡି କର୍ମୀ ଓ ହେଲ୍ପର୍ ଧାରଣାରେ ବସି ରହିଥିଲେ । ରଘୁନାଥପୁର ବ୍ଲକର ଅଙ୍ଗନୱାଡି ସଂଘର ସଭାନେତ୍ରୀ ମନୋରମା ମହାନ୍ତି, ସମ୍ପାଦିକା କନକଲତା ଦାସ, କୋଷାଧ୍ୟକ୍ଷ ରଞ୍ଜିତା ମହାପାତ୍ର, ସବିତା ଧର ଦେବସ୍ମିତା ବେହେରା, ସରୋଜିନି ସେଠୀ, ଜୁନି ମଲ୍ଲିକ୍, ପି୍ରୟଦର୍ଶିନୀ ନାୟକ, କବିତା ନାୟକ, ସୁଭ୍ରା ସ୍ୱାଇଁ, ଶଶିରେଖା ବିଶ୍ୱାଳ ସମେତ ବିଦୁ୍ୟତ୍ ପ୍ରଭା ସାହୁ, କଲ୍ୟାଣି ବେହେରା, ସଞ୍ଜୁବାଳା ନାୟକ, ଉଷାରାଣୀ ମହାପାତ୍ର ସମେତ ବହୁ ଅଙ୍ଗନୱାଡି କର୍ମୀ ଓ ହେଲ୍ପର ଧାରଣାରେ ବସିଥିଲେ ।
କୁଜଙ୍ଗ: କୁଜଙ୍ଗ ବ୍ଲକ ଓ ସିଡିପିଓ କାର୍ଯ୍ୟାଳୟ ଆଗରେ ସାବିତ୍ରୀ ପଣ୍ଡାଙ୍କ ସଭାପତିତ୍ୱରେ ବିକ୍ଷୋଭ ଓ ଧାରଣା ଦିଆଯାଇଥିଲା । ଜିଲ୍ଲା ସଂସୋଦକ ସୁବାସ ମହାପାତ୍ର, ଇଲାରାଣୀ ତରାଇ, ଲୋଚନା ମହାପାତ୍ର, ତଟିନି ମହାପାତ୍ର, ସବିତା ଦାସ, ମୋନାଲିସା ମହାନ୍ତି, ମନୋରମା ଦାସ, ଜୟ ପ୍ରଭା ନାୟକ, ମହେଶ୍ୱେତା ମଲ୍ଲ, ଚିନ୍ମୟୀ ସାହୁ, ମିନର୍ଭା ସ୍ୱାଇଁ, ସସ୍ମିତା ଦାସ, ରଶ୍ମିରେଖା ନାୟକ ପ୍ରଭୃତିଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସିଡିପିଓ ତନିମା ମିଶ୍ରଙ୍କ ଜରିଆରେ ୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।




Powered by odothemes.com