rath

ଶ୍ରୀପଞ୍ଚମୀରେ ରଥ କାଠ ଅନୁକୂଳ

7

ପୁରୀ (ଆପ୍ର): ଶ୍ରୀକ୍ଷେତ୍ରର ବିଶ୍ୱପ୍ରସିଦ୍ଧ ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥଯାତ୍ରାର ପାରମ୍ପରିକ ନୀତି ଅନୁସାରେ ବୁଧବାର ମା’ ଶ୍ରୀ ଶ୍ରୀ ସରସ୍ୱତୀ ଦେବୀଙ୍କ ପବିତ୍ର ବସସ୍ତ ପଞ୍ଚମୀ ତିଥିରୁ ରଥ ନିର୍ମାଣ ପାଇଁ କାଠ ଅନୁକୂଳ ନୀତି ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ବିଜେ ଶ୍ରୀ ସରସ୍ୱତୀଙ୍କ ପୂଜାର୍ଚ୍ଚନା ପରେ ଗଜପତି ମହାରାଜଙ୍କ ରାଜଉଆସ ସମ୍ମୁଖସ୍ଥ ରଥଖଳା ଅନ୍ତର୍ଗତ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଏହି କାଠ ଅନୁକୂଳ ନୀତିକୁ ସଂପନ୍ନ କରାଯାଇଛି । ବିଧି ଅନୁସାରେ ୧୨ଫୁଟିଆ ୩ଖଣ୍ଡି ଧଉରା କାଠକୁ ପୂଜାର୍ଚ୍ଚନା କରାଯାଇଥିଲା । ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ମହାପ୍ରସାଦ, ଶ୍ରୀଫଳ ଓ ଧୂପ ଦୀପ ଆଣି ରଥ ଖଳାରେ ପହଞ୍ଚôଥିଲେ । ପୂର୍ବରୁ ଏହି ସ୍ଥାନକୁ ଧୌତ କରାଯାଇ ୩ଟି ୧୨ ଫୁଟିଆ ଧଉରା କାଠ ରଖାଯାଇଥିଲା । ସଂଧ୍ୟାରେ ରାଜଗୁରୁ କାଠଗୁଡ଼ିକୁ ପାରମ୍ପାରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ସହ ମହାପ୍ରସାଦ ଓ ଶ୍ରୀଫଳ ଲାଗି କରିଥିଲେ । ଏହି ରଥକାଠ ଅନୁକୂଳ କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ସୁରେଶ ମହାପାତ୍ର, ଜିଲ୍ଳାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍ପି ଡକ୍ଟର ସାର୍ଥକ ଷଡ଼ଙ୍ଗୀ, ପ୍ରଶାସକ ପ୍ରସନ୍ନ କୁମାର ହୋତା, ପ୍ରାକ୍ତନ ପ୍ରଶାସକ ପ୍ରଦୀପ୍ତ କୁମାର ଦାସ, ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ଅନେକ ସାଧାରଣ ଭକ୍ତ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ଆସନ୍ତା ଶ୍ରୀରାମ ନବମୀରେ କାଠ ଚିରା କାର୍ଯ୍ୟର ଶୁଭାରମ୍ଭ ହେବ । ପରେ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ, ନୃସିଂହ ଚତୁର୍ଦ୍ଦଶୀରେ ଗଜ ଅନୁକୂଳ, ଭଉଁରୀ ଦିନ ଚକ ଡେରା ଅନୁକୂଳ, ଦେବସ୍ନା ପୂର୍ଣ୍ଣିମା ଦିନ ଚାରି ନାହାକା ଡେରା ଅନୁକୂଳ ହେବ ।




Powered by odothemes.com