note

୧ରୁ ଉଠିବ ଏଟିଏମ୍ କଟକଣା

69

ନୂଆଦିଲ୍ଲୀ, ୩୦ା୧: ଫେବ୍ରୁଆରୀ ୧ରୁ ଏଡିଏମ୍ ଉଠାଣ ସୀମା ଉପରୁ କଟକଣା ଉଠିବ । ନୋଟ୍ବନ୍ଦୀ ପରେ କେନ୍ଦ୍ର ସରକାର ଏଡିଏମ୍ ସମେତ ଆକାଉଣ୍ଟରୁ ଟଙ୍କା ଉଠାଣ ଉପରେ କଟକଣା ଲଗାଇଥିଲେ । ତେବେ ଟଙ୍କା କାରବାରକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍ବିଆଇ) ଫେବ୍ରୁଆରୀ ପହିଲାରୁ ଏଟିଏମ୍ରୁ ଟଙ୍କା ଉଠାଣର ସୀମାକୁ ଉଚ୍ଛେଦ କରାଯିବ ବୋଲି ଘୋଷଣା କରିଛନ୍ତି । ଏହାସହିତ କରେଣ୍ଟ ଆକାଉଣ୍ଟ ଓ ଓଭରଡ୍ରାଫ୍ଟ ଆକାଉଣ୍ଟରୁ ମଧ୍ୟ ଟଙ୍କା ଉଠାଇବା ସୀମାକୁ ସମ୍ପୂର୍ଣ୍ଣ ଭାବରେ ହଟାଇ ଦିଆଯାଇଛି । ଆର୍ବିଆଇ ପକ୍ଷରୁ କୁହାଯାଇଛି ଯେ ସେଭିଙ୍ଗ ଆକାଉଣ୍ଟ୍ରୁ ଟଙ୍କା ଉଠାଣ ଉପରେ ବର୍ତ୍ତମାନ ମଧ୍ୟ ପୂର୍ବପରି ନିୟମ ଜାରି ରହିବ । ସେଭିଙ୍ଗ ଆକାଉଣ୍ଟରୁ ପୂର୍ବଭଳି ସପ୍ତାହକୁ କେବଳ ୨୪ ହଜାର ଟଙ୍କା ଉଠାଇ ହେବ । ସେଣ୍ଟ୍ରାଲ୍ ବ୍ୟାଙ୍କ୍ ପକ୍ଷରୁ ପ୍ରାପ୍ତ ବିଜ୍ଞପ୍ତି ଅନୁସାରେ ଏଟିଏମ୍ ଓ କରେଣ୍ଟ ଆକାଉଣ୍ଟରୁ ଟଙ୍କା ଉଠାଇବାର ସୀମାର ସମୀକ୍ଷା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରକାଶ ଯେ ନିକଟରେ ଆର୍ବିଆଇ ଏଟିଏମ୍ରୁ ଦୈନିକ ଉଠାଣ ସୀମା ୪୫୦୦ରୁ ବୃଦ୍ଧି କରି ୧୦,୦୦୦ ଟଙ୍କା କରିଥିଲେ । ହେଲେ ସପ୍ତାହକୁ କେବଳ ୨୪,୦୦୦ ଟଙ୍କା ଉଠାଇ ହେବ ବୋଲି ମଧ୍ୟ ନିୟମ ଜାରି କରିଥିଲେ । ଅନ୍ୟପକ୍ଷରେ କରେଣ୍ଟ ଆକାଉଣ୍ଟରୁ ସାପ୍ତାହିକ ଟଙ୍କା ଉଠାଣ ସୀମାକୁ ୫୦,୦୦୦ରୁ ବୃଦ୍ଧି କରି ୧ଲକ୍ଷ ଟଙ୍କା କରାଯାଇଥିଲା ।
ପ୍ରକାଶ ଯେ ବିମୁଦ୍ରୀକରଣ ପରେ ଦୈନିକ ଏଟିଏମ୍ରୁ ଟଙ୍କା ଉଠାଣ ସୀମା ପ୍ରଥମେ ୨,୦୦୦ ଟଙ୍କାରେ ସୀମିତ ରଖାଯାଇଥିଲା । ଜାନୁଆରୀ ୧ରେ ଏଟିଏମ୍ରୁ ଦୈନିକ କ୍ୟାସ୍ ଉଠାଣ ସୀମା ୨,୫୦୦ ରୁ ବୃଦ୍ଧି କରାଯାଇ ୪,୫୦୦ କରାଯାଇଥିଲା । ହେଲେ ସେତେବେଳେ ୨୪,୦୦୦ଟଙ୍କାର ସାପ୍ତାହିକ ଉଠାଣକୁ ଅପରିବର୍ତ୍ତିତ ରଖାଯାଇଥିଲା । ସେହିଭଳି ଜାନୁଆରୀ ୧୬ରେ ଆର୍ବିଆଇ ଏଟିଏମ୍ରୁ କ୍ୟାସ୍ ଉଠାଣ ସୀମା ୪୫୦୦ରୁ ବୃଦ୍ଧି କରି ୧୦,୦୦୦ ଟଙ୍କା କରିଥିଲେ । ସେତେବେଳେ ମଧ୍ୟ ସାପ୍ତାହିକ ଉଠାଣ ସୀମା ଅପରିବର୍ତ୍ତିତ ରହିଥିଲା । ଆଜି ଆର୍ବିଆଇ ଏକ ବିଜ୍ଞପ୍ତି ଜାରି କରି ଫେବୁଆରୀ ୧ ଠାରୁ ଏଟିଏମ୍ ରୁ ଟଙ୍କା ଉଠାଣର ସୀମାକୁ ସମାପ୍ତ କରିବା ସହ କରେଣ୍ଟ ଆକାଉଣ୍ଟ୍ସର ସୀମା ଉପରେ ଲଗାଯାଇଥିବା କଟକଣାକୁ ହଟାଇ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସରକାର ନଗଦ ନେଣଦେଣକୁ ହ୍ରାସ କରି ଡିଜିଟାଲ୍ ଟ୍ରାଞ୍ଜାକସନକୁ ପ୍ରୋତ୍ସାହିତ କରିବା ପାଇଁ ଏଟିଏମ୍ରୁ ମାସିକ ଫ୍ରି ଉଠାଣର ସୀମାକୁ କମାଇ ୩ ଥର କରିବା ନିମନ୍ତେ ମଧ୍ୟ ବିଚାର କରୁଛନ୍ତି ।

ସେଆର କରନ୍ତୁ:



Powered by odothemes.com