IMG-20170130-WA0047

ଯୁବକଙ୍କୁ ଗୋଡ଼େଇ ପିଟିଲେ ମହିଳା

49

ଭୁବନେଶ୍ୱର,(ବୁ୍ୟରୋ): ନିଜକୁ କ୍ୟାପିଟାଲ୍ ଥାନା ପୁଲିସ୍ର ସବ୍ଇନ୍ସପ୍ଟେର ପରିଚୟ ଦେଉଥିଲା । ନିର୍ଯାତିତ ମହିଳାଙ୍କୁ ସାହାଯ୍ୟ କରିବାକୁ କହି ବଳାକ୍ରାର କରୁଥିଲା । ପ୍ରଲୋଭନ ଦେଖାଇ ବିବାହ ମଧ୍ୟ ହେଉଥିଲା । ରାତି ପାହିଲେ ମହିଳା କମିଶନଙ୍କ ଅଫିସ୍ ନିକଟରେ ଡେରା ପକାଉଥିଲା । ତିନିଜଣ ନିର୍ଯାତିତ ମହିଳାଙ୍କୁ ବିବାହ ପରେ ପୁଣି ଜଣେ ମହିଳାଙ୍କୁ ବିବାହ କରିବା ପାଇଁ ପ୍ରଲୋଭନ ଦେଖାଇଥିଲା । ସମ୍ପୃକ୍ତ ମହିଳାଙ୍କ ନିକଟରୁ ଶୁଣିବା ପରେ ନିକଟରେ ଥିବା ମହିଳା ଚା’ ଦୋକାନୀ ସମ୍ପୃକ୍ତ ଯୁବକକୁ ଗୋଡ଼େଇ ଗୋଡ଼େଇ ଚପଲରେ ପିଟିବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ୍ ସମ୍ପୃକ୍ତ ଯୁବକକୁ ଥାନାରେ ଅଟକ ରଖିଥିବା ବେଳେ ଆଜି ରାତିରେ ଜରିମାନା ନେଇ ଛାଡ଼ିଦେଇଛି । ସୂଚନାଯୋଗ୍ୟ ଯେ, ଶାଶୁଘରୁ ନିର୍ଯାତନା ପାଇ ଥାନାରୁ ନିରାଶ ହେବାପରେ ନିର୍ଯାତିତ ମହିଳାମାନେ ନ୍ୟାୟ ପାଇଁ ମହିଳା କମିଶନକୁ ଆସିଥାନ୍ତି । ନିଜକୁ ପୁଲିସ୍ ପରିଚୟ ଦେଇ ସାହାଯ୍ୟ କରିବାକୁ ଉପରୋକ୍ତ ଯୁବକଜଣକ କହିଥାନ୍ତି । ସେ ଅବିବାହିତ ବୋଲି କହିଥାନ୍ତି । ଏହିପରି ଭାବେ ପୂର୍ବରୁ ତିନିଜଣ ମହିଳାଙ୍କୁ ସେ ବିବାହ କରିଛନ୍ତି । ପନ୍ଦରଦିନ ତଳେ ନିମାପଡ଼ା ଅଞ୍ଚଳର ଜଣେ ମହିଳାଙ୍କୁ ସେ ଅନୁରୂପ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ ଉପରେ ବିଶ୍ୱାସ ନହେବାରୁ ମହିଳାଜଣକ ନିକଟସ୍ଥ ଚା’ ଦୋକାନରେ ସବୁକଥା କହିଥିଲେ । ଘଟଣା ଶୁଣିବା ପରେ ମହିଳା ଚା’ ଦୋକାନୀ ସମ୍ପୃକ୍ତ ଯୁବକକୁ ଖୋଜିଥିଲେ ହେଲେ ସେ ଚତୁରତାର ସହ ଖସିଯାଇଥିଲେ । ଆଜି ପୁଣି ଜଣେ ମହିଳାଙ୍କୁ ସେ ଅନୁରୂପ ପ୍ରତିଶ୍ରୁତି ଦେଇଥିଲେ । ମହିଳାଜଣକ ଏ ସଂକ୍ରାନ୍ତରେ ଚା’ ଦୋକାନୀକୁ କହିଥିଲେ । ମହିଳା ଚା’ ଦୋକାନୀ ସେଠାରେ ପହଞ୍ଚô ଯୁବକକୁ ଚପଲରେ ଗୋଡ଼େଇ ଗୋଡ଼େଇ ପିଟିଥିଲେ । ଏହିଦୃଶ୍ୟ ଦେଖି ସେଠାରେ କେତେକ ଲୋକ ରୁଣ୍ଡ ହୋଇଯାଇଥିଲେ । ଯୁବକକୁ କାବୁକରି ପୁଲିସ୍ ଜିମାରେ ଦେଇଥିଲେ । କେହି ଅଭିଯୋଗ ନକରିବାରୁ ପୁଲିସ୍ ତାଙ୍କଠାରୁ ଜରିମାନା ନେଇ ଛାଡ଼ିଦେଇଥିବା ଜଣାପଡ଼ିଛି ।




Powered by odothemes.com