hirakhanda-express

ଏନ୍ଆଇଏର ୨ୟ ପର୍ଯ୍ୟାୟ ତଦନ୍ତ

45

ହୀରାଖଣ୍ଡ ଦୁର୍ଘଟଣା
ରାୟଗଡ଼ା, ୨୯ା୧(ଆପ୍ର): ହୀରାଖଣ୍ଡ ଏକ୍ସପ୍ରେସ୍ ଦୁର୍ଘଟଣାର ତଦନ୍ତ ପାଇଁ ୧୦ଜଣିଆ ଏନ୍ଆଇଏ ଟିମ୍ ରାୟଗଡାରେ ପହଞ୍ଚô ଛାନ୍ଭିନ୍ ଆରମ୍ଭ କରିଛନ୍ତି । ଆଇଜି ମୁକେଶ ସିଂଙ୍କ ନେତୃତ୍ୱରେ ଆଜି ଏହି ଟିମ୍ ରାୟଗଡା ଯାଇ ଷ୍ଟେସନ୍ ମାଷ୍ଟର ଏବଂ ସେଦିନ ଦାୟିତ୍ୱରେ ଥିବା ଅନ୍ୟ କର୍ମଚାରୀମାନଙ୍କୁ ଘଟଣା ସମ୍ପର୍କରେ ପଚାରିଛନ୍ତି । କେତେକ ପ୍ରତ୍ୟେକ୍ଷଦର୍ଶୀଙ୍କଠାରୁ ମଧ୍ୟ ବୟାନ ସଂଗ୍ରହ କରାଯାଇଛି । ଏହି ଟିମ୍ ରାୟଗଡାରେ ପ୍ରାୟ ୧୦ଦିନ ଅବସ୍ଥାନ କରି ବିଭିନ୍ନ ଦିଗରୁ ତଥ୍ୟ ସଂଗ୍ରହ କରିବେ । ବିଶେଷ କରି ଦୁର୍ଘଟଣାବେଳେ ଟ୍ରେନ୍ର ଗତି କେତେ ଥିଲା, ସେତେବେଳେ ସମ୍ପୃକ୍ତ ଲାଇନ୍ରେ ଟ୍ରେନ୍ର ଗତି କେତେ ହେବା କଥା, ହୀରାଖଣ୍ଡ ପୂର୍ବରୁ ଲାଇନ୍ରେ ଡମି ଇଞ୍ଜିନ୍ କିମ୍ବା ମାଲ୍ବାହୀ ଗାଡି ଯାଇଥିଲା କି ନାହିଁ, ଲାଇନ୍ରେ ତ୍ରୁଟି ଥିଲା କି ନାହିଁ ଯଦି ଥିଲା କୁନେରୁ ଷ୍ଟେସନ୍ ମାଷ୍ଟରଙ୍କୁ ଅବଗତ କରାଯାଇଥିଲା କି ନାହିଁ ଇତ୍ୟାଦି ବିଷୟରେ ତଥ୍ୟ ରେକର୍ଡ କରିବେ । ଏହି ଟିମ୍ରେ ବିଜୟୱାଡା ଡିଭିଜନ୍ର ଆର୍ପିଏଫ୍ ଏସ୍ପି ଏସ୍ ବାଜପାୟୀ ଓ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । ଏହା ହେଉଛି ରାୟଗଡାରେ ଏନ୍ଆଇଏର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ । ପ୍ରଥମ ଥର ୫ଜଣିଆ ଟିମ୍ ରାୟଗଡା ଷ୍ଟେସନ୍ ଯାଇ ରିପୋର୍ଟ ସଂଗ୍ରହ କରିଥିଲେ । ସୂଚନାଥାଉକି ଚଳିତ ମାସ ୨୧ ତାରିଖ ମଧ୍ୟ ରାତ୍ରିରେ ରାୟଗଡାଠାରୁ ପ୍ରାୟ ୨୪ କିଲୋମିଟର ଦୂର ବିଜୟୱାଡା ଡିଭିଜନ୍ର କୁନେରୁ ଷ୍ଟେସନ୍ ନିକଟରେ ଜଗଦଲ୍ପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍ ଲାଇନ୍ଚୁ୍ୟତ୍ ହେବାରୁ ୪୧ଜଣଙ୍କ ମୃତୁ୍ୟ ଘଟିବା ସଙ୍ଗେ ସଙ୍ଗେ ୬୦ରୁ ଅଧିକ ଆହତ ହୋଇଥିଲେ । ହୀରାଖଣ୍ଡ ଦୁର୍ଘଟଣାର ତଦନ୍ତ ଆନ୍ଧ୍ର ସିଆଇଡି, ଏନ୍ଆଇଏ ଓ ରେଳବାଇ ସୁରକ୍ଷା କର୍ତ୍ତୃପକ୍ଷ ତଦନ୍ତ କରୁଛନ୍ତି ।

ସେଆର କରନ୍ତୁ:



Powered by odothemes.com