ଟ୍ରେନ୍‌ ଦୁର୍ଘଟଣାରେ ମୃତଯାତ୍ରୀଙ୍କ ଉଦେ୍ଦଶ୍ୟରେ ବିଏସ୍‌ୟୁ, ଡିଏସ୍‌ୟୁ ଓ ଛାତ୍ର ବିଜେଡିର ଶ୍ରଦ୍ଧାଞ୍ଜଳି | ସର୍ବସାଧାରଣ ଖବରକାଗଜ
HIRAKHANDA-TRAIN-ACCSIDENT-

ଟ୍ରେନ୍‌ ଦୁର୍ଘଟଣାରେ ମୃତଯାତ୍ରୀଙ୍କ ଉଦେ୍ଦଶ୍ୟରେ ବିଏସ୍‌ୟୁ, ଡିଏସ୍‌ୟୁ ଓ ଛାତ୍ର ବିଜେଡିର ଶ୍ରଦ୍ଧାଞ୍ଜଳି

30

ଭୁବନେଶ୍ୱର, (ବୁ୍ୟରୋ): ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦ୍‌ଗତି କାମନା କରି ରବିବାର ଅପରାହ୍ଣ ୫ଟାରେ ସ୍ଥାନୀୟ ରାମମନ୍ଦିର ଠାରେ ବିପିୟୁଟି ଛାତ୍ରସଂଘ (ବିଏସ୍‌ୟୁ), ଡିପ୍ଲୋମା ଛାତ୍ର ସଂଘ (ଡିଏସ୍‌ୟୁ) ଓ ଭୁବନେଶ୍ୱର ଛାତ୍ର ବିଜେଡି ଆନୁକୂଲ୍ୟରେ ଏକ ମହମବତି ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏଥିରେ ବିଏସ୍‌ୟୁ ଓ ଡିଏସ୍‌ୟୁର ବହୁ ସଂଖ୍ୟକ ଛାତ୍ର ଏକତ୍ରିତ ହୋଇ ମୃତ ବ୍ୟକ୍ତିଙ୍କ ଅମରଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍‌ ନିରବ ପ୍ରାର୍ଥନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଦସ୍ୟ ତଥା ରାଜ୍ୟ ଛାତ୍ର ବିଜେଡି ସଂପାଦକ ବିଜୟ ବସନ୍ତିଆ, ରାଜ୍ୟ ଛାତ୍ର ବିଜେଡି ସାଧାରଣ ସଂପାଦକ ଦେବୀ ରଞ୍ଜନ ତ୍ରିପାଠୀ, ଭୁବନେଶ୍ୱର ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ପରିଚାଳନା ପରିଷଦ ସଭାପତି ଆଶିଷ ପ୍ରଧାନ, ଛାତ୍ର ସଂଗଠନ ସଭାପତି ସ୍ନେହାଶିଷ ପ୍ରଧାନ, କାର୍ଯ୍ୟକାରୀ ସଭାପତି ଶାନ୍ତନୁ ମିଶ୍ର, ସାଧାରଣ ସଂପାଦକ ଅଭିନାଶ ସାହୁ, ପ୍ରତୀପ ମହାପାତ୍ର, ସୁଜିତ ରାଉତରାୟ, ପ୍ରୀତମ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।




Powered by odothemes.com