ମୃତୁ୍ୟ ସଂଖ୍ୟା ୪୧

jagdalpur-bhubaneswar-hirakhand-derailed-derails-between-jamadaipur_9b15e580-e075-11e6-8bc2-389d9c78b3df

ହୀରାଖଣ୍ଡ ଏକ୍ସପ୍ରେସ୍ ଦୁର୍ଘଟଣା
ଭୁବନେଶ୍ୱର, ୨୨ ।୧ (ବୁ୍ୟରୋ): ଜୁନାଗଡ-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସ୍ପ୍ରେସ୍ ଲାଇନ୍ଚୁ୍ୟତ ଘଟଣାରେ ମୃତକଙ୍କ ସଂଖ୍ୟା ୪୧ ଛୁଇଁଛି । ପ୍ରାୟ ୬୦ ଜଣ ଆହତଙ୍କୁ ବିଶାଖାପାଟଣା, ପାର୍ବତୀପୁରମ୍ ଓ ରାୟଗଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ ୭ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ମୃତୁ୍ୟ ସଂଖ୍ୟା ବଢ଼ିବା ଆଶଙ୍କା ଦେଖାଦେଇଛି । ଉଦ୍ଧାର କାର୍ଯ୍ୟ ଏକ ପ୍ରକାର ଶେଷ ହୋଇଛି । ଅନ୍ୟ ଯାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର ଟ୍ରେନ୍ରେ ଭୁବନେଶ୍ୱର ଅଣାଯାଉଛି । ମୃତାହତଙ୍କ ମଧ୍ୟରେ ଓଡିଶା ଓ ଆନ୍ଧ୍ରର ଅଧିକାଂଶ ଯାତ୍ରୀ ଥିବା ବେଳେ ବିହାରର ମଧ୍ୟ କେତେକ ଅନ୍ତର୍ଭୁକ୍ତ । ଦୁର୍ଘଟଣା ଖବରପାଇ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ସୁରେଶ ପ୍ରଭୁ, ରାଜ୍ୟପାଳ ଏସ୍ସି ଜମିର୍ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସୁରେଶ ପ୍ରଭୁ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ଆହତଙ୍କୁ ହସ୍ପିଟାଲରେ ସାକ୍ଷାତ କରି ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିବା ସହିତ ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି । ଦୁର୍ଘଟଣା ପାଇଁ ଯିଏ ଦୋଷୀ ତା’ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପ୍ରଭୁ କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେରଦା ଓ ଡିଜିପି କେବି ସିଂହ ଦୁର୍ଘଟଣାସ୍ଥଳରେ ସରଜମିନ ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ଆହତଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି ।
ରେଳବାଇ ପକ୍ଷରୁ ମୃତକଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ, ଆହତଙ୍କୁ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୨୫ ହଜାର ଲେଖାଏ ସହାୟତା ଦେବାକୁ ଘୋଷଣା କରାଯାଇଛି । ସେହିପରି ଓଡିଶା ସରକାର ମୃତ ଓଡିଆ ଯାତ୍ରୀଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଓ ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଛନ୍ତି । ଆନ୍ଧ୍ର ସରକାରଙ୍କ ପକ୍ଷରୁ ନିଜ ରାଜ୍ୟର ମୃତ ଯାତ୍ରୀଙ୍କ ମୃତ ଯାତ୍ରୀଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଛତିଶଗଡ ସରକାର ଚିକିତ୍ସା ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବା ସୂଚନା ମିଳିଛି ।
ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍ ନମ୍ବର-୧୮୪୩୮ ଟ୍ରେନ୍ ଶନିବାର ବାହାରିଥିଲା । ରାୟଗଡା ଷ୍ଟେସନ୍ରେ ଜୁନାଗଡ ଲିଙ୍କ୍- ୧୮୪୪୮ ସେଥିରେ ଯୋଡି ହୋଇଥିଲା । ରାୟଗଡାରୁ ୨୪ କିଲୋମିଟର ତଥା କୁନେରୁ ଷ୍ଟେସନ୍ ନିକଟରେ ରାତି ୧୧ଟା ୧୫ ମିନିଟ୍ରେ ଟ୍ରେନ୍ ଲାଇନ୍ଚୁ୍ୟତ ହେବାରୁ ୯ଟି ବଗି ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ସେଥିମଧ୍ୟରେ ଇଞ୍ଜିନ୍ ସମେତ ଲଗେଜ୍ ବଗି-୧, ସେକେଣ୍ଡ କ୍ଲାସ୍ ଏସି ବଗି-୧, ସ୍ଲିପର-୧, ଥ୍ରାଡ୍ ଏସି-୧ ଓ ଜେନେରାଲ ବଗି ଅନ୍ତର୍ଭୁକ୍ତ । ଦୁର୍ଘଟଣାର ନିର୍ଦ୍ଦିଷ୍ଟ କାରଣ ଅସ୍ପଷ୍ଟ ରହିଥିଲେ ବି ସିଗନାଲ ଫେଲ୍ ଓ ଲାଇନ୍ରେ ତ୍ରୁଟି ଯୋଗୁଁ ହୀରାଖଣ୍ଡ ଏକ୍ସପ୍ରେସ୍ ଲାଇନ୍ଚୁ୍ୟତ ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଇଛି । ବିଳମ୍ବିତ ରାତି ଓ କୁହୁଡ଼ି ଯୋଗୁଁ ସିଗ୍ନାଲ୍ ସ୍ପଷ୍ଟ ରୂପେ ଦେଖାଯାଇନଥିବା ପ୍ରତ୍ୟକ୍ଷଦର୍ଶୀମାନେ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଅର୍ନ୍ତଘାତୀ କାର୍ଯ୍ୟକଳାପକୁ ମଧ୍ୟ ଏଡାଇଦିଆଯାଇନପାରେ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବଗି ଉପରେ ବଗି ଚଢ଼ିଯାଇଥିଲା । କେତେକ ଯାତ୍ରୀ ବଗି ତଳେ ରହିଯାଇଥିଲେ । ଯାତ୍ରୀମାନେ ଶୋଇଥିବାରୁ ମୃତାହତଙ୍କ ସଂଖ୍ୟା ଅଧିକ ହୋଇଛି । ବର୍ତ୍ତିଯାଇଥିବା ଯାତ୍ରୀ ହଠାତ୍ ପ୍ରଚଣ୍ଡ ଶବ୍ଧ ଶୁଣି ଛାନିଆ ହୋଇଯାଇଥିଲେ । ଆନ୍ଧ୍ର ଏବଂ ଓଡ଼ିଶାର ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ ମଧ୍ୟ ଘନଅନ୍ଧାର ଉଦ୍ଧାର କାର୍ଯ୍ୟରେ ଅନ୍ତରାୟ ସାଜିଥିଲା । ଖବରପାଇ ଯାତ୍ରୀଙ୍କ ସମ୍ପର୍କୀୟ ଓ ନିକଟ ଲୋକଙ୍କ ଧାଡି ଛୁଟିଥିଲା । ଆହତ ଯାତ୍ରୀଙ୍କ କରୁଣ ଚିକ୍ରାର ହୃଦୟ ବିଦାରକ ଥିଲା । ରାତି ପାହିବା ପରେ ପଦାଧିକାରୀ ସେଠାରେ ପହଞ୍ଚିଥିଲେ । ଆନ୍ଧ୍ର ଓ ଓଡ଼ିଶାର ବହୁ ପ୍ରଶାସନିକ ଅଧିକାରୀ, ପୂର୍ବତଟ ରେଳବାଇ ମୁଖ୍ୟ ପ୍ରବନ୍ଧକ ଉମେଶ ସିଂହ ଓ ଆଞ୍ଚଳିକ ପ୍ରବନ୍ଧକ ଚନ୍ଦ୍ରରେଖା ମୁଖାର୍ଜୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ ।
ହୀରାଖଣ୍ଡ ଟ୍ରେନ୍ ଦୁର୍ଘଟଣାରେ ପାତ୍ରପୁରର ୨ ମୃତୁ୍ୟ
ବ୍ରହ୍ମପୁର (ବୁ୍ୟରୋ) : ଶନିବାର ମଧ୍ୟରାତ୍ରରେ ଆନ୍ଧ୍ରାର କୁନେରୁ ଠାରେ ହିରାଖଣ୍ଡ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବରଙ୍ଗ ଗାଁର ଦୁଇଜଣ ମହିଳା ପ୍ରାଣ ହରାଇଛନ୍ତି । ସେମାନେ ହେଲେ ବୋଶଟି କମଳା (୫୬), ସେଲମ୍ ରେଣୁକା (୪୦) । ଏଥିରେ ଆହତ ହୋଇଥିବା ଅନ୍ୟଜଣେ ବ୍ୟକ୍ତି ସେହି ଗାଁର ସେଲମ୍ କୁରାମ୍ମା । ବରଙ୍ଗ ଗ୍ରାମର ଦୁଇଟି ପରିବାରର ୮ଜଣ ଗତ ୪ଦିନ ତଳେ ରାୟଗଡ଼ା ଠାରେ ଥିବା ଜଣେ ବନ୍ଧୁ ଘରକୁ ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟରେ ଯୋଗ ଦେବାକୁ ଯାଇ ଶନିବାର ରାତ୍ରରେ ରାୟଗଡ଼ା ଠାରୁ ହିରାଖଣ୍ଡ ଟ୍ରେନ୍ ଯୋଗେ ଫେରୁଥିଲେ । ଗୋଟିଏ ବଗିରେ ଦୁଇପରିବାରର ସମସ୍ତ ସଦସ୍ୟ ଥିବା ବେଳେ ଦୁର୍ଘଟଣା ସ୍ଥଳରେ ଦୁଇପରିବାରର ଦୁଇଜଣ ମହିଳା ମୃତୁ୍ୟବରଣ କରିଛନ୍ତି । ଏହା ସହ ଜଣେ ମହିଳାଙ୍କ ହାତ ଭାଙ୍ଗିଥିବା ସହ ଗୋଡ଼କୁ ଆଘାତ ଲାଗିଛି ।
ବଡ଼ ଟ୍ରେନ୍ ଦୁର୍ଘଟଣା
୨୦୧୬ ସେପ୍ଟେମ୍ବର ୩୦: କଟକର କାଠଯୋଡ଼ି ଷ୍ଟେସନ ନିକଟରେ ଭୁବନେଶ୍ୱର-ଭଦ୍ରକ ପାସେଞ୍ଜର ଏକ ମାଲଗାଡ଼ି ସଙ୍ଗେ ଧକା ହେବାରୁ ଦୁଇ ମୃତ ଓ ୩୫ ଆହତ
୨୦୧୬, ନଭେମ୍ବର ୨୦: କାନପୁରଠାରୁୂ ୬୦କିମି ଦୂର ପୁଖ୍ରାୟନଠାରେ ଇନେ୍ଦାର- ରାଜେନ୍ଦ୍ରନଗର ଏକ୍ସପ୍ରେସ୍ ଦୁର୍ଘଟଣା, ୧୫୦ ମୃତ ଓ ୨୬୦ ଆହତ
୨୦୧୫, ସେପ୍ଟେମ୍ବର ୧୨: କର୍ଣ୍ଣାଟକର ମାର୍ତୁର୍ ଷ୍ଟେସନ ନିକଟରେ ଦୂରନ୍ତ ଏକ୍ସପ୍ରେସ୍ ଲାଇନଚୁ୍ୟତ, ୨ମୃତ
୨୦୧୫, ଅଗଷ୍ଟ ୪: ମଧ୍ୟପ୍ରଦେଶର ହର୍ଦାରେ କାମାୟନୀ ଏକ୍ସପ୍ରେସ୍ ଓ ଜନତା ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ, ୩୦ମୃତ
୨୦୧୫, ମାର୍ଚ୍ଚ ୨୦: ଜନତା ଏକ୍ସପ୍ରେସ୍ ୟୁପିର ରାଏବରେଲିରେ ଦୁର୍ଘଟଣାଗ୍ରସ୍ତ, ୫୮ ମୃତ
୨୦୧୫, ମେ ୨୫: ୟୁପିର କୌସାମ୍ବୀରେ ମୁରି ଏକ୍ସପ୍ରେସ୍ ଲାଇନ୍ଚୁ୍ୟତ, ୪ମୃତ
୨୦୧୪, ମେ୨୬: ୟୁପିର ଖଲିଲାବାଦ ଷ୍ଟେସନରେ ଗୋର୍ଖାଧାମ୍ ଏକ୍ସପ୍ରେସ୍ ମାଲବାହୀ ଟ୍ରେନ୍ ଉପରେ ମାଡ଼ିଯିବାରୁ ୨୫ ଯାତ୍ରୀଙ୍କ ମୃତୁ୍ୟ