ରେଭେନ୍ସା ଜ୍ଞାନ ଓ ଶିକ୍ଷାର ପ୍ରାଣ କେନ୍ଦ୍ର: ମୁଖ୍ୟମନ୍ତ୍ରୀ

revenshaw-ra-150-celebrating-(6)

ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୫୦ ବର୍ଷ ପୂର୍ତ୍ତି
କଟକ,୨୦ା୧(ବୁ୍ୟରୋ): ରେଭେନ୍ସା ହେଉଛି ଜ୍ଞାନ ଓ ଶିକ୍ଷାର ପ୍ରାଣ କେନ୍ଦ୍ର । ରେଭେନ୍ସାର ଇତିହାସ ଆଧୁନିକ ଓଡ଼ିଶାର ଇତିହାସ ସହ ଜଡ଼ିତ । ରେଭେନ୍ସାରୁ ଶିକ୍ଷା ଲାଭ କରି ବହୁ ଛାତ୍ରଛାତ୍ରୀ ପରବର୍ତ୍ତୀ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଦେଶର ମୁଖ୍ୟ ନ୍ୟାୟାଧିସ ହେବାର ଗୌରବ ଅର୍ଜ୍ଜନ କରିଛନ୍ତି । ରାଜ୍ୟ ତଥା ଦେଶରେ ବହୁ ବିଶ୍ୱବିଦ୍ୟାଳୟ ଥିଲେ ମଧ୍ୟ ରେଭେନ୍ସା ତହିଁ ମଧ୍ୟରେ ନିଜର ସ୍ୱତନ୍ତ୍ରତା ବଜାୟ ରଖିପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଆମ୍ପିଥିଏଟର ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗ ଦେଇଥିଲେ । ଉତ୍ସବରେ ଉଦ୍ଘାଟକ ଭାବେ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ଡ. ଏସ୍.ସି ଜମିର ଯୋଗଦେଇ କହିଥିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପବିତ୍ର ବାତାବରଣରେ ପାଠ ପଢିବା ଜୀବନ ପରିବର୍ତ୍ତନ କଲାଭଳି ଅନୁଭୂତି । ଏହାର ଶୈକ୍ଷିକ ବାତାବରଣ ପ୍ରତ୍ୟେକ ବିଦ୍ୟାଥିକୁ ଦୃଢ ଓ ଉଚ୍ଚ ମନା କରିବା ସହ ତାର ଲକ୍ଷ୍ୟ ପଥରେ ସଫଳ ହେବାରେ ସମର୍ଥ କରିଥାଏ । ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଯୋଗଦେଇ ଐତିହାସିକ ରେଭେନ୍ସାର ଉଜ୍ଜ୍ୱଳ ମୟ ଅତିତ ଇତିହାସର ବର୍ଣ୍ଣନା କରିଥିଲେ । ଅତିଥିଙ୍କୁ ରେଭେନ୍ସା -୧୫୦ ଲେଖାଥିବା ଉତ୍ତରୀୟ ପ୍ରଦାନ କରାଯାଥିଲା । ସେହିପରି ଅତିଥି ମାନଙ୍କ ଦ୍ୱାରା ‘ରେଭେନ୍ସା -୧୫୦’ ସ୍ମରଣୀକା ଓ କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଥିଲା । ଉଦ୍ଘାଟନୀ ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡଙ୍ଗୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସିସିଡି ପ୍ରଫେସର ସ୍ମରପ୍ରିୟା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ରେଭେନ୍ସା ୧୦୫ର ସ୍ପେଶାଲ ଅଫିସର ଡାକ୍ଟର ସଞ୍ଜୟ କୁମାର ଶତପଥୀ ପରିଚାଳନା କରିଥିଲେ ।