DSC_0211

ଆଜିଠୁ ଜିପିଏସ୍ ଟ୍ରାକିଂରେ ଅଳିଆ ସଫେଇ

9

ଭୁବନେଶ୍ୱର (ବୁ୍ୟରୋ): ଠିକ୍ ସମୟରେ ଅଳିଆ ନଉଠିଲେ ଫସିବେ ସଫେଇ ସଂସ୍ଥା । ଠକୁଥିବା ସଫେଇ ସଂସ୍ଥା ଜିପିଏସ୍ ଟ୍ରାକିଂ ମାଧ୍ୟମରେ ଧରାପଡ଼ିବେ । ବିଏମ୍ସିର ୬୭ଟି ୱାର୍ଡ ପାଇଁ ୫୫ଟି ଅଳିଆ ବୁହା ଗାଡ଼ିରେ ସଂଯୋଗ ହୋଇଛି ଇଲେକ୍ଟ୍ରୋନିକ୍ ଡିଭାଇସ୍ ବା ଛୋଟ ଚିପ୍ । ଏନେଇ ବିଏମ୍ସି କସ୍ରତ ଆରମ୍ଭ କରିଦେଇଛି । ବିଏମ୍ସି ସମ୍ମିଳନୀ କକ୍ଷରେ ଗୁରୁବାର ଡେମୋ ଦେଖାଇଥିଲା ସିଏମ୍ସି ଟେକ୍ନୋଲୋଜି ସଂସ୍ଥା । ଗୋଟିଏ ଗାଡ଼ିରେ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଗୁଗୁଲ ସହିତ ସଂଯୋଗ ପରେ ଅଳିଆ ଗାଡ଼ିର ଗତିଶୀଳତା ଉପରେ ଅନୁଧ୍ୟାନ କରାଯାଇଥିଲା । ଅଳିଆ ସଫା ନହେଲେ ରାଜଧାନୀବାସୀଙ୍କୁ ଆଉ ଫୋନ୍ କିମ୍ବା ବିଏମ୍ସି ଅଧିକାରୀଙ୍କୁ ଅଭିଯୋଗ କରିବାକୁ ପଡ଼ିବନି । ଏଥିପାଇଁ ସଫେଇ ଗାଡ଼ିଗୁଡ଼ିକୁ ଏସ୍ବିଏ ସେଲରେ ନିୟନ୍ତ୍ରଣ କରାଯିବ । ସେଠାରେ ଥିବା ଅଧିକାରୀ ଅଳିଆ ବୋହୁଥିବା ଗାଡ଼ିକୁ ଉପରେ ନଜର ରଖିବେ । ଏହି କଣ୍ଟ୍ରୋଲ୍ ରୁମ୍ରୁ ଅଳିଆ ବୋହୁଥିବା ଗାଡ଼ିକୁ ମନିଟରିଂ କରାଯାଇପାରିବ । ସେମାନେ ଠିକ୍ରେ କଠିନ ବର୍ଜ୍ୟବସ୍ତୁ ସଫା କରୁଛନ୍ତି କି ନାହିଁ ଏବଂ କଠିନ ବର୍ଜ୍ୟବସ୍ତୁକୁ ନେଇ କେଉଁଠି ପକାଉଛନ୍ତି ସେସବୁ ଟ୍ରାକିଂ ମାଧ୍ୟମରେ ଜଣାପଡ଼ିବ । ଏହି ପ୍ରକଳ୍ପ ପାଇଁ ୫୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହି କାର୍ଯ୍ୟ ପାଇଁ ସିଏସ୍ଏମ୍ ଟେକ୍ନୋଲୋଜି ନାମକ ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ତେବେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏହି ଜିପିଏସ୍ ଟ୍ରାକିଂ ପ୍ରଣାଳୀ । ଏହି ବୈଠକରେ ଅତିରିକ୍ତ କମିଶନର ଅଲୋକ କର, ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର, ଘରୋଇ ସାନିଟାରୀ ଅଧିକାରୀ ଓ ବିଏମ୍ସି ସାନିଟାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଖୁବ୍ଶୀଘ୍ର ଡଷ୍ଟବିନ୍ରେ ଲାଗିବ ଜିପିଏସ୍ ଟ୍ରାକିଂ । ରାଜଧାନୀରେ ସବୁ ଡଷ୍ଟବିନ୍ରେ ଲାଗିବ (ଆରଏଫ୍ଆଇଡି)ରେଡିଓ ଫ୍ରିକୁ୍ୟଏନ୍ସି ଆଇଡେଣ୍ଟିପିକିସନ୍ ଡିଭାଇସ୍ । ଡଷ୍ଟବିନ୍ରେ ଅଳିଆ ପୂର୍ଣ୍ଣ ହୋଇଗଲେ ସ୍ୱୟଂ ଚାଳିତ ଭାବେ ବାଜିବ ଆଲାରାମ । ଏହି ଆଲାରାମ୍ ଉକ୍ତ କଣ୍ଟ୍ରୋଲ୍ ରୁମ୍ରେ ସୂଚନା ଦେବ । ସେଠାରେ ଥିବା ଅଧିକାରୀ ଅଳିଆ ବୋହୁଥିବା ଗାଡ଼ିକୁ ଜଣାଇବେ । ଏହି କଣ୍ଟ୍ରୋଲ୍ ରୁମ୍ରୁ ଡଷ୍ଟ୍ବିନ୍ ଏବଂ ଅଳିଆ ବୋହୁଥିବା ଗାଡ଼ିକୁ ମନିଟରିଂ କରାଯାଇପାରିବ । ସହରରେ କେତେ ଡଷ୍ଟବିନ୍ ରହିଛି ସେଗୁଡ଼ିକ ଜାଣିବା ପାଇଁ ଜିପିଏସ୍ ମ୍ୟାପିଂ ଜରିଆରେ ବିଏମ୍ସି ପକ୍ଷରୁ ସର୍ଭେ ସରିଛି । ତେବେ ଏହି ଜିପିଏସ୍ ଲାଗିବା ଦ୍ୱାରା ସହରରେ ସଫେଇକୁ ନେଇ ଅଭିଯୋଗ ହ୍ରାସ ପାଇବ ବୋଲି ଲକ୍ଷ୍ୟ ରଖିଛି ବିଏମ୍ସି ।




Powered by odothemes.com