nuagoan

ନୂଆଗାଁରେ କାଳବୈଶାଖୀର ତାଣ୍ଡବ

33

ନୟାଗଡ଼/ନୂଆଗାଁ, ୯ା୪(ଆପ୍ର): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ନୂଆଗାଁ, ମାଇଛେଳି, ଜାକେଡା ପଞ୍ଚାୟତରେ କାଳ ବୈଶାଖୀର ତାଣ୍ଡବରେ ଶତାଧିକ ଘର, ପନିପରିବା, ଫଳଗଛ ବହୁ ସଂଖ୍ୟାରେ ନଷ୍ଟ ହୋଇଥିବା ଜଣାପଡ଼ିଛି । ବୁଧବାର ଦିନ ୩ ଘଟିକା ସମୟରେ ହଠାତ୍ କଳାହାଣ୍ଡିଆ ମେଘରେ ଆକାଶ ସଂପୂର୍ଣ୍ଣ ଆଚ୍ଛାଦିତ ହୋଇ ଯାଇଥିଲା । ପରେ ଆରମ୍ଭ ହୋଇ ଯାଇଥିବା ପ୍ରବଳ ପବନ ସାଙ୍ଗକୁ ଜୋର୍ରେ ବର୍ଷା । ପ୍ରାୟ ଅଧାଘଣ୍ଟା ଧରି କାଳ ବୈଶାଖୀ ତା’ର ତାଣ୍ଡବ ରଚିଥିଲା । ଯାହାଫଳରେ ନୂଆଗାଁ, ଖାଲପଡ଼ା, କୋଷାକଟା, ସଂପଡ଼ା ଆଦି ଗ୍ରାମ ଗୁଡ଼ିକରେ ଘରର ଚାଳ ଏବଂ ଆଜବେଷ୍ଟସ୍ ଉଡ଼ାଇ ନେଇ ଯାଇଥିଲା । ଜୋର୍ ପବନ ଯୋଗୁଁ ରାସ୍ତା କଡ଼ରେ ଥିବା ଗଛ ଉପୁଡ଼ି ନୂଆଗାଁ- ବାହାଡ଼ଝୋଲା ରାସ୍ତାର ଗମନାଗମନ କିଛି ସମୟ ପାଇଁ ବ୍ୟାହତ ହୋଇଥିଲା । ବିଦୁ୍ୟତ୍ ଖୁଣ୍ଟ ଟଳିପଡ଼ିବା ସହ ବିଦୁ୍ୟତ୍ ତା’ର ଛିଣ୍ଡି ଯାଇଥିବା ଯୋଗୁଁ ନୂଆଗାଁ ବିଦୁ୍ୟତ୍ ସେକ୍ସନର ସମସ୍ତ ଅଞ୍ଚଳରେ ରାତି୍ରରେ ଅନ୍ଧାରରେ ଲୋକମାନେ ରହିବାକୁ ପଡ଼ିଥିଲା । ଏହି ଅଞ୍ଚଳରେ ହୋଇଥିବା ଲୋକମାନଙ୍କର କ୍ଷୟକ୍ଷତି ପୂରଣ ପାଇଁ ପ୍ରଶାସନ ତରଫରୁ ସହାୟତା ରାଶି ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି ।




Powered by odothemes.com