gosti-sangharsha

ଗୁଟ୍ଖା ଗୁଣ୍ଡ ଉଡ଼ାଇବାରୁ ଗୋଷ୍ଠୀ ସଂଘର୍ଷ: ୪ ଆହତ

28

ଅନୁଗୁଳ (ଆପ୍ର): ଅନୁଗୁଳ ସହର ଉପକଣ୍ଠ ହୁଲୁରିସିଂହା ଛକରେ ଆଜି ଏକ ତୁମୁଳକାଣ୍ଡ ଘଟିଯାଇଛି । ତିନି ଦିନ ତଳେ ଗୁଟଖା ଖାଇ ଗୁଣ୍ଡ ଉଡ଼ାଇବା ଘଟଣାକୁ କେନ୍ଦ୍ରକରି ଏହି ଗୋଷ୍ଠୀ ସଂଘର୍ଷ ଘଟିଥିବା ସୂଚନା ମିଳିଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଁଚି ପରିସ୍ଥିତିକୁ ଆୟତ କରିବା ସହ ତୀକ୍ଷ୍ଣ ନଜର ରଖିଛି । ଉଭୟ ଗୋଷ୍ଠୀରୁ ୧୪ ଯୁବକଙ୍କୁ ପୁଲିସ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି । ହୁଲୁରିସିଂହା ମୁଖୀ ସାହିର ଜଣେ ଯୁବକ ରବିବାର ଗୁଟଖା ଖାଇ ଗୁଣ୍ଡ ଉଡ଼ାଇବାବେଳେ ହୁଲୁରିସିଂହା ପ୍ରଧାନ ସାହିର ଦୁଇ ଯୁବକଙ୍କ ମୁହଁରେ ଗୁଟଖା ଗୁଣ୍ଡ ପଡ଼ିବାରୁ ସେମାନେ ଏହାର ବିରୋଧ କରିଥିଲେ । ଏହାକୁ ନେଇ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଏଥିପ୍ରତି ଗୁରୁତ୍ୱ ଦେଇନଥିଲା । ଫଳରେ ଛକ ଉପରେ ମୁଖୀ ସାହିର ଯୁବକଙ୍କୁ ଅଟୋ ରଖିବାକୁ ବାରଣ କରାଯାଇଥିଲା । ମଙ୍ଗଳବାର ହୁଲୁରିସିଂହା ଛକରେ ମୁଖୀସାହିର କେହି ଅଟୋ ରଖିନଥିଲେ । କିନ୍ତୁ ମୁଖୀ ସାହିର ଜଣେ ଯୁବକ ଅଟୋ ନେଇ ଗାଁ ଭିତରକୁ ଯାଇଥିବାବେଳେ ପ୍ରଧାନ ସାହିର କିଛି ଯୁବକ ତାକୁ ମାଡ଼ ମାରିଥିଲେ । ପରେ ଉକ୍ତ ଅଟୋ ଚାଳକ ସାହିକୁ ଫେରି ଘଟଣା ସମ୍ପର୍କରେ କହିବାରୁ ମୁଖୀସାହିରୁ ମହିଳା ଓ ଯୁବକ ହୁଲୁରିସିଂହା ଗ୍ରାମରେ ତାଣ୍ଡବଲୀଳା ରଚିଥିଲେ । ପ୍ରଧାନ ସାହିର ଯୁବକ ଏକତ୍ରିତ ହୋଇ ମୁଖୀସାହିରେ ପଶି ମାର୍ପିଟ କରିଥିଲେ । ମୁଖୀସାହିର ଲୋକେ ସେମାନଙ୍କୁ ପ୍ରତିରୋଧ କରିବାରୁ ଗୋଷ୍ଠୀ ସଂଘର୍ଷ ଜୋରଦାର ହୋଇଥିଲା । ଉଭୟ ପକ୍ଷରୁ ଟେକାପଥର ଓ କାଚବୋତଲ ମାଡ଼ସହ ଠେଙ୍ଗା, ଲୁହାପାଇପ୍ ଓ ଖଣ୍ଡା ଆଦି ଧରି ଛକ ଉପରେ ଆତଙ୍କରାଜ ଚଳାଇଥିଲେ । ଏନ୍ଏଚ୍-୫୫ରେ ଗାଡ଼ିମଟର ସବୁ ଅଟକି ରହିଥିଲା । ମୁଖୀ ସାହିର ରାଜ ମୁଖୀ, ହରିଶ୍ଚନ୍ଦ୍ର ମୁଖୀ ଓ ଗୋବିନ୍ଦ ମୁଖୀ ଆହତ ହୋଇ ଥିବାବେଳେ ଅନୁଗୁଳ ଆଇଆଇସି ସୁବାସ ଚନ୍ଦ୍ର ସାହୁ ସାମାନ୍ୟ ଆହତ ହୋଇଛନ୍ତି ।
ଏସ୍ପି କବିତା ଜଲାନଙ୍କ ନିଦେ୍ର୍ଦଶରେ ୩ ଡିଏସ୍ପି, ୬ ଆଇଆଇସିଙ୍କ ସମେତ ୪ ପ୍ଲାଟୁନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚô ଲାଠିଚାର୍ଜ କରିବାରୁ ଗୋଷ୍ଠୀସଂଘର୍ଷ ପ୍ରଶମିତ ହୋଇଥିଲା । ଖବର ଖେଲା ହେବା ପର୍ଯ୍ୟନ୍ତ ହୁଲୁରିସିଂହା ଓ ମୁଖୀସାହିରେ ୨ ପ୍ଲାଟୁନ ଫୋର୍ସ ସହିତ ପୁଲିସ ଅଫିସରମାନେ ଉପସ୍ଥିତ ଥିଲେ । ପୁଲିସ ମୁଖୀସାହିରୁ ୧୨ ଓ ପ୍ରଧାନ ସାହିରୁ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ଭୟରେ ମୁଖୀସାହି ସଂପୂର୍ଣ୍ଣ ପୁରୁଷ ଶୂନ୍ୟ ହୋଇଯାଇଥିବା ଜଣାପଡ଼ିଛି ।

ସେଆର କରନ୍ତୁ:



Powered by odothemes.com