ପୃଥକ ଅଗ୍ନିକାଣ୍ଡ: ୧୩ ବଖରା ପାଉଁଶ | ସର୍ବସାଧାରଣ ଖବରକାଗଜ
marsaghaia-gharapodi

ପୃଥକ ଅଗ୍ନିକାଣ୍ଡ: ୧୩ ବଖରା ପାଉଁଶ

33

କେନ୍ଦ୍ରାପଡ଼ା/ମାର୍ଶାଘାଇ/ବାଲିଚନ୍ଦ୍ରପୁର (ଆପ୍ର): କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ରଣପଡ଼ା ଗ୍ରାମରେ ଅଗ୍ନିକାଣ୍ଡ ଘଟି ସେକ୍ ମଜନୁଙ୍କ ଘର ପାଉଁଶ ହୋଇଛି । ମଙ୍ଗଳବାର ମଧ୍ୟାହ୍ନରେ ରୋଷେଇ ହେଉଥିବା ବେଳେ କୌଣସି କାରଣରୁ ଚୁଲିରୁ ନିଆଁ ଉଠି ଘରର ଚାଳରେ ଲାଗିଯାଇଥିଲା । ଫଳରେ ୪ ବଖରା ଘର ସମ୍ପୂର୍ଣ୍ଣ ପୋଡି ଯାଇଛି । ଘରର ସମସ୍ତ ଆସବାବପତ୍ର ନଷ୍ଟ ହୋଇଛି । ତେବେ ଖବର ପାଇ ଅଗ୍ନିସମ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ସେହିପରି ମାର୍ଶାଘାଇ ଥାନା ଅନ୍ତର୍ଗତ ଦୁମୁକା ପଞ୍ଚାୟତର ଗିରଙ୍ଗ ଗ୍ରାମରେ ମଙ୍ଗଳବାର ଅପରାହ୍ନ ୩ଟା ସମୟରେ ଅଗ୍ନିକାଣ୍ଡ ଘଟି ଅଜୟ ମଳିକ ଓ ତାଙ୍କ ଭାଇ କୁମର ମଳିକ ୨ ପରିବାରର ୬ ବଖରା ନଡ଼ା ଛପରଘର ଜଳିଯାଇଛି । ଘରେ ରଖାଯାଇଥିବା ୬୦ ବସ୍ତା ଧାନ, ୨ ବସ୍ତା ଚାଉଳ, ୨ଟା ଧାନ ଗଦା ସହ ଘରର ସମସ୍ତ ଆସବାବପତ୍ର ପୋଡ଼ି ଯାଇଛି । ମାର୍ଶାଘାଇ ଓ ମହାକାଳପଡ଼ାରୁ ଅଗ୍ନିସମ ଗାଡ଼ି ଆସିବା ବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା । ଅଗ୍ନି ବିପନ୍ନ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାବାସୀଙ୍କ ପକ୍ଷରୁ ଦାବି ହୋଇଛି । ଖବରପାଇ ତହସିଲଦାରଙ୍କ ନିଦେ୍ର୍ଦଶକ୍ରମେ ଦୁମୁକା ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳ ପରିଦର୍ଶନ କରି ଫେରିଥିବା ଜଣାପଡ଼ିଛି ।
ସେହିପରି ବାଲିଚନ୍ଦ୍ରପୁର ଦର୍ପଣ ତହସିଲ ବାଲିପଡ଼ିଆ ପଞ୍ଚାୟତ ଅନ୍ତର୍ଗତ ଦେକୁଡ଼ି ଚାନ୍ଦପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଜଳିଯାଇଛି । ଗ୍ରାମର ଭରତ ଚନ୍ଦ୍ର ରଣା, ବାବାଜୀ ରଣା, ଯୁଧିଷ୍ଟୀର ରଣାଙ୍କ ୩ ବଖରା ନିଅାଁ ଅାଁରେ ରହିଯାଇଛି । ଧାନ, ଚାଉଳ ଓ ସମସ୍ତ ଆସବାସପତ୍ର ପ୍ରାୟ ୫୦ ହଜାରରୁ ଊଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି ।




Powered by odothemes.com