NAVEEN NIWAS RE MANTRI SANJAYA DAS BURMA  MUKHYAMANTRI NAVEEN PATNAIK NKU BADHEI JANAUCHANTI.

ବିଜେଡିର ବାଜିମାତ୍‍

95

୩ ପୌରାଞ୍ଚଳରେ କଂଗ୍ରେସ, ଗୋଟିଏରେ ବିଜେପି ଖାତା ଖୋଲିଲାନି
ଭୁବନେଶ୍ୱର, ୮ ।୪(ବୁ୍ୟରୋ): ତିନିଟି ନଗରପାଳିକା- ପାରାଦୀପ, ସୁନାବେଡା ଓ ବେଲପାହାଡ ଏବଂ ୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‍ଏସି)- ରେଢାଖୋଲ, ବାଲିମେଳା ସମେତ ନବଗଠିତ ଧର୍ମଗଡ, ତୁଷୁରା ଓ ଦଶପଲ୍ଲା ଆଦି ୮ଟି ପୌର ପରିଷଦ ପାଇଁ ଅନୁଷ୍ଠିତ ନିର୍ବାଚନରେ କ୍ଷମତାସୀନ ବିଜୁ ଜନତା ଦଳ (ବିଜେଡି) ଏକତରଫା ବିଜୟ ହାସଲ କରିଛି । ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେପି ଓ କଂଗ୍ରେସ ବହୁ ପଛରେ ରହିଥିବାବେଳେ ୮ଟିଯାକ ପୌର ସଂସ୍ଥାରେ ବିଜେଡି ଏକକ ସଂଖ୍ୟାଗରିଷ୍ଠତା ସହ ପରିଷଦ ଗଠନ କରିବା ସ୍ପଷ୍ଟ ହୋଇଛି । ନିର୍ବାଚନ ଫଳର ତାପôର୍ଯ୍ୟପୂର୍ଣ୍ଣ ଦିଗଟି ହେଲା- ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ଥିବା କଂଗ୍ରେସ ପୌର ୱାର୍ଡ ବିଜୟ ଦୃଷ୍ଟିରୁ ବିଜେପିଠାରୁ ପଛେଇ ଯାଇଛି । ୮ଟି ପୌରାଞ୍ଚଳରେ ଥିବା ୧୨୯ଟି ୱାର୍ଡ ମଧ୍ୟରୁ ବିଜେଡି ଏକାକୀ ୧୦୩ଟି ୱାର୍ଡରେ ବିଜୟୀ ହୋଇଥିବାବେଳେ ବିଜେପି ୧୨ଟିରେ ଓ କଂଗ୍ରେସ ୧୧ଟି ୱାର୍ଡରେ ବିଜୟୀ ହୋଇଛି ।
ଘୋଷିତ ନିର୍ବାଚନ ଫଳ ଅନୁଯାୟୀ ୧୯ ୱାର୍ଡ ବିଶିଷ୍ଟ ପାରାଦୀପ ମୁ୍ୟନିସିପାଲିଟିର ବିଜେଡି ୧୬ଟି ୱାର୍ଡ ଦଖଲ କରିଥିବାବେଳେ ବିଜେପିକୁ ଗୋଟିଏ ଓ କଂଗ୍ରେସକୁ ୨ଟି ୱାର୍ଡ ମିଳିଛି । ଗତ ନିର୍ବାଚନରେ ୧୮ ୱାର୍ଡ ବିଶିଷ୍ଟ ପାରାଦୀପ ପୌର ପରିଷଦରେ ବିଜେଡି ୧୧ଟି, କଂଗ୍ରେସ ୩ଟି ଓ ସ୍ୱାଧୀନ ପ୍ରାର୍ଥୀମାନେ ୪ଟି ୱାର୍ଡରୁ ବିଜୟୀ ହୋଇଥିଲେ । ସେହିପରି ୨୫ ୱାର୍ଡ ବିଶିଷ୍ଟ ସୁନାବେଡା ନଗରପାଳିକାରେ ବିଜେଡି ୧୮ଟି, ବିଜେପି ୨ଟି ଓ କଂଗ୍ରେସ ୫ଟି ୱାର୍ଡରେ ବିଜୟୀ ହୋଇଛି । ଗତ ନିର୍ବାଚନରେ ୨୩ ୱାର୍ଡ ବିଶିଷ୍ଟ ଏହି ପୌର ପରିଷଦରେ ବିଜେଡି ୧୮ଟି, କଂଗ୍ରେସ ୪ଟି ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ଗୋଟିଏ ୱାର୍ଡ ମିଳିଥିଲା । ବେଲପାହାଡ ପୌରାଞ୍ଚଳର ୧୯ଟି ୱାର୍ଡ ମଧ୍ୟରୁ ବିଜେଡି ୧୬ଟି, ବିଜେପି ୨ଟି ଓ କଂଗ୍ରେସ ଗୋଟିଏ ୱାର୍ଡରେ ବିଜୟୀ ହୋଇଛି । ରେଢାଖୋଲ ଏନ୍‍ଏସିର ୧୩ଟି ୱାର୍ଡରୁ ବିଜେଡି ୧୨ଟି ୱାର୍ଡ ଦଖଲ କରିଥିବାବେଳେ ବିଜେପି ଗୋଟିଏ ୱାର୍ଡ ପାଇଛି । ସେଠାରେ କଂଗ୍ରେସ ଖାତା ଖୋଲିପାରିନାହିଁ । ବଲାଙ୍ଗୀର ଜିଲ୍ଲାରେ ନବଗଠିତ ତୁଷୁରା ଏନ୍‍ଏସିରେ କଂଗ୍ରେସ ଖାତା ଖୋଲିପାରିନଥିବାବେଳେ ୧୧ଟି ୱାର୍ଡରୁ ବିଜେଡିକୁ ୮ଟି, ବିଜେପିକୁ ୨ଟି ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ଗୋଟିଏ ୱାର୍ଡ ମିଳିଛି । କଳାହାଣ୍ଡି ଜିଲ୍ଲାର ନବଗଠିତ ଧର୍ମଗଡ ଏନ୍‍ଏସିରେ ୧୪ଟି ୱାର୍ଡରୁ ୧୩ଟି ବିଜେଡି ଖାତାକୁ ଯାଇଥିବାବେଳେ କଂଗ୍ରେସ ଗୋଟିଏ ୱାର୍ଡରେ ବିଜୟୀ ହୋଇଛି । ବିଜେପି ସେଠାରେ ଖାତା ଖୋଲିପାରିନାହିଁ । ନୟାଗଡ ଜିଲ୍ଲାର ନବଗଠିତ ଦଶପଲ୍ଲା ଏନ୍‍ଏସିରେ ୧୬ଟି ୱାର୍ଡରୁ ୧୩ଟିରେ ବିଜେଡି, ଗୋଟିଏରେ ବିଜେପି ଓ ୨ଟି ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ କଂଗ୍ରେସ ଖାତା ଖୋଲିପାରିନାହିଁ । ବାଲିମେଳା ଏନ୍‍ଏସିର ୧୨ଟି ୱାର୍ଡରୁ ୭ଟିରେ ବିଜେଡି ବିଜୟୀ ହୋଇଥିବାବେଳେ ବିଜେପିକୁ ୩, କଂଗ୍ରେସକୁ ୨ ଓ ଗୋଟିଏ ୱାର୍ଡ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଳିଛି ।




Powered by odothemes.com