ଭୋଟ୍‍ରଙ୍କୁ ଧନ୍ୟବାଦ: ନବୀନ

113

ପୌର ନିର୍ବାଚନରେ ଏକତରଫା ବିଜୟ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମ୍ପୃକ୍ତ ପୌରାଞ୍ଚଳର ଭୋଟରମାନଙ୍କୁ ଧନ୍ୟବାଦ୍‍ ଅର୍ପଣ କରିଛନ୍ତି । ସେ କହିଛନ୍ତି, ବିଜେଡି ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ଓ ସୁଶାସନ ଯୋଗୁଁ ପୌରାଞ୍ଚଳର ସଚେତନ ଭୋଟରମାନେ ଦଳ ପ୍ରତି ଦୃଢ ଆସ୍ଥା ପ୍ରକଟ କରିଛନ୍ତି । ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ ଶ୍ରୀ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ନିର୍ବାଚନ ବିଜୟ ପାଇଁ ପୌରାଞ୍ଚଳରୁ ରାଜଧାନୀ ପର୍ଯ୍ୟନ୍ତ ବିଜେଡି କର୍ମୀମାନେ ଖୁସି ମନାଉଥିବାବେଳେ କଂଗ୍ରେସ ଓ ବିଜେପି ଶିବିରରେ ନୈରାଶ୍ୟ ଖେଳିଯାଇଛି ।




Powered by odothemes.com