କମିଶନରେଟ୍ ପୁଲିସ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ

29

କଟକ,୯ା୧(ବୁ୍ୟରୋ): କଟକ ମଧୁପାଟଣା ସ୍ଥିତ ଟ୍ରାଫିକ୍ ଥାନାରେ ସୋମବାର ୨୮ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି । ଡିସିପି ସଞ୍ଜୀବ ଆରୋରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ କମିଶନରେଟ୍ ପୁଲିସ୍ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ଏଥିରେ ଅଟୋ ଡ୍ରାଇଭରମାନଙ୍କ ମାଗଣା ଚକ୍ଷୁ ପରୀକ୍ଷା କରାଯିବା ସହ ମାଗଣା ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା । ସେହିପରି ସଡକ ସୁରକ୍ଷା ଉପରେ ପ୍ରସ୍ତୁତ ଏକ ଫଟୋ ଗ୍ୟାଲେରୀକୁ ଉଦ୍ଘାଟନ କରାଯାଇଥିଲା । ସ୍କୁଲ ଏବଂ କଲେଜରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ଫଟୋ ପ୍ରଦର୍ଶନୀ କରାଯାଇଥିଲା । ଏହାବାଦ୍ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏକ ସଚେତନତା ରଥକୁ ଡିସିପି ଶ୍ରୀ ଆରୋରା ଉଦ୍ଘାଟନ କରିଥିଲେ । ତେବେ ଏହି ସଚେତନତା ରଥ ଏକ ସପ୍ତାହ ପର୍ଯ୍ୟନ୍ତ ସହରର ବିଭିନ୍ନ ସ୍ଥାନରେ ବୁଲିବା ସହ ଗାଡି ଚାଳକମାନଙ୍କୁ ସଚେତନତା କରାଇବ । ପରେ ଟ୍ରାଫିକ୍ ପୁଲିସ୍ ପକ୍ଷରୁ ବାଦାମବାଡି ଛକ ଏବଂ ଲିଙ୍କ୍ରୋଡ ଛକ ନିକଟରେ ସଚେତନତା ବାର୍ତ୍ତା ବଣ୍ଟା ଯାଇଥିବା ଟ୍ରାଫିକ୍ ଏସ୍ସିପି ପି.କେ ଦଳାଇ କହିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରାଫିକ୍ ଥାନା ଆଇଆଇସି ଶରତ କୁମାର ସାହୁ, ବସ୍, ଟ୍ରକ୍ ଓ ଅଟୋ ମାଲିକ ସଂଘର ସଭାପତି ଏବଂ ସମ୍ପାଦକ, ସେଚ୍ଛାସେବୀ ସଂଗଠନ, ସ୍କୁଲ କଲେଜ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।




Powered by odothemes.com