ସୁଖ ଶାନ୍ତି ପାଇଁ ଆଧ୍ୟାତ୍ମିକ ଚେତନା ଜାଗରଣ ଏକମାତ୍ର ମାର୍ଗ: ଗଜପତି ମହାରାଜ | ସର୍ବସାଧାରଣ ଖବରକାଗଜ
ashok-nagar-stita-sibananda-sanskrutika-kendra-parisara-re-gajapati-maharaja-sri-dibyasingh-dev-nutana-librery-hall-ku-udghatan-karuchanti-3

ସୁଖ ଶାନ୍ତି ପାଇଁ ଆଧ୍ୟାତ୍ମିକ ଚେତନା ଜାଗରଣ ଏକମାତ୍ର ମାର୍ଗ: ଗଜପତି ମହାରାଜ

37

ଭୁବନେଶ୍ୱର, (ବୁ୍ୟରୋ): ଜୀବନରେ ସୁଖ ଶାନ୍ତି, ସଫଳତା ପ୍ରାପ୍ତି ପାଇଁ ଆଧ୍ୟାତ୍ମିକ ଚେତନା ଜାଗରଣ ଏକମାତ୍ର ମାର୍ଗ ଓ ଉପାୟ ବୋଲି କହିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ତଥା ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହଦେବ ।  ଶନିବାର ସନ୍ଧ୍ୟାରେ ସ୍ଥାନୀୟ ୨ ନମ୍ବର ୟୁନିଟ୍ ଶିବାନନ୍ଦ ଆଶ୍ରମସ୍ଥିତ ଦିବ୍ୟଜୀବନ ସଂଘ ଶାଖା ପରିସରରେ ସ୍ୱାମୀ ଚିଦାନନ୍ଦ ଜନ୍ମ ଶତବାର୍ଷିକ ସ୍ୱାଧ୍ୟାୟକେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ଅବସରରେ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ କହିଛନ୍ତି ଯେ, ଉକ୍ରଳ ପ୍ରଦେଶ ସମେତ ଭାରତ ବର୍ଷ ତଥା ସମଗ୍ର ବିଶ୍ୱରେ ମାନବ ସମାଜରେ ଆଧ୍ୟାତ୍ମିକ ଜ୍ଞାନ ବିତରଣ ହେବା ଏହି ସ୍ୱାଧ୍ୟାୟ କେନ୍ଦ୍ର ପ୍ରତିଷ୍ଠାନର ମୁଖ୍ୟ ଉଦେ୍ଦଶ୍ୟ । ଗଜପତି ମହାରାଜା କହିଛନ୍ତି ଓଡ଼ିଶା ପ୍ରଦେଶରେ ଗଢ଼ିଉଠିଥିବା ୩୦୦ ରୁ ଊଦ୍ଧ୍ୱର୍ ଦିବ୍ୟଜୀବନ ସଂଘ ଶାଖା ଓ ସତ୍ସଙ୍ଗ କେନ୍ଦ୍ର ପ୍ରତିଷ୍ଠାମାନେ ଏକତି୍ରତ ହୋଇ ସମଗ୍ର ରାଜ୍ୟରେ ସ୍ୱାମୀ ଚିଦାନନ୍ଦ ଜନ୍ମଶତବାର୍ଷିକୀ ମହୋତ୍ସବ ପାଳନ ନିମନ୍ତେ ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଜନ୍ମ ଶତବାର୍ଷିକୀ ସମିତି ଗଠନ କରିଛନ୍ତି । ବିଗତ ତିନି ବର୍ଷ ଧରି ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ ଦିବ୍ୟଜୀବନ ସଂଘ ଶାଖାମାନଙ୍କ ଦ୍ୱାରା ସମିତି ଆନୁକୂଲ୍ୟରେ ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଳିତ ହୋଇପାରିଛି । ଶତବାର୍ଷିକ ମହୋତ୍ସବ ପାଳନର ଶେଷ ପର୍ଯ୍ୟାୟରେ ସମିତି ଦ୍ୱାରା ଉକ୍ରଳ ପ୍ରଦେଶର ଅଧିକରୁ ଅଧିକ ଦିବ୍ୟଜୀବନ ସଂଘ ଶାଖାମାନଙ୍କରେ ସ୍ୱାମୀ ଚିଦାନନ୍ଦ ଜନ୍ମଶତବାର୍ଷିକୀ ସ୍ୱଧ୍ୟାୟକେନ୍ଦ୍ର ପ୍ରତିଷ୍ଠା ପାଇଁ ସ୍ଥିର କରାଯାଇଛି । ସେ କହିଛନ୍ତି ଯେ, ଗୁରୁକୃପା ପାଇଲେ ଭଗବତପ୍ରାପ୍ତି ହୋଇଥାଏ । ଯଦି ମନୁଷ୍ୟ ଗୁରୁକୃପା ପ୍ରାପ୍ତି ହୁଏ, ତାହେଲେ ସୁଖ, ଶାନ୍ତି ସଫଳତା ମିଳିଥାଏ । ଘରେ ଘରେ ଆଧ୍ୟାତ୍ମିକ ଗ୍ରନ୍ଥ ପହଞ୍ଚାଇବା ସହିତ ଏହାକୁ ଅଧ୍ୟୟନ କରାଗଲେ ସମାଜର ସମସ୍ତ ପ୍ରକାର ବିଶୃଙ୍ଖଳାକୁ ରୋକାଯାଇପାରିବ । ଆଧ୍ୟାତ୍ମିକତା ଚିନ୍ତନର ପ୍ରଚାର ପ୍ରସାରଣ ଭାରତୀୟ ପରମ୍ପରା, ମହାନ୍ ସଂସ୍କୃତିର ବାର୍ତ୍ତା ଏବଂ ସିଦ୍ଧାନ୍ତ ବୋଲି ଗଜପତି କହିଛନ୍ତି । ସ୍ୱାଧ୍ୟାୟ କେନ୍ଦ୍ରରୁ ସଭ୍ୟମାନେ ଆଧ୍ୟାତ୍ମିକ ଗ୍ରନ୍ଥ ପଢ଼ିବା ପାଇଁ ନେବେ ଏବଂ ଫେରାଇ ପାରିବାର ବ୍ୟବସ୍ଥା ମଧ୍ୟ ରଖାଯାଇଛି । ଆଧ୍ୟାତ୍ମିକ ଗ୍ରନ୍ଥ ଅଧ୍ୟୟନ ଦ୍ୱାରା ଜୀବନ ସୁନ୍ଦର ହେବାସହ ଆଦର୍ଶ ପୁରୁଷ ଭାବେ ପ୍ରତିଷ୍ଠିତ ହୋଇପାରିବେ । ଖୁବ୍ ଶୀଘ୍ର ରାଜ୍ୟର ଅନୁ୍ୟନ ୧୦୦ଟି ଦିବ୍ୟଜୀବନ ଶାଖା କେନ୍ଦ୍ରରେ ଏଭଳି ସ୍ୱାଧ୍ୟାୟକେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଗଜପତି ମହାରାଜ କହିଛନ୍ତି । ଏହି ଉତ୍ସବରେ ସ୍ୱାମୀ ଶିବଚିଦାନନ୍ଦଜୀ ମହାରାଜ, ସ୍ୱାମୀ ଜଗନ୍ନାଥାନନ୍ଦଜୀ ମହାରାଜଙ୍କ ସମେତ ଶତବାର୍ଷିକୀ ସମିତିର ସାଧାରଣ ସମ୍ପାଦକ ଜୟଚନ୍ଦ୍ର ନାୟକ, ଭୁବନେଶ୍ୱର ଶାଖା ସଭାପତି ପ୍ରଭାକର ଦାସ ଓ ସାଧାରଣ ସମ୍ପାଦକ ଅଦ୍ୱୈତ ପ୍ରସାଦ ବିଶ୍ୱାଳ ଓ ସଦସ୍ୟ ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।




Powered by odothemes.com