khandagiri-thana-mobile-lutera-giraf-o-mobile-jabat-2

୬୩ ମୋବାଇଲ, ୨ ବାଇକ୍ ଜବତ

32

ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୪ ଗଲେ ଜେଲ୍
ଭୁବନେଶ୍ୱର (ବୁ୍ୟରୋ): ଖଣ୍ଡଗିରି ଥାନା ପୁଲିସ୍ ଠାବ କରିଥିବା ମୋବାଇଲ୍ ଲୁଟେରା ଗ୍ୟାଙ୍ଗ୍ର ୪ ଜଣଙ୍କୁ ଶନିବାର କୋର୍ଟ ଚାଲାଣ କରିଛି । ସେମାନଙ୍କ ମଧ୍ୟରେ ୨ ଜଣ ଇଞ୍ଜିନିୟରିଂ ଛାତ୍ର ବୋଲି ପୁଲିସ୍ କହିଛି । ଗିରପ ଲୁଟେରାଙ୍କ ନିକଟରୁ ପୁଲିସ୍ ୬୩ଟି ଦାମୀ ମୋବାଇଲ ସହ ୨ଟି ବାଇକ୍ ଜବତ କରିଛି । ଜବତ ମୋବାଇଲର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍ ଅନୁମାନ କରିଛି । ଅଭିଯୁକ୍ତମାନେ ହେଲେ, ଖଣ୍ଡଗିରି ଥାନା ଅଧିନ ସରକନ୍ତରା ଗାଁର ବିକେ ବିଶେଶ୍ୱର ସଡଙ୍ଗୀ ଓରଫ ଆକାଶ (୧୮), ବିକେ କ୍ରିତେଶ୍ୱର ସଡଙ୍ଗୀ ଓରଫ ଅଗ୍ନି (୧୮), ଆଶିଷ କୁମାର ପ୍ରଧାନ ଓରଫ ବୁଦ୍ଧିଆ (୧୮) ଓ ଅନ୍ୟ ଜରେ ନାବାଳକ ବୋଲି ପୁଲିସ୍ କହିଛି । ଆକାଶ ସ ଅଗ୍ନି ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡିଛି । ତେବେ ଏହି ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ ଚିତ୍ତ ଓ ଟିକିକୁ ପୂର୍ବରୁ ପୁଲିସ୍ ଗିରପ କରି କୋର୍ଟ ଚାଲାଣ କରିଛି । ଗ୍ୟାଙ୍ଗ୍ରେ ସମ୍ପୃକ୍ତ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍ ତଦନ୍ତ ଜାରି ରଖିଛି । ପୁଲିସ୍ ସୂତ୍ରରୁ ପ୍ରକାଶ, ଗିରଫ ଅଭିଯୁକ୍ତମାନେ ଖଣ୍ଡଗିରି-ତମାଣ୍ଡୋ ଥାନା ଅଞ୍ଚଳରେ ଅପରେସନ୍ କରୁଥିଲେ । ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଯାତ୍ରୀଙ୍କୁ ଟାର୍ଗେଟ କରୁଥିଲେ । କଥା ହେବା ସମୟରେ ମୋବାଇଲ ଝାମ୍ପି ଛୁ’ ମାରୁଥିଲେ । ସେମାନେ ଉପରୋକ୍ତ ଅଞ୍ଚଳରେ ଆତଙ୍କ ରଚିଥିଲେ । ଏହି ଗ୍ୟାଙ୍ଗ୍କୁ ଧରିବା ପାଇଁ ପୁଲିସ୍ ନାକେଦମ ହୋଇଥିଲା । ଦିନ ଦ୍ୱିପ୍ରହରରେ ଲୁଟ୍ କରି ପୁଲିସ୍ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ । ପୁଲିସ୍ ପାଟ୍ରୋଲିଂ କରିବା ସମୟରେ ସରକନ୍ତରା ଅଞ୍ଚଳରୁ ସେମାନେ ଧରାପଡିଥିଲେ ।




Powered by odothemes.com