samana-kamaku-samana-darama-dabire-rajya-bidyut-thika-karmachari-nka-pmg-thare-bikhyab-05

ସମାନ କାମକୁ ସମାନ ଦରମା ଦାବିରେ ବିଦୁ୍ୟତ୍ ଠିକା କର୍ମଚାରୀଙ୍କ ବିକ୍ଷୋଭ

48

ଭୁବନେଶ୍ୱର, (ବୁ୍ୟରୋ): ସମାନ କାମକୁ ସମାନ ଦରମା ଦାବିରେ ରାଜ୍ୟ ବିଦୁ୍ୟତ୍ ଠିକା କର୍ମଚାରୀମାନେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଓଡ଼ିଶାର ବିଦୁ୍ୟତ୍ କ୍ଷେତ୍ରରେ ହେଲ୍ପର ଠାରୁ ଇଞ୍ଜିନିୟର ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ କାର୍ଯ୍ୟରତ ଠିକା ଏବଂ ଏନ୍ଏମ୍ଆର୍ କର୍ମଚାରୀମାନେ ଏହି ଆନେ୍ଦାଳନରେ ସାମିଲ୍ ହୋଇଥିଲେ । ବିଦୁ୍ୟତ୍ କର୍ମଚାରୀ ଫେଡେରେସନ୍, କର୍ପୋରେସନ୍ ଇଞ୍ଜିନିୟର୍ସ ଆସୋସିଏସନ୍ ଏବଂ ରାଜ୍ୟ ବିଦୁ୍ୟତ୍ କର୍ମଚାରୀ ସଂଘ ମିଳିତ ଭାବେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ଠିକା କର୍ମଚାରୀ ଓ ଇଞ୍ଜିନିୟରମାନଙ୍କର ଏକ ଶୋଭାଯାତ୍ରା ମାଷ୍ଟରମ୍ୟାଣ୍ଟିନ୍ରୁ ବାହାରି ଲୋୟର୍ ପିଏମ୍ଜି ଅଭିମୁଖେ ଯାଇଥିଲା । ଏଆଇଟିୟୁସିର ସାଧାରଣ ସମ୍ପାଦକ ସୌରୀବନ୍ଧୁ କର, ବିଦୁ୍ୟତ୍ ଫେଡେରେସନ୍ ଉପାଧ୍ୟକ୍ଷ ରାମକୃଷ୍ଣ ପଣ୍ଡା, କର୍ମଚାରୀ ଫେଡେରେସନ୍ର ସାଧାରଣ ସମ୍ପାଦକ ଯତୀନ୍ଦ୍ର କୁମାର ରାୟ ଓ କର୍ପୋରେସନ୍ ଇଞ୍ଜିନିୟର୍ସ ଆସୋସିଏସନ୍ର ସଭାପତି ବଳରାମ ପ୍ରସାଦ ବସୁମଲ୍ଲିକ ପ୍ରମୁଖ ଧାରଣାସ୍ଥଳରେ ଉଦ୍ବୋଧନ ଦେଇଥିଲେ । ଦାବିଗୁଡ଼ିକ ବିଦୁ୍ୟତ୍ ସଂସ୍ଥାରେ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ଶକ୍ତିମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ତେବେ ଆଗାମୀ ଦିନରେ ଦାବି ପୂରଣ କରାନଗଲେ ବିଦୁ୍ୟତ୍ କର୍ମଚାରୀମାନେ ବ୍ୟାପକ ଆନେ୍ଦାଳନ କରିବେ ବୋଲି ଏଠାରେ ଚେତାବନୀ ଦିଆଯାଇଥିଲା ।




Powered by odothemes.com