puri

ରଥକାଠ ଚିରଟ ପାଇଁ ଗଲା ଆଜ୍ଞାମାଳ

37

୨୦୧୭ ରଥଯାତ୍ରା
ପୁରୀ (ଆପ୍ର): ଆଗାମୀ ରଥଯାତ୍ରା ପାଇଁ କାଠ ଚିରଟ ଅନୁକୂଳ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରିଛି ନୟାଗଡ଼ । ସୋମବାର ଅପରାହ୍ନରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଆଜ୍ଞାମାଳକୁ ନୟାଗଡ଼ ପଠାଯାଇଛି । ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ସହ ପ୍ରଶାସକ ସରୋଜ ରାୟ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ୱାର୍କ ସରକାର କାର୍ତ୍ତିକ ଭୋଇ ଏବଂ ଭୋଇ ସର୍ଦ୍ଦାର ରବି ଭୋଇ ପ୍ରମୁଖ ଏହି ଆଜ୍ଞାମାଳକୁ ନେଇ ନୟାଗଡ଼ର ବଡ଼ମୂଳ ଗ୍ରାମକୁ ଯାତ୍ରା କରିଛନ୍ତି । ତାଡ଼ରେ ମହାପ୍ରଭୁଙ୍କ ଲାଗି ମାଳ, ଶ୍ରୀଅଙ୍ଗ ପାଟ, ଲଡ଼ୁ ମହାପ୍ରସାଦ, ଧୂପ ଦୀପ ଏବଂ ନାରୀକେଳ ପ୍ରଭୃତି ଧରି ଅଧିକାରୀ ଯାତ୍ରା କରିଛନ୍ତି । ସୋମବାର ରାତିରେ ଏହି ଦଳ ନୟାଗଡ଼ରେ ଅବସ୍ଥାନ କରିବେ । ମଙ୍ଗଳବାର ପ୍ରତୁ୍ୟଷରୁ ଆଜ୍ଞାମାଳକୁ ନେଇ ଶ୍ରୀମନ୍ଦିର ପ୍ରଶାସର ଅଧିକାରୀ ବଡ଼ମୂଳ ଗ୍ରାମର ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ପହଞ୍ଚôବା ପରେ ସେଠାରେ ପୂଜାର୍ଚ୍ଚନା ଓ ଯଜ୍ଞାନୁଷ୍ଠାନ କରାଯିବ । ଠାକୁରାଣୀଙ୍କ ଆଜ୍ଞାମାଳ ନେଇ ରଥକାଠ ପାଇଁ ଗଛ କଟା ଶୁଭାରମ୍ଭ ହେବ । ସୂଚନା ଯୋଗ୍ୟ ପୂର୍ବବର୍ଷ ରଥଯାତ୍ରାର ୧୩୮ ଖଣ୍ଡ ବଳକା କାଠ ଥିବାବେଳେ ଚଳିତ ବର୍ଷ ରଥଯାତ୍ରା ପାଇଁ ନୟାଗଡ଼ ବନଖଣ୍ଡରୁ ୭୨୭ ଖଣ୍ଡ କାଠ ଆସିବ । ୧୮୫ଟି ବାରଫୁଟିଆ ଅସନ, ୨୧୪ ଧଉରା, ୮୦ କୋଡ଼ିଏ ଫୁଟିଆ ଅସନ, ୭୩ ଧଉରା, ୪୦ଟି ୩୦ଫୁଟିଆ ଅସନ, ୭୦ଟି ଧଉରା, ୭୨ଟି ଫାଶୀ ଏବଂ ୩ଟି ଶିମିଳି କାଠ । ଚଳିତବର୍ଷ ରଥ ଯାତ୍ରା ପାଇଁ ନୟାଗଡ଼ ବନଖଣ୍ଡରୁ ଏହିସବୁ ରଥକାଠ ଆସିବ ।




Powered by odothemes.com