୧୫ ଦଫା ଦାବିରେ କଳାକାରଙ୍କ ଅଭିନବ ଶୋଭାଯାତ୍ରା | ସର୍ବସାଧାରଣ ଖବରକାଗଜ
kenarapada-sisu-uchhaba

୧୫ ଦଫା ଦାବିରେ କଳାକାରଙ୍କ ଅଭିନବ ଶୋଭାଯାତ୍ରା

33

କେନ୍ଦ୍ରାପଡ଼ା (ଆପ୍ର): କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶସାନ ଜିଲ୍ଲାର ପଞ୍ଜୀକୃତ କଳାକାରଙ୍କୁ ଅଣଦେଖା କରି ଟେଣ୍ଡର ମାଧ୍ୟମରେ ଅଣକଳାକାର ଏନ୍ଜିଓଙ୍କୁ ପ୍ରୋତ୍ସାହନ ଦେଉଥିବା ପ୍ରତିବାଦରେ ଜିଲ୍ଲା କଳା ସଂସ୍କୃତି ସଂଘ ତରଫରୁ ୧୫ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ରାବଣ, ହନୁମାନ, ତାଡକା, ନର୍ତ୍ତକୀ, ଗାୟକ, ବାୟକ ବେଶ ପୋଷାକରେ ସଜ୍ଜିତ ହୋଇ ପ୍ରାୟ ହଜାରରୁ ଊଦ୍ଧ୍ୱର୍ କଳାକାର ହାତରେ ଧନୁ, ଗଦା, ଖଣ୍ଡା, ଚାମର, ଢାଲ , ମୃଦଙ୍ଗ, ଝାଞ୍ଜ, କରତାଳ ଧରି ଅଭିନବ ଶୋଭାଯାତ୍ରା ଜିଲ୍ଲା ସଭାପତି ଗଗନ ବିହାରୀ ସିଂଙ୍କ ନେତୃତ୍ୱରେ ମଙ୍ଗଳବାର ହୋଇଥିଲା । ସହର ପରିକ୍ରମା କରି ଦାବିପତ୍ର ଜିଲ୍ଲାପାଳ ମୁରଲି ଧର ମଲିକଙ୍କୁ ପ୍ରଦାନ କରିଥିଲେ । ପ୍ରାୟ ୨୦ରୁ ଊଦ୍ଧ୍ୱର୍ କଳା ସଂସ୍କୃତି ସଂଘର କଳାକାର ଶୋଭାଯାତ୍ରାରେ ସାମିଲ ହୋଇଥିଲେ । କଳା ସଂସ୍କୃତି ସଂଘର ଦାବି ଗୁଡିକ ମଧ୍ୟରେ ସରକାରଙ୍କ ଜନ ସଚେତନତା କାର୍ଯ୍ୟକ୍ରମ ଏନ୍ଜିଓଙ୍କୁ ଦିଆନଯାଇ ଜିଲ୍ଲା କଳା ସଂସ୍କୃତି ସଂଘକୁ ଦେବା, ଜିଲ୍ଲା ଓ ବ୍ଲକ୍ସ୍ତରୀୟ ଜନ ସଚେତନତା କାର୍ଯ୍ୟକ୍ରମକୁ ପଞ୍ଜୀକୃତ କଳାକାରଙ୍କୁ ଦେବା, କଳାକାରଙ୍କୁ ଭତ୍ତା ପ୍ରଦାନ, କଳାକାରଙ୍କୁ ସହାୟତା ରାଶି ପ୍ରଦାନ ଓ ଗାୟକରତ୍ନ ହରିନାଥ, ଗାୟକ ଶୀରୋମଣି ନିରଂଜନ କର, ବୈଷ୍ଣ ଚରଣ ପ୍ରଧାନ, ନିଧୀରାମ ମହାରଣା ଓ ଅର୍ଜୁନୀ ଚରଣ ବେହେରା ପ୍ରମୁଖ ଯଶସ୍ୱୀ କଳାକାରଙ୍କ ଜନ୍ମତିଥୀକୁ ଜିଲ୍ଲା ପ୍ରଶାସନ ପାଳନ କରିବା ଇତ୍ୟାଦି ପ୍ରମୁଖ ଦାବି ରହିଛି । ଶୋଭାଯାତ୍ରା ଜିଲ୍ଲା କାର୍ଯ୍ୟାଳୟ ନିକଟରେ ପହଞ୍ଚôବା ପରେ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଓ ବିଜେପି ର ବରିଷ୍ଠ ନେତା ବିଷ୍ଣୁ ଦାସ ପ୍ରମୁଖ ସେମାନଙ୍କୁ ସ୍ୱାଗତ ଜଣାଇବା ସହ ରାଜ୍ୟ ସରକାର ତୁରନ୍ତ କଳାକାରଙ୍କ ୧୫ ଦଫା ଦାବି ପୂରଣ କରିବା ପାଇଁ ଦାବି କରିଥିଲେ । ବିଜୟ ମଲିକ, ନୃସିଂହ ଚରଣ ନାଥ, ବିଶ୍ୱମ୍ବର ରଣା, ରଜନୀ କାନ୍ତ ଚାନ୍ଦ, ଦୀନବନ୍ଧୁ ତରାଇ, ନିରାକାର ମହାରଣା, ପ୍ରଫୁଲ ସ୍ୱାଇଁ , ସବିତା ଦେହୁରୀ, ଲକ୍ଷ୍ମୀପ୍ରିୟା ଧଳ, ତ୍ରିଲୋଚନ ରଣା, ଯଶୋବନ୍ତୀ ମହାନ୍ତି, ଅମୂଲ୍ୟ ରାଉତ ପ୍ରମୁଖ ନେତୃତ୍ୱ ନେଇଥିଲେ ।




Powered by odothemes.com