odisha-prathamika-sikshysks-sangha-pakhyaru-bikhyov-1

ପ୍ରାଥମିକ ଶିକ୍ଷକଙ୍କ ବିଶାଳ ସମାବେଶ

35

କେନ୍ଦ୍ରୀୟ ହାରରେ ଦରମା ମିଳୁ
ଭୁବନେଶ୍ୱର,(ବୁ୍ୟରୋ): ରାଜ୍ୟରେ ବିଭିନ୍ନ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ନୂତନ ଯୋଜନା ପେନସନ୍ଭୁକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଏକ ବିଶାଳ ବିକ୍ଷୋଭ ସମାବେଶ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି । ନୂତନ ପେନସନ୍ ଯୋଜନାଭୁକ୍ତ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ଡାକରା କ୍ରମେ ରାଜ୍ୟର କୋଣ ଅନୁକୋଣରୁ ହଜାରହଜାର ଶିକ୍ଷକଶିକ୍ଷୟତ୍ରୀ ଭୁବନେଶ୍ୱରରେ ଏକତ୍ରିତ ହୋଇ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ବାହାରି ଲୋୟର୍ପିଏମଜି ପର୍ଯ୍ୟନ୍ତ ଆସିଥିଲେ ଓ ସେଠାରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ଗତ ୧୯ ସେପ୍ଟେମ୍ବରରେ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ, ସଚିବଙ୍କ ସହ ସଂଘର ଏକ ବୈଠକ ହୋଇଥିଲା । ୬ ଦଫାର ଦାବି ପୂରଣ କରିବାରେ ସରକାର କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି ଓ ସରକାର ଜାଣିଶୁଣି ଶିକ୍ଷକମାନଙ୍କୁ ଆନେ୍ଦାଳନକୁ ଓହ୍ଲାଇବାକୁ ବାଧ୍ୟ କରୁଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ସଂଘର ସଭାପତି ରାକେଶ ମହାନ୍ତିଙ୍କ କହିବାନୁଯାୟୀ, କେନ୍ଦ୍ର ସରକାରଙ୍କ ଅଧିନରେ ୬ଷ୍ଠ ବେତନ କମିଶନ ଅନୁଯାୟୀ ଜଣେ ପ୍ରାଥମିକ ଶିକ୍ଷକ ତା’ର ମୂଳଦରମା ବାବଦକୁ ୧୩ ହଜାର ୫୦୦ଟଙ୍କା ଦିଆଯାଉଥିବା ବେଳେ ଓଡ଼ିଶାର ପ୍ରାଥମିକ ଶିକ୍ଷକମାନେ ପେ’ ବ୍ୟାଣ୍ଡ୍-୧ ରେ ୨୨୦୦ ଟଙ୍କା ଗ୍ରେଡ୍ ପେ’ ଅନୁସାରେ ମୂଳଦରମା ପାଉଛନ୍ତି । ଏହା ଦ୍ୱାରା ରାଜ୍ୟ ସରକାର ଶିକ୍ଷା ଅଧିକାର ଆଇନକୁ ଉଲ୍ଲଙ୍ଘନ କରୁଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତରେ ପୁନର୍ବାର ଆଲୋଚନା କରାଯାଇଥିଲା ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଫିଟ୍ମେଣ୍ଟ୍ କମିଟି ସହ ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି ପତିଶ୍ରୁତି ଦେଲାପରେ ସଂଘ ଧାରଣା ସ୍ଥଗିତ କରିଥିଲେ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଫିଟ୍ମେଣ୍ଟ୍ କମିଟି ସହ ଆଲୋଚନା କରାଯାଇ ଏହି ସମସ୍ୟାର ସମାଧାନ ଯଦି କରାନଯାଏ ସଂଘ କାର୍ଯ୍ୟବନ୍ଦ ସହ ବୁଥସ୍ତରୀୟ ପ୍ରତିବାଦ କରିବ ବୋଲି ଚେଦାବନୀ ଦେଇଛି ।

ସେଆର କରନ୍ତୁ:



Powered by odothemes.com