ଏମ୍ସିଆଇ ଆପତ୍ତିର ୨୫ସୁଦ୍ଧା ଜବାବ ଦାଖଲ ନିଷ୍ପତ୍ତି

swastha-sachiba-scb-principal-office-re

ଏସ୍ସିବିରେ ସ୍ୱାସ୍ଥ୍ୟ ସଚିବଙ୍କ ସମୀକ୍ଷା ବୈଠକ
କଟକ,୯ା୧୨(ବୁ୍ୟରେ): ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ ଅଫ୍ କଲେଜ (ଏସ୍ସିବି)ର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ (ଏମସିଆଇ) ପକ୍ଷରୁ ଦିଆଯାଇଥିବା ବିଭିନ୍ନ ପ୍ରତିବାଦକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ୟ୍ଥ ସଚିବ ପ୍ରମୋଦ କୁମାର ମୋହେର୍ଦ୍ଦାଙ୍କ ପ୍ରଥମ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ବିଭିନ୍ନ ବିଭାଗୀରେ ଖାଲିଥିବା ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା ସହ ଅଧିକ୍ଷକଙ୍କ ଅଭିଜ୍ଞତା ଉପରେ ଏମସିଆଇ ଉଠାଇଥିବା ପ୍ରଶ୍ନ ଉପରେ ଆଲେଚନା ମଧ୍ୟ କରିଥିଲେ । ତେବେ ଏସସିବି ମେଡିକାଲ ଅଧିକ୍ଷକଙ୍କ ଅଭିଜ୍ଞତାକୁ ନେଇ ଏମସିଆଇକୁ ରିର୍ପୋଟ ପ୍ରଦାନ କରିଛି । ଏମସିଆଇ ନିୟମ ଅନୁଯାୟୀ ମେଡିକାଲ ଅଧିକ୍ଷକଙ୍କ ୧୦ ବର୍ଷ ଅଭିଜ୍ଞତା ରହିଥିବା ବେଳେ ଏମସିଆଇ ରିର୍ପୋଟରେ ୮ବର୍ଷର ଅଭିଜ୍ଞତା ଦର୍ଶାଇଥିଲା । ଏହାକୁ ଆଧାର କରି ଅଧିକ୍ଷକ ୨୦୦୨ ମସିହାରେ ବୁର୍ଲା ମେଡିକାଲର ସର୍ଜରୀ ମୁଖ୍ୟ ରହିଥିବା ବେଳେ ଆଦ୍ୟାବଧି ମେଡିକାଲରେ ୧୪ ବର୍ଷର ଉପରେ ଅଭିଜ୍ଞ ରହିଛି ବୋଲି ଏମସିଆଇକୁ ରିର୍ପାଟ ପ୍ରଦାନ କରାଯିବ । ସେହିପରି ୨ଟି ୟୁଜି ଓ ରେସିଡେଣ୍ଟାଲ ହଷ୍ଟେଲ ବିଲ୍ଡିଂକୁ ମଙ୍ଗଳବାର ସୁଦ୍ଧା ମେଡିକାଲକୁ ହସ୍ତାନ୍ତର କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ତେବେ ଲେକଚର ହଲକୁ ଆସନ୍ତା ସପ୍ତାହରେ ଏଲଏନଟି ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି । ଅନ୍ୟପଟେ କେନ୍ଦ୍ରୀୟ ଆଇସିୟୁକୁ ଟ୍ରମା କେୟାର ଉପର ମହଲାକୁ ସ୍ଥାନାନ୍ତରିତ କରାଯିବ । ସେଣ୍ଟ୍ରାଲ ଆଇସିୟୁ ସ୍ଥାନରେ ସର୍ଜରୀ ବିଭାଗର ୨୦ଟି ଶଯ୍ୟା ଅବସ୍ଥାପିତ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ ଶ୍ରୀ ମେହେର୍ଦ୍ଦା ନିଦେ୍ର୍ଦଶ ଦେଇଥିଲେ । ବିଭିନ୍ନ ୱାର୍ଡ ସମସ୍ୟା ସମାଧାନ କରି ସମସ୍ତ ତଥ୍ୟ ପ୍ରଦାନ କରିବା ପାଇଁ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସମସ୍ତ ଅବଜେକସନ ପୂରଣ ହେବା ପରେ ଡକୁ୍ୟମେଣ୍ଟ ସହ ୱାର୍ଡର ଫଟୋ ଉଠାଇ ଏମସିଆଇକୁ ଅସନ୍ତା ୨୫ ତାରିଖରେ ପ୍ରଦାନ କରାଯିବ । ସୂଚନାଯୋଗ୍ୟ ଯେ, ୨୦୧୩-୧୪ ଶିକ୍ଷା ବର୍ଷରେ ଏସ୍ସିବି ମେଡିକାଲ କଲେଜ ଏମ୍ବିବିଏସ୍ ସିଟ୍ ୧୫୦ରୁ ୨୫୦କୁ ବୃଦ୍ଧି କରିଥିଲେ । ଭିତ୍ତିଭୂମିର ବିକାଶ ପାଇଁ ସରକାର ୧୪୦ କୋଟି ଟଙ୍କା ଯୋଗାଇ ଦେଇଥିଲେ । ଉକ୍ତ ଅର୍ଥରେ ବର୍ଦ୍ଧିତ ୨୫୦ ସିଟ୍ ପାଇଁ ପାଠାଗାର, ଅଡିଟୋରିୟମ, ପରୀକ୍ଷା ଗୃହ, ହଷ୍ଟେଲ, ଶ୍ରେଣୀ ଗୃହ, ଖେଳ ପଡିଆ, ଲେକଚର ଥିଏଟର ସ୍ଥାପନ କରିବାକୁ କୁହାଯାଇଥିଲା । ସମସ୍ତ କାର୍ଯ୍ୟ ଶେଷ ପରେ ଏମବିଏସ ସିଟ୍କୁ ବୃଦ୍ଧି କରାଯିବ ବୋଲି ସ୍ପଷ୍ଟ କରାଯାଇଥିଲା । କିନ୍ତୁ ଗତ ୪ ବର୍ଷ ମଧ୍ୟରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଠିକ ଭାବରେ ଶେଷ ହୋଇନାହିଁ । ତେବେ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଏମସିଆଇ ପକ୍ଷରୁ ଏକ ମାସ ସମୟ ପ୍ରଦାନ କରାଯାଇଛି । ଏକ ମାସ ମଧ୍ୟରେ ମେଡିକାଲର ଆବଶ୍ୟକୀୟ ଭିତ୍ତିଭୂମି ପୂରଣ ନହୁଏ । ତେବେ ଏମବିବିଏସ ପାଠ୍ୟକ୍ରମରେ ବର୍ଦ୍ଧିତ ହେବାକୁ ଥିବା ୧୦୦ ସିଟ ପ୍ରତ୍ୟାହାର କରିନିଆଯିବ ବୋଲି ଏମସିଆଇ ପକ୍ଷରୁ ଚେତାବନୀ ପ୍ରଦାନ କରିଛି । ଏହି ବୈଠକରେ ଏସସିବି ଅଧିକ୍ଷକ ପ୍ରଫେସର ପ୍ରତାପ ରଥ, ଅଧ୍ୟକ୍ଷ ସିଦ୍ଧାର୍ଥ ଦାସ, ପ୍ରଶାସନିକ ଅଧିକାରୀ ପ୍ରତାପ ମିଶ୍ର ବିଭିନ୍ନ ବିଭାଗୀୟ ମୁଖ୍ୟ ବରିଷ୍ଠ ଡାକ୍ତର, ପ୍ରଫେସରଙ୍କ ସହ ଏଲଏନଟି, ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ଆଦି ଉପସ୍ଥିତ ଥିଲେ ।