vigilance-2

ଭିଜିଲାନ୍ସ ଜାଲରେ କୋଟିପତି ଅବକାରୀ ସବ୍ ଇନ୍ସପେକ୍ଟର

51

ଭୁବନେଶ୍ୱର,(ବୁ୍ୟରୋ): ଭିଜିଲାନ୍ସ ଜାଲରେ ବୁଧବାର ଜଣେ କୋଟିପତି ଅବକାରୀ ସବ୍ ଇନ୍ସପେକ୍ଟର ଲକ୍ଷ୍ମଣ କୁମାର ସଡଙ୍ଗୀ ପଡିଛନ୍ତି । ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କ ବାସଭବନ ସମେତ ଏକସଙ୍ଗେ ୪ଟି ସ୍ଥାନରେ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ଭିଜିଲାନ୍ସ ୮୧ ଲକ୍ଷ ୯ ହଜାର ୧୧ ଟଙ୍କା ମୂଲ୍ୟର ଲକ୍ଷ୍ମଣଙ୍କ ଠୁଳ ସମ୍ପତ୍ତିକୁ ଠାବ କରିବାରେ ସକ୍ଷମ ହୋଇଛି । ତେବେ ତଦନ୍ତ ଜାରୀ ରହିଥିବା ଭିଜିଲାନ୍ସ କହିଛି । ଏହି ସମ୍ପତ୍ତି ମଧ୍ୟରେ ଲିଙ୍ଗରାଜ ଥାନା ଅଧିନ ମହାବୀର ଶାସନ ମହାଭୋଇ ଶାସନ ପ୍ଳଟ୍ ନମ୍ବର-୧/୧୧୦/୪୩୧ରେ ଥିବା ଦୁଇ ମହଲା କୋଠା, ବାଲିପାଟଣା ଥାନା ମକୁନ୍ଦଦାଶପୁରରେ ରହୁଥିବା ଦୁଇ ମହଲା କୋଠା (ଯାହାର ମୂଲ୍ୟ- ୫୩ ଲକ୍ଷ ଟଙ୍କା), ଆଇଗିଣିଆ ପ୍ଳଟ୍ ନମ୍ବର-୨୯୮ରେ ୯ ଲକ୍ଷ ୩୫ ହଜାର ଟଙ୍କା ମୂଲ୍ୟର ନିର୍ମାଣଧୀନ କୋଠା, ୧ ଲକ୍ଷ ୩ ହଜାର ଟଙ୍କା ମୂଲ୍ୟର ୩୪.୫ ଗ୍ରାମ ଓଜନର ସୁନା ଅଳଙ୍କାର, ଖୋର୍ଦ୍ଧା ଅଞ୍ଚଳରେ ୧ ଲକ୍ଷ ୮୫ ହଜାର ଟଙ୍କା ମୂଲ୍ୟର ୫ଟି ପ୍ଳଟ, ୧ ଲକ୍ଷ ୫୬ ହଜାର ଟଙ୍କା ମୂଲ୍ୟର ୩ଟି ବାଇକ୍, ୨ ଲକ୍ଷ ୧୩ ହଜାର ଟଙ୍କାର ଘରୋଇ ଉପକରଣ, ୮ ଲକ୍ଷ ୧୩ ହଜାର ଟଙ୍କାର ଜୀବନବୀମା ଓ ବ୍ୟାଙ୍କ୍ ଜମା, ନଗଦ ୩ ହଜାର ୩୧୭ ଟଙ୍କା ଓ ଘର ନିର୍ମାଣ କରିବାକୁ ୪ ଲକ୍ଷ ୫୦ ହଜାର ଟଙ୍କା ଅଗ୍ରିମ ଅନ୍ତର୍ଭୂକ୍ତ । ତେବେ ଲକ୍ଷ୍ମଣ କଟକ ଚୌଦ୍ୱାର ଅଞ୍ଚଳରେ ଚାକରି କରୁଥିଲେ । ବାଲିପାଟଣା ସ୍ଥିତ ଉପରୋକ୍ତ ଘରେ ସେ ପରିବାର ସହ ରହୁଥିଲେ । ଲକ୍ଷ୍ମଣଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା । ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ଭିଜିଲାନ୍ସ ଏହି ଚଢ଼ାଉ କରିଥିଲା ।




Powered by odothemes.com