adhar-card-news-photo

ହତାଶାରେ ଫେରିଲେ ୬୦୦ ହିତାଧିକାରୀ

41

ଆଧାର କାର୍ଡ ପ୍ରସ୍ତୁତିରେ ଅବହେଳା
ଅନୁଗୁଳ (ଆପ୍ର): ଅନୁଗୁଳ ବ୍ଲକ୍ ପକ୍ଷରୁ ବାଳୁଅକଟା ପଞ୍ଚାୟତବାସୀଙ୍କ ନିମନ୍ତେ ଆଧାରକାର୍ଡ କରାଯିବ ବୋଲି ଡେଙ୍ଗୁରା ଦିଆଯାଇଥିଲା । ସେହି ଅନୁଯାୟୀ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା । ଏପରିକି ଅଙ୍ଗନାୱାଡି କର୍ମୀଙ୍କ ଦ୍ୱାରା ଚିଠା ପ୍ରସ୍ତୁତ କରାଯାଇ ଲୋକଙ୍କୁ ଚିରିକୁଟି ଦିଆଯାଇଥିଲା । ମାତ୍ର ଅନୁଗୁଳ ବ୍ଲକ୍ କାର୍ଯ୍ୟାଳୟରେ ଆଧାରକାର୍ଡ ପ୍ରସ୍ତୁତି କରି ଯୋଗାଇ ଦେବା ନିମନ୍ତେ ଆବଶ୍ୟକୀୟ ଉପକରଣ ଅଭାବ ଥିଲା । ଯାହା ଭିତ୍ତିଭୂମି ଓ ଉପକରଣ ଥିଲା ସେଥିରେ ଦିନସାରା ମାତ୍ର ୮୦ ଲୋକଙ୍କ ଆଧାରକାର୍ଡ ପ୍ରସ୍ତୁତି ହେବା ବ୍ୟବସ୍ଥା ଥିଲା । ଫଳରେ ପଞ୍ଚାୟତରୁ ପ୍ରାୟ ୬୦୦ ରୁ ଊଦ୍ଧ୍ୱର୍ ଲୋକ ଆଧାରକାର୍ଡ ଫଟୋ ଉଠାଇବାକୁ ଆସି ହତାଶ ହୋଇଥିଲେ । କାର୍ଡ ପ୍ରସ୍ତୁତି ନିମନ୍ତେ ଉପସ୍ଥିତ ଥିବା କର୍ମଚାରୀ ଅଧିକ ସଂଖ୍ୟକ ଲୋକ ଦେଖି ଅପ୍ରସ୍ତୁତ ହୋଇ ଦେଖା ଦେଇନଥିଲେ । ଫଳରେ ସ୍ୱଳ୍ପ ସମୟ ପାଇଁ ଅନୁଗୁଳ ବ୍ଲକ୍୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶେଷରେ ଉପଜିଲ୍ଲାପାଳ ସରୋଜକାନ୍ତ ମହାନ୍ତି ବ୍ଲକ୍ ଅଫିସରେ ପହଞ୍ଚô ଲୋକଙ୍କୁ ବୁଝାସୁଝା କରିବାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଏଠାରେ ପ୍ରଶ୍ନଉଠୁଛି ଯେ ସୀମିତ ପରିମାଣର ଆଧାରକାର୍ଡ ପ୍ରସ୍ତୁତି କରିବାର ଉପକରଣ ଥିବାବେଳେ ପ୍ରଶାସନ ପକ୍ଷରୁ କାହିଁକି ଗୋଟିଏ ତାରିଖରେ ଏତେ ସଂଖ୍ୟକ ଲୋକଙ୍କୁ ବ୍ଲକ୍କୁ ଡକାଇ ତାଙ୍କ ଅଯଥା ସମୟ ନଷ୍ଟ କରାଗଲା ।

ସେଆର କରନ୍ତୁ:



Powered by odothemes.com