police-jeep-axident

କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ

44

ପୁଲିସ ଗାଡ଼ି ଧକ୍କାରେ ମୃତୁ୍ୟ ସଂଖ୍ୟା ୩କୁ ବୃଦ୍ଧି
ଛେଣ୍ଡିପଦା,୧୭ା୧୧(ଆପ୍ର): ଛେଣ୍ଡିପଦା ଥାନା ଚାରିବାଟିଠାରେ ଗତକାଲି କୁଣ୍ଢେଇଗୋଳା ଥାନା ପୁଲିସ ଗାଡ଼ି ୨ ବାଇକ୍କୁ ଧକ୍କା ଦେଇଥିଲା । ଫଳରେ ବାଇକ୍ରେ ଥିବା ୪ଜଣଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୨ ଜଣଙ୍କ ମୃତୁ୍ୟ ଘଟିଥିଲା ଆଜି ଆଉ ଜଣଙ୍କ ଅନୁଗୁଳ ଡାକ୍ତରଖାନାରେ ମୃତୁ୍ୟ ଘଟିଛି । ଘଟଣା ପରେ ମୃତକଙ୍କ ପରିବାର, ଗ୍ରାମବାସୀ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ । ବିଳମ୍ବିତ ରାତିରେ ଦିଲ୍ଖୁସ୍ ନାମକ ଏକ ବସ୍ ଉକ୍ତ ରାସ୍ତା ଦେଇ ଦେବଗଡ ରୁ ଅନୁଗୁଳ ଯାଉଥିବା ବେଳେ ବିକ୍ଷୋଭକାରୀ ବସ୍କୁ ଅଟକାଇ ଅନ୍ୟ ରାସ୍ତା ଦେଇ ଯିବାକୁ କହୁଥିବା ବେଳେ କିଛି ଦୁର୍ବୁତ୍ତ ଅନ୍ଧାରର ସୁଯୋଗ ନେଇ ବସ୍ କାଚ ଭାଙ୍ଗି ଦେଇଥିଲେ । ଫଳରେ ପୁଲିସ ବଳ ପ୍ରୟୋଗ କରି ବିକ୍ଷୋଭକାରୀ ଓ ମୃତକଙ୍କ ପରିବାର ସଦସ୍ୟଙ୍କୁ ରାସ୍ତାରୁ ଘଉଡାଇବା ସହିତ ଭାଗୀରଥୀ ଓ ଉଦୟଙ୍କ ଶବକୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲା । ରାତାରାତି ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଭ୍ୟାନ ଓ ବସ୍କୁ ନେଇଯିବା ସହ ବସ୍ରେ ଥିବା ଆହତ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା କରାଇ ପଠାଇ ଦେଇଥିଲା ।
ଆଜି ସକାଳୁ ପୁଣି ମୃତକଙ୍କ ପରିବାର ଓ୨ ଗ୍ରାମ ସଂଗାପଶି, ପାଟକୁମୁଣ୍ଡାରୁ ପୁରୁଷ ଓ ମହିଳା ପୁଲିସର ବଳପ୍ରୟୋଗ ଓ କ୍ଷତିପୂରଣ ଦାବିରେ ଛେଣ୍ଡିପଦା ଦେବଗଡ ଛକ ଓ ଥାନା ସାମ୍ନାରେ ରାସ୍ତାରୋକ କରିବା ଦ୍ୱାରା ଗାଡି ଚଳାଚଳ ବନ୍ଦ ରହିଥିଲା । ୫ ଘଣ୍ଟା ରାସ୍ତାରୋକ ପରେ ଅନୁଗୁଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଦୀପ ମିଶ୍ର, ଅନୁଗୁଳ ଉପଜିଲ୍ଲାପାଳ ସରୋଜକାନ୍ତ ମହାନ୍ତି, ତାଳଚେର ଏସ୍ଡିପିଓ କୈଳାସ ଚନ୍ଦ୍ର ପରିଡ଼ା, ଛେଣ୍ଡିପଦା ତହସିଲଦାର ପ୍ରତାପ ପି୍ରତୀମୟ, ଅଗସ୍ତି ବେହେରା, ମଧୁସୂଦନ କର, ଅଜିତ ପ୍ରଧାନ, ଉମାକାନ୍ତ ପ୍ରଧାନ, ଗୋବିନ୍ଦ ନାଏକ, ସନ୍ତୋଷ ନାଏକ, ପ୍ରଭାତ ବେହେରା, ସ୍ଥାନୀୟ ଲୋକ ଓ ମୃତକ ପରିବାରଙ୍କ ଉପସ୍ଥିତିରେ ମୃତକ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧ ଲକ୍ଷ, ରେଡ୍କ୍ରସରୁ ୧୦ ହଜାର , ମୃତକ ଉଦୟଙ୍କ ସ୍ତ୍ରୀଙ୍କୁ ୨୦ ହଜାର ଟଙ୍କା ଶୀଘ୍ର ପ୍ରଦାନ ପାଇଁ ପ୍ରତିଶୁ୍ରତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

ସେଆର କରନ୍ତୁ:



Powered by odothemes.com