ଜାତୀୟ ସାମ୍ବାଦିକ ଦିବସ

jatiya-press-dibasa-abasara-re-rajya-suchana-o-lokasanparka-bibhaga-samilani-hall-re-ayojita-meeting-re-mantri-bikram-kesari-arukh-nkn-avibhasana-1

ସମ୍ବେଦେନଶୀଳ ପ୍ରସଙ୍ଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର,(ବୁ୍ୟରୋ): ସଠିକ୍ ତଥ୍ୟର ଉପସ୍ଥାପନା ସାଙ୍ଗକୁ ଜନଚେତନା ଜାଗୃତିରେ ଗଣମାଧ୍ୟମର ଦାୟୀତ୍ୱ ସ୍ୱୀକାର୍ଯ୍ୟ ଓ ଏହାର ସ୍ୱାଧୀନତା ତଥା ସୁରକ୍ଷା ଉପରେ ପ୍ରାଥମିକତା ବା‚ନିୟ ବୋଲି ଜୟଦେବ ଜବନରେ ଆୟୋଜିତ ଜାତୀୟ ପ୍ରେସ୍ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମତପ୍ରକାଶ କରିଛନ୍ତି । ରାଜ୍ୟସ୍ତରୀୟ ପେସ୍ ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଆରୁଖ କହିଲେ, ଆତ୍ମସମୀକ୍ଷା ସାଙ୍ଗକୁ ସାମ୍ବାଦିକମାନେ ସତ୍ୟାନ୍ୱେଷୀ ହୋଇ ନିରପେକ୍ଷ ଖବର ସାହସର ସହିତ ପରିବେଷଣ କରିବା ବଡ କଥା । ଏହା ଫଳରେ ଗଣତନ୍ତ୍ରର ଗଣତନ୍ତ୍ର ଶାସନର ସୁଫଳ ପ୍ରଭାବକୁ ସାଧାରଣ ଲୋକ ଉପଲବ୍ଧି କରିପାରିବେ । ସାମ୍ବାଦିକମାନେ ବିଭିନ୍ନ ବିପଦସଙ୍କୁଳ ପରିସ୍ଥିତିରେ ଜୀବନକୁ ବିପନ୍ନ କରି କାର୍ଯ୍ୟ କରୁଥିବା ଦର୍ଶାଇ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ, ସମ୍ବେଦେନଶୀଳ ପ୍ରସଙ୍ଗଗୁଡ଼ିକ ଉପରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜୟଦେବ ଭବନ ଲୋକସମ୍ପର୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ଅମିତ୍ ନିଯୋଗୀ ଚଳିତବର୍ଷର ନିର୍ଦ୍ଧାରିତ ପ୍ରସଙ୍ଗ ‘ସମ୍ଭେଦନଶୀଳ ଅଞ୍ଚଳର ସମ୍ବାଦ ପରିବେଷଣ ଗଣମାଧ୍ୟମ ପ୍ରତି ଏକ ଆହ୍ୱାନ’ ଉପରେ ଆଲୋଚନା କରିଥିଲେ । ବିଶେଷ କରି ରାଜନୈତିକ, ଧାର୍ମିକ ଓ ସାଂସ୍କୃତିକ ବିବାଦ ତଥା ମନୁଷ୍ୟକୃତ ଏବଂ ଦୈବି ଦୁର୍ବିପାକ ସମେତ ଯୁଦ୍ଧବିଗ୍ରହ ସମୟରେ ମଣମାଧ୍ୟମ କର୍ମୀମାନେ ସେମାନଙ୍କର ବିଚାର, ରୁଚିବୋଧ, ବିବେକ ଓ ସତୃଶୀଳତା ପ୍ରୟୋଗ କରି ସଞ୍ଜତ ଆଚରଣ କରିବା ବା‚ନିୟ ବୋଲି ଶ୍ରୀ ନିୟୋଗୀ କହିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର କମିଶନର ତଥା ଶାସନ ସଚିବ ସୁରେନ୍ଦ କୁମାର ତାଙ୍କ ବକ୍ତବ୍ୟରେ ସାରା ପୃଥିବୀରେ ସାମ୍ବାଦିକମାନଙ୍କୁ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଭାବରେ ଅଭିହିତ କରିଥିଲେ । ଯଥାର୍ଥ ସୂଚନା ପ୍ରଦାନ ସାଙ୍ଗକୁ ଜନଗଣଙ୍କର ମାନସିକ ପରିବର୍ତ୍ତନରେ ଗଣମାଧ୍ୟମ ସହାୟକ ହୋଇଥାଏ ବୋଲି ସେ କହିଥିଲେ । ବିଭାଗୀୟ ନିଦେ୍ର୍ଦଶକ ସୁଶୀଲ ଦାସ ଧନ୍ୟବାଦ ଅର୍ପଣ କରିବା ସହ ସତ୍ୟ ଓ ନିଷ୍ଠାର ସହ ସାମ୍ବାଦିକମାନେ ସେମାନଙ୍କା ଦାୟୀତ୍ୱ ନିଭାଇବେ ବୋଲି ଆଶା ପ୍ରକଟ କରିଥିଲେ । ବିଭାଗୀୟ ଯୁଗ୍ମ ନିଦେ୍ର୍ଦଶକ ନିରଞ୍ଜନ ସେଠୀଙ୍କ ସଭାପତିିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସୂଚନା ଅଧିକାରୀ ସୁଚେତା ପି୍ରୟଦର୍ଶନୀ ସଂଯୋଜନା କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟସ୍ତରୀୟ ଇଂରାଜୀ ଓ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପେସ୍ ଦିବସ ଉପଲକ୍ଷେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସମ୍ବାଦପତ୍ର ପଦର୍ଶନୀ କରାଯାଇଥିଲା । ଏଥିରେ ରାଜ୍ୟରେ ପ୍ରକାଶିତ ଦୈନିକ, ସାପ୍ତାହିକ, ପାକ୍ଷିକ ସମ୍ବାଦପତ୍ର ତଥା ପତ୍ରପତ୍ରିକାଗୁଡ଼ିକରେ ନମୁନା ସ୍ଥାନ ପାଇଥିଲା । ମନ୍ତ୍ରୀ ଶ୍ରୀ ଆରୁଖଙ୍କ ଦ୍ୱରା ଉଦ୍ଘାଟିତ ଏହି ପଦର୍ଶନୀରେ ବିଭାଗୀୟ କମିଶନର ତଥା ଶାସନ ସଚିବ ସୁରେନ୍ଦ୍ର କୁମାର, ନିଦେ୍ର୍ଦଶକ ସୁଶିଲ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।