‘ଆଦିବାସୀଙ୍କ ପାଇଁ ଅର୍ଥର ଅଭାବ ରହିବ ନାହିଁ’

cm-raygada-gasta

ରାୟଗଡା/ଗୁଣପୁର, ୧୫ ।୧୧ (ଆପ୍ର): ଦିନିକିଆ ରାୟଗଡା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଶୀପୁର, ଗୁମୁଡା ଆଦି ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିଛନ୍ତି । ଏଥିସହ ଗୁମୁଡାସେତୁର ଶୁଭ ଉଦ୍ଘାଟନ ମଧ୍ୟ କରିଛନ୍ତି । ପ୍ରକାଶ ଯେ ଆଜି ପୂର୍ବାହ୍ଣ ୧୧.୩୦ ମିନିଟ୍ରେ ଜିସିଡି ହାଇସ୍କୁଲ୍ ପଡିଆରେ ଅବତରଣ କରି ରାୟଗଡାସ୍ଥିତ ମୁଖ୍ୟ ଚିକିସôାଳୟର ୫୦ ଶଯ୍ୟା ବିଶିଷ୍ଟ କୋଠାର ଶୁଭ ଉଦ୍ଘାଟନ କରିଥିଲେ । ଏହାପରେ ସେ କାଶୀପୁର ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଶିଳାନ୍ୟାସ କରିଥିଲେ । ସେଠାରୁ ରାମନାଗୁଡା ବ୍ଲକ୍ସ୍ଥିତ ଗୁମୁଡାସେତୁର ଶୁଭ ଉଦ୍ଘାଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଆଦିବାସୀଙ୍କ ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିବା ସହ ଗରିବ ଜନସାଧାରଣଙ୍କର କଲ୍ୟାଣ ନିମନ୍ତେ ତାଙ୍କ ସରକାର ସବୁବେଳେ ଚେଷ୍ଟିତ ବୋଲି କହିଥିଲେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ରାୟଗଡା ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲାପାଳ ତାପସ ପୁନମ୍ ଗୁହା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କାର୍ଯ୍ୟକ୍ରମକୁ ତଦାରଖ କରିବା ସହ ନିଜେ ଉଦ୍ଘାଟନୀ ଉସôବରେ ଯୋଗ ଦେଇଥିଲେ । ଆରକ୍ଷୀ ଅଧୀକ୍ଷକ କେ. ଶିବା ସୁବ୍ରମଣି ସୁରକ୍ଷାର ସମ୍ପୂର୍ଣ୍ଣ ବନେ୍ଦାବସ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପେନ୍ସନଧାରୀଙ୍କୁ ପେନ୍ସନ ଓ ଭତ୍ତାବଣ୍ଟନ କରାଯାଇଥିଲା ।